PHOTOS

Shukra Aditya Yoga 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରା ଆଦିତ୍ୟ ଯୋଗ, ଆରମ୍ଭ ହେଲା ଶୁଭ ସମୟ, ଆକସ୍ମିକ ଧନଲାଭର ରହିଛି ଯୋଗ !

Shukra Aditya Yoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ବର୍ତ୍ତମାନ ବୃଷ ରାଶିରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର ଏବଂ ଆନନ୍ଦର କାରକ କୁହାଯାଉଥିବା ଶୁକ୍ର ବିରାଜମାନ ଥିବା ବେଳେ ସେହି ରାଶିରେ ଆସନ୍ତାକାଲି ସକାଳ ୯ଟା ୪୬ ମିନିଟ୍ ସମୟରେ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ସୂର୍ଯ୍ୟଙ୍କ ମିଳନ ଶୁକ୍ରା ଆଦିତ୍ୟ ଯୋଗ ସୃଷ୍ଟି କରୁଛି । ଦିର୍ଘ ୧୨ ବର୍ଷ ପରେ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି। ଏହି ସଂଯୋଗ କିଛି ରାଶିର ଭାଗ୍ୟ ପରିବର୍ତ୍ତନ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Advertisement
1/5

ବୃଷ ରାଶି:  ଶୁକ୍ରା ଆଦିତ୍ୟ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକାଇବ।  ଆର୍ଥିକ ସ୍ଥିତି ମଜବୁତ୍ ହେବା । କ୍ୟାରିୟରକୁ ନେଇ କୌଣସି ଖୁସିଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦରମା ବୃଦ୍ଧି ହେବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।  କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି। କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ସରକାରୀ ଚାକିରି ଆଶାରେ ରହିଛନ୍ତି ସେମାନଙ୍କ ସ୍ବପ୍ନ ଖୁବଶିଘ୍ର ପୂରଣ ହୋଇପାରେ। ଚେଷ୍ଟା ଜାରି ରଖନ୍ତୁ। ଏହି ରାଜଯୋଗ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଭଲ ଫଳାଫଳ ଦେବ।

 

2/5

ମିଥୁନ ରାଶି: ଶୁକ୍ରା ଆଦିତ୍ୟ ଯୋଗ  ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟାଇବ। ବିଶେଷକରି, ଆପଣଙ୍କ ଜୀବନରେ ଆର୍ଥିକ ସମୃଦ୍ଧି ଆସିବ। ବ୍ୟବସାୟରେ ଆୟ ବହୁଗୁଣିତ ହେବାର ସମ୍ଭାବନା ଅଛି । ବନ୍ଧୁ ଓ ପରିବାର ଲୋକଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଉତ୍ତମ ଫଳ ପାଇବେ। ବେକାରିମାନେ ଚାକିରି ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ। ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ। ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଆଇଟି କ୍ଷେତ୍ରରେ ଜଡ଼ତ ବ୍ୟକ୍ତି ବିଶେଷ ବିଦେଶରେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। 

3/5

ସିଂହ ରାଶି:  ଶୁକ୍ରା ଆଦିତ୍ୟ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦ ଦୂର ହେବ। ଯଦି ଆପଣ ଏହି ସମୟରେ ସମ୍ପତ୍ତି କିମ୍ବା ଯାନ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସ୍ୱପ୍ନ ମଧ୍ୟ ପୂରଣ ହେବ। ବ୍ୟବସାୟରେ ଟଙ୍କା ବିନିଯୋଗ କରି ଆପଣ କେବଳ ଲାଭ ପାଇବେ। ଆପଣ ଏହି ସମୟରେ ଆପଣଙ୍କ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଭଲ ଖବର ପାଇବେ। ନବବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅନକୂଳ ରହିଛି।  ଭାଙ୍ଗିଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି ହେବ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଣୁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। 

 

4/5

ମକର ରାଶି:  ଆସନ୍ତାକାଲି ଠାରୁ ଏହି ରାଶି ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି।  ଅଧା ରହିଥିବା କାର୍ଯ୍ୟ ପୂରା ସମ୍ପୁର୍ଣ୍ଣ ହେବ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଦରମା ବଢିବା ସହ ଆୟ ବଢିବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କେଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ଯଦି ଆପଣ କେଉଁଠି ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଏହା ହେଉଛି ଶୁଭ ସମୟ । ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ। 

5/5

ମୀନ ରାଶି:   ଆସନ୍ତାକାଲି ଠାରୁ ଏହି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ ପାଇବେ। କଠିନ ପରିଶ୍ରମର ଫଳ ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବା ସହ ବ୍ୟବସାୟୀମାନେ ଲାଭବାନ୍ ହେବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)