Hindi News >>Home >>Odisha LifeStyle and Others

Raksha Bandhan 2023: ଭଦ୍ରା କିଏ? କାହିଁକି ଭଦ୍ରା କାଳରେ ନିଷେଧ ହୋଇଥାଏ ରାକ୍ଷୀ ବାନ୍ଧିବା

Raksha Bandhan: ରାକ୍ଷୀ ପୂର୍ଣ୍ଣିମାର ଅନ୍ୟ ନାମ ଗହ୍ମା ପୁନି ବା ଗହ୍ମା ପୂର୍ଣ୍ଣିମା ଅଟେ । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ମଧ୍ଯ ପାଳନ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ବିଶେଷଜ୍ଞଙ୍କ ମତରେ, ଏ ବର୍ଷ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ, ଭଦ୍ରା କିଏ, ଭଦ୍ରାକାଳ କ’ଣ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ନିଷେଧ ? ଆସନ୍ତୁ ଏ ବିଷୟରେ ଆଲୋଚନା କରିବା ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 30, 2023, 11:21 AM IST

Raksha Bandhan 2023: ଭାରତୀୟ ସଂସ୍କୃତିରେ ରାକ୍ଷୀ ବାନ୍ଧିବାର ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ରାକ୍ଷୀ ପୂର୍ଣ୍ଣିମାର ଅନ୍ୟ ନାମ ଗହ୍ମା ପୁନି ବା ଗହ୍ମା ପୂର୍ଣ୍ଣିମା ଅଟେ । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ମଧ୍ଯ ପାଳନ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ବିଶେଷଜ୍ଞଙ୍କ ମତରେ, ଏ ବର୍ଷ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ, ଭଦ୍ରା କିଏ, ଭଦ୍ରାକାଳ କ’ଣ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ନିଷେଧ ? ଆସନ୍ତୁ ଏ ବିଷୟରେ ଆଲୋଚନା କରିବା । ପୁରାଣ ଅନୁଯାୟୀ, ଭଦ୍ରା ଶନି ଦେବଙ୍କ ଭଉଣୀ ଓ ସୂର୍ଯ୍ୟ ଭଗବାନଙ୍କ ଝିଅ ଅଟନ୍ତି। ଭଦ୍ରାଙ୍କ ପ୍ରକୃତି ମଧ୍ଯ ଭାଇ ଶନିଙ୍କ ପରି କଠୋର ଅଟେ । ଏଣୁ ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମ ଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି, ଯଥା ତିଥି, ବାର, ଯୋଗ, ନକ୍ଷତ୍ର ଓ କରଣ । ଏଥିରେ ୧୧ଟି କରଣ ରହିଥାଏ । ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ଅଟେ ।

କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ନିଷେଧ ?

ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ ରହିଛି ଯେ, ଲଙ୍କା ଅଧିପତି ରାବଣକୁ ଭଉଣୀ ସୁପଣେଖା ଏହି ଭଦ୍ରାକାଳରେ ହିଁ ରାକ୍ଷୀ ବାନ୍ଧିଥିଲେ,  ଯାହା ଫଳକେ ରାବଣର ସର୍ବନାଶ ହୋଇଥିଲା ।ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ମାନ୍ୟତା ରହିଛି କି, ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟ ସଫଳ ହୋଇନଥାଏ ।

ହିନ୍ଦୁ ପାଞ୍ଜି ଗଣନା ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରା କାଳ ମଧ୍ୟ ଆରମ୍ଭ ହେଉଛି । ୩୦ ଅଗଷ୍ଟ ରାତି ୯:୦୨ ମିନିଟ ପର୍ଯ୍ୟନ୍ତ ଏହି ଭଦ୍ରାକାଳ ରହିବ । ଶାସ୍ତ୍ର ଅନୁସାରେ, ଅଗଷ୍ଟ ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ ନାହିଁ । ରାକ୍ଷୀ ସବୁବେଳେ ସଠିକ୍ ସମୟ ଓ ଠିକ ମୁହୂର୍ତ୍ତରେ ବାନ୍ଧିବା ଶୁଭ ହୋଇଥାଏ । ତେବେ ରାକ୍ଷୀ ବାନ୍ଧିବା ପାଇଁ ଶ୍ରାବଣର ମଧ୍ୟାହ୍ନ ସମୟ ସବୁଠାରୁ ଉଚିତ୍ ହୋଇଥାଏ । କିନ୍ତୁ ଏହି ବର୍ଷ ଭଦ୍ରାକାଳ ରହୁଥିବାରୁ ଏହି ଦିନ ସାରା ଶୁଭ ସମୟ ନାହିଁ, ତେଣୁ ରାତି ୯:୦୨ ମିନିଟ୍ ପରେ ଭାଈଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ପାରିବେ ବୋଲି କୁହାଯାଇଛି  ।

Also Read-Raksha Bandhan 2023: କାହିଁକି ପାଳନ କରାଯାଏ ରାକ୍ଷୀପୂର୍ଣ୍ଣିମା? ଜାଣନ୍ତୁ ଏହା ପଛର ପୌରାଣିକ କଥା

Read More
{}{}