PHOTOS

Saturday Remedies: ଶନିବାର ଭୁଲରେ ବି କିଣିକି ଆଣନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ୍ ପଡିବ ଶନିଙ୍କ କୋପ!

Saturday Remedies: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଓ କର୍ମର ଦେବତା ବୋଲି ବିବେଚାନ କରାଯାଏ। ଶନିଦେବଙ୍କୁ ପ୍ରତ୍ୟକ ଦିନ ପୂଜା କରାଯାଇପାରିବ । ଶନିବାର ଶନିଙ୍କ ଲାଗି ସମର୍ପିତ ହୋଇଥାଏ । ଯଦି ଏହି ଦିନ ଶନିଙ୍କୁ ବିଶେଷ ଭାବରେ ପୂଜା କରାଯାଏ। ତେବେ, ଶନିଦେବ ପ୍ରସନ୍ନ ହେବା ସହ କୃପା ବର୍ଷା କରିନ୍ତି। ଯଦି ଆପଣଙ୍କ ଉପରେ ଶନିଦେବ ପ୍ରସନ୍ନ ହୁଅନ୍ତି । ତେବେ, ସମସ୍ତ ସୁଖ ସମୃଦ୍ଧି ଜୀବନରେ ପ୍ରାପ୍ତ କରିବା ସହ ରାଜସୁଖ ପାଇବେ ବୋଲି ବିଶ୍ବାସ ରହିଛି। କିନ୍ତୁ ଶନିବାର ଦିନ ଏଭଳି କିଛି କାର୍ଯ୍ୟ ଅଛି । ଯାହା କରିବା ଦ୍ବାରା ଶନିଦେବ କ୍ରୋଧିତ ହୁଅନ୍ତି । ତେବେ, ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ। 

Advertisement
1/5

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ପୂର୍ବ କିମ୍ବା ଉତ୍ତର ଦିଗକୁ ଯାତ୍ରା କରନ୍ତୁ ନାହିଁ। ଯଦି ଜରୁରୀ ଥାଏ, ତେବେ, ଯାତ୍ରା କରନ୍ତୁ । ନଚେତ୍ ଏହାକୁ ସ୍ଥଗିତ ରଖନ୍ତୁ। ଯଦି ଆପଣ ଶନିବାର ଦିନ ଏହା କରୁଛନ୍ତି , ଦୁର୍ଘଟଣା କିମ୍ବା କୌଣସି ବଡ଼ ସମସ୍ୟାରେ ଶିକାର ହୋଇପାରନ୍ତି। ଯାହା ଆପଣଙ୍କ ଘରର ସୁଖ ସମୃଦ୍ଧି ଉପରେ ପ୍ରଭାବ ପକାଇବ। 

ALSO READ: Raksha Bandhan 2024: ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Shani Dev: ଆପଣଙ୍କ ରାଶିରେ ପଡିଛି କି ଶନିଦଶା? କରନ୍ତୁ ଏହିସବୁ ଉପାୟ, ଶୁଭଫଳ ଦେବେ ଶନିଦେବ!

2/5

ସେହିପରି ଶନିବାର ଦିନ କଳା ରାଶି  ଓ ସୋରିଷ ତେଲ କିଣନ୍ତୁ ନାହିଁ। ଏହା କରିବା ଦ୍ବାରା ଶନିଙ୍କ କୋପଦୃଷ୍ଟି ପଡିବା । ଶନିବାର ଦିନ କଳା ରାଶି ଓ ସୋରିଷ ତେଲ କିଣିକି ଘରକୁ ଆଣିବା ଦ୍ବାରା ଦ୍ରାରିଦ୍ରତା ମାଡି଼ ଆସେ ବୋଲି ବିଶ୍ବାସ ରହିଛି । ଯେତେ ଧନ ଓ ଟଙ୍କା ଉପାର୍ଜନ କଲେ ସଂଚୟ ହେବ ନାହିଁ।  

 

3/5

ଶନିବାର ଦିନ ଭୁଲରେ ମଧ୍ୟ କୌଣସି ପ୍ରକାର ଲୁହା ସାମଗ୍ରୀ କ୍ରୟ କରି ଘରକୁ ଆଣନ୍ତୁ ନାହିଁ। ଲୁହା ସାମଗ୍ରୀକୁ ଦାନ ଆକାରରେ ଦେଇ ପାରିବେ। କିନ୍ତୁ ଲୁହା ଜିନିଷ କିଣିକି ଘରକୁ ଆଣିବା ଦ୍ବାରା ଶନିଙ୍କ ଆକ୍ରୋଷର ଶିକାର ହେବାକୁ ପଡିଥାଏ। ଏବଂ ଶନିଦଶା ପଡିଥାଏ ବୋଲି ବିଶ୍ବାସ ରହିଛି। 

 

4/5

ଶନିବାର ଦିନ ଘରକୁ କୌଣସି ପ୍ରକାର ଜୋତା କିମ୍ବା କଳା ରଙ୍ଗର ଚପଲ କାହାଠାରୁ ଉପହାର ସ୍ବରୂପ ଗ୍ରହଣ କରନ୍ତୁ ନାହିଁ। ଏହା କରିବା ଦ୍ବାରା ଶନିଦଶା ପଡିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। କିନ୍ତୁ ଶନିବାର ଦିନ ଅସହାୟଙ୍କୁ ଜୋତା, ଚପଲ ଦାନ ଆକାରରେ ଦେଇପାରିବେ। 

 

5/5

ସେହିପରି ଶନିବାର ଦିନ କଳା ରଙ୍ଗର ଛତା ମଧ୍ୟ କିଣିକି ଘରକୁ ଆଣିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରବେଶ ଗୃହରେ ହୋଇଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)





Read More