Hindi News >>Home >>Odisha LifeStyle and Others

New DoT Policy: ବଦଳିଲା DoT ପଲିସୀ, ଭାରତ ସୀମାନ୍ତରେ ବି ମିଳିବ ଉନ୍ନତ କନେକ୍ଟିଭିଟି

Reliance Jio, Airtel, BSNL, ଓ Vodafone Idea ପରି ଟେଲିକମ୍ କମ୍ପାନି ଗୁଡିକ ଏବେ ଭାରତର ଆନ୍ତର୍ଜାତୀକ ସୀମାରେ ଅବସ୍ଥିତ ଅଞ୍ଚଳରେ ସେମାନଙ୍କର ସେବା ଆରମ୍ଭ କରିପାରିବେ। ଭାରତର ସରକାର ପୁରୁଣା ନିୟମରେ କିଛି ପରିବର୍ତ୍ତନ କରିବା ସହିତ ଟେଲିକମ୍ କମ୍ପାନି ଗୁଡ଼ିକର ଆବେଦନକୁ ଅନୁମୋଦନ କରିଛନ୍ତି । 

Advertisement
New DoT Policy: ବଦଳିଲା  DoT  ପଲିସୀ, ଭାରତ ସୀମାନ୍ତରେ ବି ମିଳିବ ଉନ୍ନତ କନେକ୍ଟିଭିଟି
Stop
PRAKASH RANJAN PARIDA|Updated: Aug 25, 2022, 09:27 PM IST

New DoT Policy: ଭାରତର ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଭାରତର ସୀମାନ୍ତରେ ରହୁଥିବା ଲୋକମାନେ ମଧ୍ୟ ଉନ୍ନତ ଟେଲିକମ୍ ସେବାର ସୁବିଧା ପାଇପାରିବେ । କାରଣ ଲେହ, ଲଦାଖ, ଜମ୍ମୁ କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶ ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ସେବା ଆରମ୍ଭ କରିବାକୁ ଟେଲିକମ୍ କମ୍ପାନି ଗୁଡିକର ଆବେଦନକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । 

ଭାରତ ସରକାର ଏଥିପାଇଁ ପ୍ରଯୁଜ୍ୟ କଠିନ ସର୍ତ୍ତ ଗୁଡ଼ିକରେ କିଛି ପରିବର୍ତ୍ତନ କରିଛନ୍ତି। ଟେଲିକମ୍ ବିଭାଗ, ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବା ପରେ ଟେଲିକମ୍ ସେବା ପ୍ରଦାନକାରୀ (TSPs)କୁ ଆନ୍ତର୍ଜାତୀକୁ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ସିମ୍ ସଂଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । 

UASL  ସର୍ତ୍ତାବଳୀରେ ସଂଶୋଧନ

ଟେଲିକମ୍ ମନ୍ତ୍ରାଳୟ ଏ ବିଷୟରେ ସୂଚନା ଜାରି କରିଛି । ଏଣିକି ଭାରତର ବିଭିନ୍ନ ଟେଲିକମ୍ କମ୍ପାନି ସୀମା ନିକଟରେ ରହୁଥିବା ଲୋକଙ୍କୁ ନେଟୱାର୍କ ସଂଯୋଗ ଯୋଗାଇବାରେ ସକ୍ଷମ ହୋଇପାରିବେ । ଟେଲିକମ୍ ମନ୍ତ୍ରାଳୟ, ଭାରତ ସରକାର ଏଥିପାଇଁ ୟୁନିଫାଏଡ୍ ଆକ୍ସେସ୍ ସର୍ଭିସେସ୍ ଲାଇସେନ୍ସ ଚୁକ୍ତିନାମା (UASL)ର ସର୍ତ୍ତାବଳୀରେ ସଂଶୋଧନ କରିଛନ୍ତି।

ଏହି ସଂଶୋଧନ ପରେ ବର୍ତ୍ତମାନ ଭାରତୀୟ କମ୍ପାନି ଜିଓ, ​​ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ଭଳି ସମସ୍ତ କମ୍ପାନି ଲେହ, ଲଦାଖ, ଜମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ, ଉତ୍ତରାଖଣ୍ଡ ଓ ରାଜସ୍ଥାନ ସୀମା ଅଞ୍ଚଳରେ ସେମାନଙ୍କର ନେଟୱର୍କ ଆରମ୍ଭ କରିବାକୁ ସକ୍ଷମ ହେବେ। ସୀମାରେ ରହୁଥିବା ଉପଭୋକ୍ତାଙ୍କୁ ଅନେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ମିଳିବାକୁ ଯାଉଛି । ଯାହା ପୂର୍ବରୁ ଉପଭୋକ୍ତାକୁ ସହଜରେ ମିଳିପାରୁନଥିଲା । 

ଏବେ ସେନାଠାରୁ ମଧ୍ୟ ଅନୁମତି ନେବା ଆବଶ୍ୟକ ନାହିଁ

ଏଣିକି ଭାରତର ଆନ୍ତର୍ଜାତୀକ ସୀମାରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଟେଲିକମ୍ ସେବା ଆରମ୍ଭ କରିବା ପାଇଁ କମ୍ପାନି ଗୁଡ଼ିକୁ ସେନାର ଅନୁମତି ନେବା ଆବଶ୍ୟକ ହେବ ନାହିଁ । ପୂର୍ବରୁ ସେନା ଅନୁମୋଦନ ଏବଂ ସେମାନଙ୍କ ଦ୍ୱାରା ସମୀକ୍ଷା ବାଧ୍ୟତାମୂଳକ ଥିଲା । ବର୍ତ୍ତମାନ ସରକାର ଏହି ସର୍ତ୍ତଗୁଡିକୁ ହଟାଇ ଦେଇଛନ୍ତି। ଭାରତର ବର୍ତ୍ତମାନ ଟେଲିକମ୍ କମ୍ପାନି ଗୁଡିକ ପାଇଁ ଆନ୍ତର୍ଜାତୀକ ସୀମାରେ ସେମାନଙ୍କର ନେଟୱର୍କ ଆରମ୍ଭ କରିବା ପାଇଁ ସେନାର ଅନୁମୋଦନ ଆବଶ୍ୟକ ପଡ଼ିବ ନାହଁ । 

ଏଭଳି ପରିସ୍ଥିତିରେ, ଯଦି ଆପଣ ବାଂଲାଦେଶ, ଚୀନ୍ କିମ୍ବା ପାକିସ୍ଥାନର ସୀମାନ୍ତ ଅଞ୍ଚଳରେ ରହୁଛନ୍ତି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ବର୍ତ୍ତମାନ ଆପଣ ଜିଓ, ​​ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ର ପ୍ରିପେଡ୍ ସିମ୍ ମଧ୍ୟ ବ୍ୟବହାର କରିପାରିବେ। ପୂର୍ବରୁ ସୀମାନ୍ତବାସୀ ମୋବାଇଲ କନେକସନ ପାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଅନେକ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଇଣ୍ଟରନେଟ ବ୍ୟବହାର କରିବା କାଠିକର ପାଠ ହେଉଥିଲା । 

ଏହାବି ପଢ଼ନ୍ତୁ: କାର୍ ଭିତରେ ମୁଣ୍ଡବିନ୍ଧା ! ସ୍ମାର୍ଟଫୋନ- ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ କନେକ୍ସେନ୍ ଫେଲ୍

 

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମାନ୍ତରେ ମଧ୍ୟ ଉନ୍ନତ ଟେଲିକମ ସେବା ଯୋଗାଇବାକୁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଏଥିପାଇଁ ପୂର୍ବରୁ ରହିଥିବା ସର୍ତ୍ତ ଗୁଡ଼ିକର ସଂଶୋଧନ ମଧ୍ୟ କରାଯାଇଥିଲା । ଭାରତର ପ୍ରାୟ ସମସ୍ତ ଘରୋଇ ଟେଲିକମ କମ୍ପାନି ସୀମାନ୍ତରେ ସେବା ପ୍ରଦାନ ପାଇଁ ଆଗ୍ରହୀ ଥିଲେ । ଏଥିପାଇଁ ନିୟମରେ ସଂଶୋଧନ ପାଇଁ ଆବେଦନ  ହୋଇଥିଲା ।  

ପୁରୁଣା ନିୟମ ଅନୁଯାୟୀ ଟେଲିକମ୍ ଅପରେଟରମାନେ ସୀମାରେ ସେବା ଆରମ୍ଭ କରିବା ପାଇଁ ବେସ ଷ୍ଟେସନ୍, ସେଲ୍ ସାଇଟ୍ କିମ୍ବା ରେଡିଓ ଟ୍ରାନ୍ସମିଟର ସୀମାଠାରୁ ନେଟୱର୍କ ସିଗନାଲ ସମ୍ପର୍କୀୟ ସମସ୍ତ ତଥ୍ୟ ଦାଖଲ କରିବା ବାଧ୍ୟତାମୂଳକ ରହିଥିଲା । ଏହାସହିତ ବେସ୍ ଷ୍ଟେସନ୍, ସେଲ୍ ସାଇଟ୍ କିମ୍ବା ରେଡିଓ ଟ୍ରାନ୍ସମିଟର ସ୍ଥାପନ କରିବା ପାଇଁ ସେନା ଅନୁମୋଦନ ମଧ୍ୟ ବାଧ୍ୟତାମୂଳକ ଥିଲା।

Read More
{}{}