Hindi News >>Home >>Odisha LifeStyle and Others

Rahu Gochar 2023: ଏହି ସବୁ ରାଶିଙ୍କୁ ମାଲେମାଲ୍ କରିବେ ରାହୁ

Rahu Gochar 2023: ରାହୁ ମୀନ ରାଶିରେ ଅକ୍ଟୋବର ୩୦ରେ ପ୍ରବେଶ କରିସାରିଛନ୍ତି। ରାହୁଙ୍କ ଏହି ଗୋଚର (Rahu Gochar 2023) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି(zodiac signs) ଗୁଡିକ ବିଷୟରେ...

Advertisement
Rahu Gochar 2023: ଏହି ସବୁ ରାଶିଙ୍କୁ ମାଲେମାଲ୍ କରିବେ ରାହୁ
Stop
Zee Odisha Desk|Updated: Nov 02, 2023, 09:54 AM IST

Rahu Gochar 2023: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ରାହୁ ମଧ୍ୟ ନିଜ ରାଶି ପରିବର୍ତ୍ତନ କରିଛନ୍ତି। ରାହୁ,(Rahu) ମୀନ ରାଶିରେ ଅକ୍ଟୋବର ୩୦ରେ ପ୍ରବେଶ କରିସାରିଛନ୍ତି। ରାହୁଙ୍କ ଏହି ଗୋଚର (Rahu Gochar 2023) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।  ବୈଦିକ ଶାସ୍ତ୍ରରେ ରାହୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଇଥାଏ । ଜାତକରେ ରାହୁଙ୍କର ସ୍ଥିତି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଯଦି ଜାତକରେ ରାହୁ ଭଲ ସ୍ଥିତିରେ ରହିଥାଏ ତାହାଲେ, ବ୍ୟକ୍ତି ତା ଜୀବନରେ ଅନେକ ସଫଳତା ପାଇଥାଏ। ରାହୁଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିକୁ ମାଲେମାଲ୍ କରିବ। ଆସନ୍ତୁ ଜାଣିବା ସେହି ରାଶି(zodiac signs) ଗୁଡିକ ବିଷୟରେ...

Also Read: Today Horoscope: ପଦୋନ୍ନତି ନେଇ ମିଳିପାରେ ସୁସମ୍ବାଦ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଧନବାନ୍ ହେବେ ଏହି ସବୁ ରାଶି:

କର୍କଟ :  ବର୍ତ୍ତମାନ ରାହୁ ଏହି ରାଶିର ଦଶମ ଘରେ ରହିଛନ୍ତି। ରାହୁଙ୍କ କୃପାରୁ ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟରେ ଅଗ୍ରଗତି ହେବ। ଏହି ଅବଧି ମଧ୍ୟରେ ଆପଣଙ୍କର ନୂଆ ରୋଜଗାର ପାଇଁ ବାଟ ଖୋଲିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଏହି ସମୟରେ ଶୁଭଫଳ ମିଳିବ।  ଆୟରେ ମଧ୍ଯ ବୃଦ୍ଧି ଘଟିବ । ସେୟାର ମାର୍କେଟ, ବେଟିଂ ଓ ଲଟେରୀରେ ଲାଭ ମିଳିବ। ରାହୁଙ୍କ ଆଗମନ ଯୋଗୁଁ ଆକସ୍ମକ ଧନଲାଭ ନେଇ ମଧ୍ଯ ଯୋଗ ରହିଛି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ମିଳିପାରେ ।

ସିଂହ:  ରାହୁ ଏହି ରାଶିର ଷଷ୍ଠ ଘରେ ଅବସ୍ଥାନ କରିଛନ୍ତି। ଏହାର ପ୍ରଭାବରେ ଏହି ରାଶିର ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ଅନେକ ସଫଳତା ପାଇବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଆର୍ଥିର କ୍ଷେତ୍ରରେ ଲାଭବାନ ହେବେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଘର, ଗାଡ଼ି ଓ ଜମି ବାଡ଼ି କ୍ରୟ କରିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି।

ବିଛା: ରାହୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ।  ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ପରି ଚମକିବ।  ଆୟ ବୃଦ୍ଧି ହେବ।  ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବିଦେଶରେ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆକସ୍ମିକ ଧନଲାଭର ଯୋଗି ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}