Hindi News >>Home >>Odisha LifeStyle and Others

Sawan 2023: ଶ୍ରାବଣ ତୃତୀୟ ସୋମବାରରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏମିତି କରନ୍ତୁ ଆରାଧ୍ୟନା

Sawan Somwar: ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଚଳିତ ଥରର ତୃତୀୟ ସୋମବାର ବେଶ ଖାସ୍ ଅଟେ । ଏହି ଦିନ ଶିବ ବାସ କରୁଥିବା ନନ୍ଦୀରେ ରୁଦ୍ରାଭିଷେକ କରିବା ଦ୍ବାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ତୃତୀୟ ସୋମବାରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାରର କିଛି ଖାସ ଉପାୟ…

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 24, 2023, 07:00 AM IST

Sawan 3rd Somwar: ହିନ୍ଦୁ ଧର୍ମରେ ଶ୍ରାବଣ ମାସର (Shravan Month 2023) ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଚଳିତ ଥରର ତୃତୀୟ ସୋମବାର ବେଶ ଖାସ୍ ଅଟେ । କାରଣ ଆଜି ଅର୍ଥାତ୍ ତୃତୀୟ ସୋମବାରରେ ରବି ଯୋଗ ସହ ୩ଟି ଶୁଭ ଯୋଗର ନିର୍ମାଣ ହେଉଛି । ଏହି ଦିନ ଶିବ ବାସ କରୁଥିବା ନନ୍ଦୀରେ ରୁଦ୍ରାଭିଷେକ କରିବା ଦ୍ବାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ତୃତୀୟ ସୋମବାରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାରର କିଛି ଖାସ ଉପାୟ…

ଉପାୟ

  • ସକାଳେ ଉଠି ସ୍ନାନ କରିବା ପରେ ଭଗବାନ ଶିବଙ୍କ ପୂଜା ଓ ଉପାସନା ନେଇ ସଂକଳ୍ପ କରନ୍ତୁ ।
  • ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳାଭିଷେକ ସହ ଗଙ୍ଗା ଜଳ କିମ୍ବା କ୍ଷୀରରେ ଭଗବାନଙ୍କ ଅଭିଷେକ କରନ୍ତୁ ।
  • ଏହା ପରେ ଚନ୍ଦନ, ଅକ୍ଷତ, ଧଳା ଫୁଲ, ବେଲପତ୍ର ମହୁ, ଫଳ, ମିଠା, ଚିନି, ଧୂପ-ପ୍ରଦୀପ ଅର୍ପଣ କରନ୍ତୁ ।
  • ଶେଷରେ ଶିବ ପାଠ ଓ ସୋମବାର କଥା ପାଠ କରିବା ସହ ଘିଅ ଦୀପ ଜଳାଇ ଭୋଲେନାଥଙ୍କ ଆରତୀ କରନ୍ତୁ ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଉପାୟ

ଏହି ଦିନ ନିଜର ସାମର୍ଥ୍ୟ ଅନୁଯାୟୀ ଖାଦ୍ୟ ଦାନ କରନ୍ତୁ ।  କଳା ତେଲ, ଲୁଣ, ଚାଉଳ ଇତ୍ୟାଦି ଦାନ କରିପାରିବେ । ଏହି ଉପାୟ କରିବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହେବା ସହ ଆର୍ଶବାଦ ପ୍ରଦାନ କରିଥାଆନ୍ତି ।

ଧନ ଲାଭ ଲାଗି କରନ୍ତୁ ଏହି ପ୍ରତିକାର

ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତାହାଲେ ଶ୍ରାବଣ ମାସର ତୃତୀୟ ସୋମବାରରେ କ୍ଷୀରରେ ଗଙ୍ଗା ପାଣି ମିଶାଇ ଶିବଲିଙ୍ଗକୁ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଆର୍ଥକ ସଂକଟ ଦୂର ହେବା ସହ ଧନ ଲାଭ ନେଇ ବାଟ ଫିଟିଥାଏ ।

ସଫଳତା ନେଇ କରନ୍ତୁ ଏହି ଉପାୟ

ଯଦି କଠିନ ପରିଶ୍ରମ ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନି ତାହାଲେ ସୋମବାର ଦିନ ଆଖୁ ରସରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ । ସୋମବାର ଦିନ ଏହି ପ୍ରତିକାର କରିବା ଦ୍ବାରା ଶୀଘ୍ର ସଫଳତା ଲାଭ ହୋଇଥାଏ ।

ଏହା ବି ପଢନ୍ତୁ-Horoscope Today 24 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

ଏହା ବି ପଢନ୍ତୁ-Guru vakri 2023: ଏହି ଦିନ ମେଷ ରାଶିରେ ପ୍ରବେଶ କରିବେ ଦେବ ଗୁରୁ ବୃହସ୍ପତି, ୩ ରାଶିଙ୍କ ବଦଳିବ ଭାଗ୍ୟ!

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}