Hindi News >>Home >>Odisha LifeStyle and Others

Rahu Ketu Gochar: ରାହୁ-କେତୁଙ୍କ କୃପାରୁ ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ

Chandra Grahan 2023: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (Chandra Grahan 2023) । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଅନେକ କିଛି ଶୁଭ ଯୋଗ ସୃଷ୍ଟି କରିବ । କାହିଁକିନା ଏଭଳି ସ୍ଥିତିରେ ରାହୁ-କେତୁ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବେ। ତେବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ ପରେ ରାହୁ-କେତୁଙ୍କ ଆର୍ଶିବାଦ କେଉଁ ସବୁ ରାଶି ଉପରେ ଧନ ବର୍ଷା କରିବେ। ....

Advertisement
Rahu Ketu Gochar: ରାହୁ-କେତୁଙ୍କ କୃପାରୁ ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ
Stop
Zee Odisha Desk|Updated: Oct 28, 2023, 02:15 PM IST

Chandra Grahan 2023: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (Chandra Grahan 2023) । ୨୮ ଅକ୍ଟୋବରର ମଧ୍ୟ ରାତ୍ର ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଏହା ଭାରତରେ ମଧ୍ୟ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଅନେକ କିଛି ଶୁଭ ଯୋଗ ସୃଷ୍ଟି କରିବ । କାହିଁକିନା ଏଭଳି ସ୍ଥିତିରେ ରାହୁ-କେତୁ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବେ। ରାହୁ ଆସନ୍ତାକାଲି ମୀନ ରାଶିରେ ପ୍ରବେଶ କରିବାକୁ ଥିବାବେଳେ କେତୁ ମଧ୍ୟ କନ୍ୟା ରାଶିକୁ ଚଳନ କରିବେ। ଏହି ଦୁଇ ଗ୍ରହଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  ରାହୁ-କେତୁକୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ।  ରାହୁ ଜୀବନରେ ହଠାତ୍ ଘଟଣାର କାରଣ ହୋଇଥିବାବେଳେ କେତୁ ମୋକ୍ଷର କାରଣ ଅଟେ। ଅପ୍ରାକୃତିକ ଫଳାଫଳ ଦେବା ସହିତ ସେମାନେ ଭଲ ଫଳାଫଳ ମଧ୍ୟ ଦିଅନ୍ତି। ସେମାନେ ଜୀବନରେ ଅପ୍ରତ୍ୟାଶିତ ଫଳାଫଳ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ ପରେ ରାହୁ-କେତୁଙ୍କ ଆର୍ଶିବାଦ କେଉଁ ସବୁ ରାଶି ଉପରେ ଧନ ବର୍ଷା କରିବେ। ....

Also Read: Shani Gocahr 2023: ଶନିଙ୍କ କୃପାରୁ ମାଲେମାଲ୍ ହେବେ ଏହି ତିନି ରାଶି

ମିଥୁନ: ରାହୁ-କେତୁଙ୍କ ଆର୍ଶିବାଦ କାରଣରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଏହି ରାଶିର ଲୋକେ କ୍ୟାରିୟରେ ସଫଳତା ପାଇବେ। ଏହି ଅବଧି ମଧ୍ୟରେ ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ଦିର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଟଙ୍କା ଆପଣଙ୍କୁ ମିଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ଜୀବନରେ ସୁବର୍ଣ୍ଣ ଦିନରେ ଆଣିବ ।  କାମ ଚାପ କମିବା ସହ ଘର ଖର୍ଚ୍ଚ ହ୍ରାସ ହୋଇପାରେ। ଧନ ଆସିବାର ନୂଆ ବାଟ ମଧ୍ୟ ସୃଷ୍ଟି ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

କନ୍ୟା:  ଆସନ୍ତାକାଲି ଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଅବଧି ମଧ୍ୟରେ ଆପଣ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ।  ଚାକିରିର ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି । ପୁରୁଣା ନିବେଶରୁ ଲାଭ ପାଇବେ। ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।

ଧନୁ ରାଶି :  ସେହିପରି ରାହୁ-କେତୁ ଏହି ରାଶିର ଲୋକଙ୍କୁ ମଧ୍ୟ ଶୁଭଫଳ ପ୍ରଦାନ କରିବେ।  ଏହି ଅବଧି ମଧ୍ୟରେ ଆପଣ ଚାହୁଁଥିବା ପଦ ଏବଂ ଟଙ୍କା ପାଇବେ । ଆପଣଙ୍କର ଅଟକିଯାଇଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବାର ସମ୍ଭାବନା ରହିଛି । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଏହାସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ମାନସିକ ଚାପ ଦୂର ହୋଇଯିବ । ଜୀବନ ସୁଖ ଏବଂ ସମୃଦ୍ଧରେ ପରିପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ମଜବୁତ୍ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}