Hindi News >>Home >>Odisha LifeStyle and Others

Oil Health Benefits: ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!

Oil Health Benefits: ଆଜିର ବ୍ୟସ୍ତମୟ ଜୀବନରେ ଅନେକ ଲୋକଙ୍କ ପାଖରେ ନିଜ ପ୍ରତି ଧ୍ୟାନ ଦେବା ପାଇଁ ସମୟ ନାହିଁ । ଏଭଳି ପରିସ୍ଥିତିରେ ନା ତ ନିୟମିତ ବ୍ୟାୟାମ ହୋଇପାରୁଛି, ନା ଯୋଗ-ପ୍ରାଣାୟାମ । ଏହା ସହ ଆମେ ବ୍ୟସ୍ତମୟ ଜୀବନ ମଧ୍ୟରେ ସକାଳେ ଚଲାବୁଲା ମଧ୍ୟ କରିପାରୁ ନାହିଁ । 

Advertisement
Oil Health Benefits: ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!
Stop
Zee Odisha Desk|Updated: Dec 16, 2022, 08:22 AM IST

Oil Health Benefits: ଆମେ ସମସ୍ତେ ସୁସ୍ଥ ରହିବାକୁ ଚାହୁଁ । କାରଣ କେବଳ ସୁସ୍ଥ ରହିବା ଦ୍ୱାରା ଆମେ ସମସ୍ତେ ନିଜ ନିଜର ସମସ୍ତ ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିପାରିବା । ସୁସ୍ଥ ରହିବାକୁ ଆମେ ସମସ୍ତେ ଚେଷ୍ଟା କରିଥାଉ । ଏହା ସତ୍ତ୍ୱେ ଅନେକ ଥର ସୁସ୍ଥ ଶରୀର ପାଇବା ଆମ ପାଇଁ ଏକ ସ୍ୱପ୍ନ ହୋଇ ରହିଯାଏ । ଆଜିର ବ୍ୟସ୍ତମୟ ଜୀବନରେ ଅନେକ ଲୋକଙ୍କ ପାଖରେ ନିଜ ପ୍ରତି ଧ୍ୟାନ ଦେବା ପାଇଁ ସମୟ ନାହିଁ । ଏଭଳି ପରିସ୍ଥିତିରେ ନା ତ ନିୟମିତ ବ୍ୟାୟାମ (Exercise) ହୋଇପାରୁଛି, ନା ଯୋଗ-ପ୍ରାଣାୟାମ (Yoga Pranayam) । ଏହା ସହ ଆମେ ବ୍ୟସ୍ତମୟ ଜୀବନ ମଧ୍ୟରେ ସକାଳେ ଚଲାବୁଲା (Morning Walk) ମଧ୍ୟ କରିପାରୁ ନାହିଁ । କିନ୍ତୁ କିଛି ଉପାୟ ଅଛି, ଯାହା ମାଧ୍ୟମରେ ଆମେ ଆମର ସ୍ୱାସ୍ଥ୍ୟକୁ ସଠିକ୍ ଭାବରେ ବଜାୟ ରଖିପାରିବା । ଏହାସହ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବା । 

ବିଶେଷକରି ଆୟୁର୍ବେଦରେ ଏଭଳି ଅନେକ ପଦକ୍ଷେପ କୁହାଯାଇଛି, ଯାହା ଆମକୁ ସୁସ୍ଥ ଶରୀର (Healthy Body) ପାଇବାରେ ସାହାଯ୍ୟ କରିଥାଏ । କେବଳ ଏହି ଉପାୟଗୁଡ଼ିକ ଲାଭଦାୟକ ନୁହେଁ, ସେଗୁଡିକ ବ୍ୟବହାର କରିବା ମଧ୍ୟ ସହଜ ଅଟେ । ଯେତେବେଳେ ପୁରୁଷଙ୍କ ସ୍ୱାସ୍ଥ୍ୟ କଥା ଆସେ, ଅଧିକାଂଶ ପୁରୁଷ ଏହା ପ୍ରତି ଉଦାସୀନ ରୁହନ୍ତି । ସେମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେଉନାହାଁନ୍ତି, ଏପରି ପରିସ୍ଥିତିରେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଏହା ପୁରୁଷଙ୍କ ସ୍ୱାସ୍ଥ୍ୟର ବିଷୟ ତେବେ ସେମାନଙ୍କର ଯୌନ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ହେବ । ଆଜି ଆମେ ଆପଣଙ୍କୁ ପୁରୁଷମାନଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ଏକ ବିଶେଷ ଉପଚାର କହୁଛୁ ।

ନାଭିରେ ତେଲ ଲଗାଇବାର ଅନେକ ଲାଭ ବିଷୟରେ ଆପଣ ଜାଣିଥିବେ । ପିଲାଦିନରେ ଘରର ବୟସ୍କମାନେ ପ୍ରାୟତଃ ନାଭିରେ ତେଲ ଲଗାଉଥିଲେ ଓ ପରେ ସେମାନେ ଏପରି କରିବାକୁ ଆମକୁ ମଧ୍ୟ କହୁଥିଲେ । କିନ୍ତୁ ଯେତେବେଳେ ଆମେ ବଡ଼ ହୋଇଗଲୁ, ଏହି କାମଟି କରିବା ପାଇଁ ଆମ ପାଖରେ ସମୟ ରହିଲା ନାହିଁ କିମ୍ୱା ବ୍ୟସ୍ତତା ମଧ୍ୟରେ ଭୁଲି ଗଲୁ । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଆୟୁର୍ବେଦ ଅନୁଯାୟୀ, ନାଭିରେ ତେଲ ପକାଇବା କିମ୍ୱା ଲଗାଇବାର ଅନେକ ଲାଭ ଅଛି । ବିଶେଷକରି ବିବାହିତ ପୁରୁଷମାନଙ୍କ ପାଇଁ ନାଭିରେ ତେଲ ଲଗାଇବା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପଚାର ହୋଇପାରେ ।

ଏହା ବି ପଢ଼ନ୍ତୁ:-ଫିଫା ବିଶ୍ୱକପର ବିଜେତା ଓ ରନର୍ ଅପ୍ ଦଳକୁ କେତେ ମିଳିଥାଏ ପୁରୁସ୍କାର ରାଶି, ଜାଣି ଉଡ଼ିଯିବ ଆପଣ ହୋସ୍! ଆଖପାଖରେ ନାହିଁ IPL

ଏହା ବି ପଢ଼ନ୍ତୁ:-ବାଂଲାଦେଶ ସିରିଜ ମଝିରେ ଅବସର ନେବେ ଟିମ୍ ଇଣ୍ଡିଆର ଏହି ଖେଳାଳି! ଏଣିକି ଦଳରେ ଆଉ ସୁଯୋଗ ମିଳିବା ଅସମ୍ଭବ

ଏହା ବି ପଢ଼ନ୍ତୁ:-ବାହାଘର ପାଇଁ ଚାପ ପକାଇଲେ ବୋଲି ଗର୍ଲଫ୍ରେଣ୍ଡକୁ ଭୁବନେଶ୍ୱରରୁ ନେଇଗଲା ସୁରତ, ୪୯ ଥର ଛୁରୀ ଭୁଷି କଲା ହତ୍ୟା

ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅବରାର ମୁଲତାନି କହିଛନ୍ତି ଯେ, ରାତିରେ ନାଭି (Navel) ରେ ସୋରିଷ ତେଲ (Mustard Oil) ଲଗାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ନାଭି (Navel) ଆମ ଶରୀରର କେନ୍ଦ୍ର ଅଟେ, ଏହାକୁ ସୁସ୍ଥ ରଖିବା ଦ୍ୱାରା ଆପଣ ଶରୀରକୁ ସୁନ୍ଦର ଓ ସୁସ୍ଥ ରଖିପାରିବେ । ତଥାପି, ସୋରିଷ ତେଲ ବ୍ୟତୀତ ଆପଣ ନଡିଆ ତେଲ (Coconut Oil), ଅଲିଭ୍ ତେଲ (Olive Oil), ଲେମ୍ବୁ ତେଲ (Lemon Oil), ନିମ୍ ତେଲ (Neem Oil) ମଧ୍ୟ ଲଗାଇ ପାରିବେ । ଆସନ୍ତୁ ଜାଣିବା ନାଭିରେ ତେଲ ଲଗାଇବାର ଲାଭ ।

ନାଭି ଆମର ପ୍ରଜନନ ପ୍ରଣାଳୀ ସହିତ ଜଡିତ । ଯଦି ଆପଣଙ୍କ ନାଭିରେ ମଇଳା ଓ କ୍ଷତିକାରକ ଜୀବାଣୁ ଜମା ହୁଏ, ତେବେ ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ସମୟରେ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ଲଗାନ୍ତୁ । ଏହା ଆପଣଙ୍କର ନାଭିକୁ ସଫା କରିବ । ଫଳସ୍ୱରୂପ ପ୍ରଜନନ କ୍ଷମତା ବଢ଼ିବ ଓ ଶୁକ୍ରାଣୁ ବୃଦ୍ଧି ପାଇବ ।

ନାଭିରେ ତେଲ ଲଗାଇବାର ଅନ୍ୟାନ୍ୟ ଲାଭ:

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ନାଭିରେ ତେଲ ଲଗାଇବା ମଧ୍ୟ ନିମ୍ନଲିଖିତ ଲାଭ ପ୍ରଦାନ କରିଥାଏ ।

୧. ନାଭିରେ ତେଲ ଲଗାଇବାରୁ ମହିଳାମାନେ ଋତୁସ୍ରାବ ଯନ୍ତ୍ରଣାରୁ କିଛି ମାତ୍ରାରେ ଆରାମ ପାଆନ୍ତି ।

୨. ଯଦି ଆପଣଙ୍କ ମୁହଁରେ ବ୍ରଣ ଥାଏ, ତେବେ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାନ୍ତୁ ।

୩. ମହିଳାମାନଙ୍କରେ ହରମୋନ୍ ସନ୍ତୁଳିତ ରଖିବା ପାଇଁ ନଡ଼ିଆ ତେଲକୁ ନାଭିରେ ଲଗାଇବା ଉଚିତ୍ ।

୪. ପେଟ ଯନ୍ତ୍ରଣା, ପାଚନ କ୍ରିୟାରେ ସମସ୍ୟା, ଡାଇରିଆ ଇତ୍ୟାଦି ପାଇଁ ସୋରିଷ ତେଲ ନାଭିରେ ଲଗାଇପାରିବେ ।

୫. ନାଭିରେ ବାଦାମ ତେଲ ଲଗାଇବା ଦ୍ୱାରା ଚର୍ମର ରଙ୍ଗ ଭଲ ହୋଇଥାଏ ।

୬. ନାଭିରେ ସୋରିଷ ତେଲ ଲଗାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।

୭. ପ୍ରତିଦିନ ନାଭିରେ ତେଲ ଲଗାଇବା ଦ୍ୱାରା ଓଠ ନରମ ଓ ଗୋଲାପୀ ହୋଇଥାଏ ।

{}{}