Hindi News >>Home >>Odisha LifeStyle and Others

Radish Benefits: ମୂଳା ଖାଇଲେ ମିଳିଥାଏ ଏହି ଯାଦୁକରୀ ଲାଭ, ଜାଣିଲେ ଆଜିଠାରୁ ଖାଇବା ଆରମ୍ଭ କରିଦେବେ

Radish Benefits: ଶୀତ ଦିନିଆ ପରିବା ହେଉଛି ମୂଳା (Radish)। ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ, ବିଶେଷକରି ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ସେବନ କରନ୍ତୁ।  ତେବେ, ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ। 

Advertisement
Radish Benefits: ମୂଳା ଖାଇଲେ ମିଳିଥାଏ ଏହି ଯାଦୁକରୀ ଲାଭ, ଜାଣିଲେ ଆଜିଠାରୁ ଖାଇବା ଆରମ୍ଭ କରିଦେବେ
Stop
Zee Odisha Desk|Updated: Dec 06, 2023, 05:02 PM IST

Radish Benefits: ଶୀତ ଦିନିଆ ପରିବା ହେଉଛି ମୂଳା (Radish)। ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ, ବିଶେଷକରି ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ସେବନ କରନ୍ତୁ। ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା ଅଟେ। ମୂଳା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରକ୍ତହୀନତାକୁ ଦୂର କରିଥାଏ। ତେବେ, ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ। 

ଆପଣଙ୍କୁ ଥଣ୍ଡା ଏବଂ କାଶରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରେ:
 
ଲୋକମାନେ ସାଧାରଣତଃ ସାଲାଡରେ ମୂଳା ଖାଇବାକୁ ପସନ୍ଦ କରୁଥିବାବେଳେ କେତେକ ଏହାକୁ ପାଟା କିମ୍ବା ଭଜା କରି ଖାଇବାକୁ ପସନ୍ଦ କରନ୍ତି। ମୂଳା ହେଉଛି ଏକ ପନିପରିବା ଯେଉଁଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଫସଫରସ୍ ଏବଂ କ୍ୟାଲସିୟମ୍ ଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶୀତଦିନେ ମୂଳା ଖାଇବା ଦ୍ୱାରା କାଶ, ଥଣ୍ଡା ଇତ୍ୟାଦି ଆପଣଙ୍କ ପାଖ ମାଡେ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଶୀତଦିନେ ମୂଳା ଖାଇବାକୁ ପରାମର୍ଶ ଦିଅନ୍ତି।

ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ:
ସ୍ବାସ୍ଥ୍ୟ ,ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୁଏ, ଲୋକମାନେ ଶୀଘ୍ର ସଂକ୍ରମିତ ହେବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରତିଦିନ ମୂଳା ଖାଇପାରିବେ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ,  ମୂଳା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। ଆହୁରି ମଧ୍ୟ, ପ୍ରତିଦିନ ମୂଳା ଖାଇବା ଦ୍ୱାରା ହୃଦଘାତ ଏବଂ ଧମନୀ ରୋଗ ହେବାର ଆଶଙ୍କା କମିଯାଏ । ଏଥି ସହିତ, ମଧୁମେହରେ ପୀଡିତ ଲୋକମାନେ ମଧ୍ୟ ମୂଳା ଖାଇବା ଉଚିତ୍ । ଏଥିରେ ଥିବା ଉପାଦାନଗୁଡ଼ିକ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ। ଏହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ତଥାପି, ଏହାକୁ ଖାଇବା ପୂର୍ବରୁ ଜଣେ ଡାକ୍ତରଙ୍କ ସହିତ ମଧ୍ୟ ପରାମର୍ଶ ନେବା ଉଚିତ୍ ।

ମୂଳା ଜୁସ୍ ପିଇଲେ ମିଳେ, ଏସବୁ ଫାଇଦା:
ମୂଳା ଜୁସ୍ ପିଇଲେ ଶରୀରକୁ ଆଶ୍ଚର୍ଯ୍ୟ ଜନକ ଫାଇଦା ମିଳିଥାଏ। ଯେଉଁମାନଙ୍କର ଲୋ ବିପି(  ନିମ୍ନ ରକ୍ତଚାପ) ଅଛି। ସେମାନେ ମୂଳା ଖାଇବା ଦ୍ବାରା ବହୁତ ଫାଇଦା ମିଳିଥାଏ। ମୂଳାରେ ମିଳୁଥିବା ସୋଡିୟମ୍ ଆପଣଙ୍କ ଶରୀରରେ ଲୁଣର ଅଭାବ ପୂରଣ କରିବାରେ ସାହାଯ୍ୟ କରେ । ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମୂଳା ରସ ପିଇବା ଆପଣଙ୍କ ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିଥାଏ । ଏହା ଆପଣଙ୍କୁ ଗ୍ୟାସ୍ ଏବଂ ଅମ୍ଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

{}{}