Hindi News >>Home >>Odisha LifeStyle and Others

GII: ଇନୋଭେସନ କ୍ଷେତ୍ରରେ ବଢୁଛି ଭାରତର ଗୌରବ, ଦେଶରେ ଦ୍ୱିଗୁଣିତ ହେଲା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍

Global Innovation Index: ଇନୋଭେସନ କ୍ଷେତ୍ରରେ ୪୦ତମ ରାଙ୍କ ହାସଲ କରିଛି ଭାରତ । ଏହାସହିତ ଭାରତରେ ଏବେ ୟୁନିକର୍ଣ୍ଣ ଷ୍ଟାର୍ଟଅପ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବେଙ୍ଗାଳୁରୁରେ ଆୟୋଜିତ ଏସିଆ ମହାଦେଶର ସବୁଠାରୁ ବଡ଼ ଟେକ୍ ସମିଟ ଆୟୋଜିତ ହୋଇଛି । ଭର୍ଚ୍ଚୁଆଲରେ ପ୍ରଧାନମନ୍ତ୍ରୀ ସମ୍ମିଳନୀର ଉଦଘାଟନ କରିବା ସହ ଉଦ୍ଭାବନ କ୍ଷେତ୍ରରେ ଭାରତ ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରିଥିବା କହିଛନ୍ତି ।  

Advertisement
GII: ଇନୋଭେସନ କ୍ଷେତ୍ରରେ ବଢୁଛି ଭାରତର ଗୌରବ, ଦେଶରେ ଦ୍ୱିଗୁଣିତ ହେଲା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍
Stop
PRAKASH RANJAN PARIDA|Updated: Nov 16, 2022, 10:35 PM IST

Global Innovation Index: ଉଦ୍ଭାବନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ( Global innovation index 2022 ) ରେ ଭାରତ ଏବେ ୪୦ ତମ ରାଙ୍କ ହାସଲ କରିଛି । ବୁଧବାର ବେଙ୍ଗାଳୁରୁରେ ଆୟୋଜିତ ବିଶାଳ ଟେକ୍ ସମିଟକୁ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି । ଦେଶରେ ଏବେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ (Unicorn Startup) ଦ୍ୱିଗୁଣିତ ହୋଇଛି । 

 ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ୱିଗୁଣିତ

ପ୍ରଧାନମନ୍ତ୍ରୀ ପ୍ରି-ରେକର୍ଡେଡ ଭିଡିଓ ଜରିଆରେ ଭାରତରେ ଷ୍ଟାର୍ଟଅପ ବିକାଶକୁ ନେଇ ଖୁସି ପ୍ରକାଶ କରିଛନ୍ତି । ୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୧ ତମ ସ୍ଥାନରେ ରହିଥିଲା । ଏବେ ଭାରତ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ କ୍ଷେତ୍ରରେ ୪୦ ତମ ରାଙ୍କ ହାସଲ କରିପାରିଛି । ଏହାସହିତ ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଯାହା ଭାରତର ଭବିଷ୍ୟତ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ପ୍ରତି ପ୍ରାନ୍ତରରେ ପ୍ରତିଭାବାନ ଯୁବବର୍ଗର ଉନ୍ମେଷ ହେବାରେ ଲାଗିଛି । ଭାରତର ଯୁବଶକ୍ତି ପ୍ରତିଭା ଓ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମତାରେ ସାରା ବିଶ୍ୱ ପାଇଁ ନୂଆ ଆଶା ସଂଚାର କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ଏକ ବିକଶିତ ଭାରତ ନିର୍ମାଣର ମୂଳ ପୁଞ୍ଜି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । 

ବେଙ୍ଗାଳୁରୁରେ ଟେକନୋଲୋଜି ସମିଟ-୨୦୨୨ ଆରମ୍ଭ

ବୁଧବାର ବେଙ୍ଗାଳୁରୁରେ ଟେକନୋଲୋଜି ସମିଟ-୨୦୨୨ (BTS-2022) ଆରମ୍ଭ ହୋଇଛି । ଏହି ଇଭେଣ୍ଟ ୩ ଦିନ ଧରି ଚାଲିବ । ଏଥିରେ ଲୋକାଲ ଓ ଗ୍ଲୋବାଲ ଟେକ୍ନୋଲୋଜିର ମହାମିଳନ ଘଟିଛି । ବିଦେଶୀ ନିବେଶକଙ୍କ ସଂଖ୍ୟା ବୃଦ୍ଧି ସହ ଭାରତୀୟ ଷ୍ଟାର୍ଟଅପରେ ନିବେଶ ପାଇଁ ଉତ୍ସାହିତ ହେଉଛନ୍ତି ବିଦେଶୀ ନିବେଶକ । 

ଭାରତରେ ଗରିବୀ ବିରୋଧରେ ବଡ଼ ଅସ୍ତ୍ର ହେବାକୁ ଯାଉଛି ଟେକ୍ନୋଲୋଜି 

ନୂଆ ଯୁଗର ଟେକ୍ନୋଲୋଜି ଭାରତରେ ଗରିବୀ ବିରୋଧରେ ବଡ଼ ଅସ୍ତ୍ର ହେବାକୁ ଯାଉଛି ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତରେ ସ୍ୱାମୀତ୍ୱ ଯୋଜନାର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଯୋଜନାରେ ଡ୍ରୋନ ମାଧ୍ୟମରେ ଗ୍ରାମୀଣ ଜମିର ମ୍ୟାପିଂ ହେଉଛି । କୃଷିଠାରୁ ଆରମ୍ଭ କରି ଶିଳ୍ପ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ ହୋଇ ସାରିଛି ।  

 ୟୁନିକର୍ଣ୍ଣ ଷ୍ଟାର୍ଟଅପ କଣ ?

ୟୁନିକର୍ଣ୍ଣ ସେହି ଷ୍ଟାର୍ଟଅପ୍ କମ୍ପାନିକୁ କୁହାଯାଏ ଯାହାର କ୍ୟାପିଟାଲ କ ବିଲିୟନ ଡଲାର ($1 billion)ରୁ ଅଧିକ। ଯେକୌଣସି ଘରୋଇ ଷ୍ଟାର୍ଟଅପ୍ କମ୍ପାନିର ମୂଲ୍ୟ ଏକ ବିଲିୟନ ଡଲାର ଅତିକ୍ରମ କଲେ ଏହାକୁ ଏକ ୟୁନିକର୍ଣ୍ଣ କୁହାଯାଇଥାଏ । ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଉପାୟରେ ଆବଶ୍ୟକତାର ପୂରଣ ପାଇଁ ନୂତନ ଉଦ୍ୟୋଗ କିମ୍ବା ଉତ୍ପାଦକୁ ଷ୍ଟାର୍ଟଅପ୍ କୁହାଯାଇଥାଏ । ଏହା ଏକ କମ୍ପାନି ଯାହା ଏକକ କିମ୍ବା ଏକାଧିକ ବ୍ୟକ୍ତି ସହଭାଗିତାରେ କାରବାର ହୋଇପାରେ  ।

ଷ୍ଟାର୍ଟଅପ ଇଣ୍ଡିଆ ଜରିଆରେ ପ୍ରୋତ୍ସାହନ ଦେଉଛନ୍ତି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ୨୦୧୫ରେ ପ୍ରଥମଥର ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ବିଷୟରେ କହିଥିଲେ। ଦିଲ୍ଲୀର ବିଜ୍ଞାନ ଭବନରୁ ୧୬ ଜାନୁଆରୀ ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। ଯଦିଓ ୨୦୧୫ ପୂର୍ବରୁ ଭାରତରେ କିଛି ଷ୍ଟାର୍ଟଅପ୍ କମ୍ପାନି ସଫଳ ହୋଇପାରିଥିଲେ । ଯେପରିକି TCS, Infosys ଇତ୍ୟାଦି ।

Read More
{}{}