Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Zee Odisha Desk|Updated: Jul 10, 2024, 12:05 PM IST

ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‍ ଏବଂ ଅନ୍ୟ ଖବର

1.Pm Modi:୪୧ ବର୍ଷର ବ୍ୟବଧାନ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଏହି ଗସ୍ତ ଉଭୟ ଦେଶ ଲାଗି କୂଟନୀତିକ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ଶ୍ରୀ ମୋଦୀ ଏହି ଗସ୍ତକୁ ଏକ ସ୍ୱତନ୍ତ୍ର ଗସ୍ତ ଭାବେ ଉଲ୍ଲେଖ କରିଛନ୍ତି। ଦୁଇଦିନିଆ ଋଷ ଗସ୍ତ ଶେଷ କରି ସେ ଭିଏନାରେ ପହଞ୍ଚିଛନ୍ତି। ଏନେଇ ସୋଶାଲ୍‍ ମିଡିଆ ’ଏକ୍ସ’ରେ ପ୍ରକାଶ କରିବା ସହ ଅଷ୍ଟ୍ରେଲୀୟ ଚାନ୍ସୋଲରଙ୍କ ସହ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି। 

2.Highest Civilian Award: ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଦ’ ଅର୍ଡର ଅଫ୍‍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟୋଲ’ ରେ ସମ୍ମାନୀତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପୁରସ୍କାର ପାଇବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତ-ଋଷ ଭିତରେ ବୈଦେଶିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅବଦାନକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। 

3.SC Notice to Odisha Govt: ଗ୍ରାହାମ୍‍ ଷ୍ଟେନ୍ସ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ଦାରା ସିଂହଙ୍କ ମୁକ୍ତି ଆବେଦନକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଦାରା ସିଂହ ୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରଠାରେ ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁତ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟ ତାଙ୍କୁ ଆଜୀବନ ଶୁଣାଇଥିଲେ। ଏହାସୁପ୍ରିମ କୋର୍ଟରେ କାଏମ ରହିଥିଲା। ଏବେ ସେ ୨୪ ବର୍ଷ ଜେଲ୍‍ ଦଣ୍ଡ ଭୋଗିବର ସହ ପଶ୍ଚାତାପ କରିଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି। ଏଣୁ ଓଡ଼ିଶା ସରକାରଙ୍କ କାରାଦଣ୍ଡ ନିୟମ ଅନୁସାରେ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରାଯାଇଛି।  

4.Abhadha in Sri Gundicha temple: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା। ନବ ଦିନାଙ୍କ ଯାତ୍ରାର ଆଜି ତୃତୀୟ ସନ୍ଧ୍ୟାରେ ତିନି ଠାକୁରଙ୍କୁ ପରମ୍ପରା ଅନୁସାରେ ପହଣ୍ଡି କରାଯାଇଥିଲା। ଆଜିଠାରୁ ନିୟମିତ ନୀତି ପାଳନ କରାଯିବ। ଆଡ଼ପ ଅବଢ଼ା ମଧ୍ୟ ଭୋଗ ଆରମ୍ଭ ହେବ। 

5.Servitors slipped during Pahandi of Balabhadra: ଆଡ଼ପମଣ୍ଡପରେ ପହଣ୍ଡି ବିଜେବେଳେ ବଳଭଦ୍ର ସେବାୟତଙ୍କ ହାତରୁ ଖସିଯିବାରୁ ହାମୁଡେ଼ଇ ଚାରମାଳ ଉପରେ ପଡ଼ିଯାଇଥିଲେ। ଏହାକୁ ନେଇ ଭକ୍ତ ମହଲରେ ଦୁଃଖ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୁରୀ ଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଏହି ଘଟଣାରେ ୧୧ ଜଣ ସେବାୟତ ଗୁରୁତର ଆହତ ହୋଇଛନ୍ତି।  ଆହତ ସେବାୟତଙ୍କୁ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି। 

6.Ratna Bhandar to be opened on 14th: ରଥଯାତ୍ରା ଶେଷ ପରେ ଆସନ୍ତା ୧୪ ତାରିଖରେ ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ବିଶ୍ୱନାଥ ରଥ  ରତ୍ନ ଭଣ୍ଡାର ତଦାରଖ କମିଟି।  ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନିକଟରେ ରତ୍ନ ଭଣ୍ଡାରର ଚାବି ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଯଦି ଚାବିରେ ନଖୋଲେ ତେବେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରାଯିବାକୁ ରାଜ୍ୟ ସରକାରଙ୍କ ଅନୁମତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଓ ଆଭୂଷଣକୁ ଏକ ନିର୍ଦ୍ଧାରିତ ସ୍ଥାନକୁ ନିଆଯିବ। ସେଠାରେ ଗଣତି, ମଣତି ହେବ। ଏଥିପାଇଁ ୧୯୭୮ ମସିହା ଭଳି ବିଶେଷଜ୍ଞଙ୍କୁ ଗ୍ରହଣ କରାଯିବ। 

7.Presidents Returns Delhi: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କର ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ମୁଖ୍ୟ ଆକର୍ଷଣ ରହିଥିଲା। ଦୁଇଦିନ ସେ ପୁରୀରେ ରହିଥିଲେ। ଏହାସହ ଭୁବନେଶ୍ୱରରେ ଖଣ୍ତଡଗିରି ଗୁମ୍ଫା ବୁଲି ଦେଖିବା ସହ ସେ ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ।

8.Nilakantha Mishra in Member of Finance Commission: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଷୋଡ଼ଶ ଅର୍ଥ କମିଶନଙ୍କ ପରାମର୍ଶଦାତା କମିଟିକୁ ଗଠନ କରିଛନ୍ତି। ଏଥିରେ ବିଶିଷ୍ଟ  ଅର୍ଥଶାସ୍ତ୍ରବିଦ୍‍ ନୀଳକଣ୍ଠ ମିଶ୍ର ସାମିଲ ରହିଛନ୍ତି। ତାଙ୍କ ସହ ଡ. ଏସ୍‍କେ ଶ୍ରୀବାସ୍ତବ, ଡ. ପୁନମ ଗୁପ୍ତା, ପ୍ରାଞ୍ଜୁଲ ଭଣ୍ଡାରୀ ଏବଂ ରାହୁଲ ବଜୋରିଆ ସଦସ୍ୟ ରହିଛନ୍ତି। ଡ. ପୁନମ ଗୁପ୍ତା ଏହି କମିଟିର ଆବାହକ ରହିବେ। 

9.Govt aletrs civic bodies and Districts to remain alert for Dengue situation: ବର୍ଷାଦିନେ ଜଳବାହିତ ରୋଗ ତଥା ଡେଙ୍ଗୁ ପ୍ରତି ସଚେତନ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାପାଳଙ୍କୁ ସଚେତନ ରହିବାକୁ ନିର୍ଗଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଜିଲ୍ଲା ଏବଂ ମ୍ୟୁନିସିପାଲିଟି ସ୍ତରରେ ସମସ୍ତ ସ୍ତରରେ ଯୁଗ୍ମ ଭାବେ ସେଚତନତା ପ୍ରସାାରଣ, ଡାକ୍ତରଖନାଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ।

10.Weather Update: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି।  କୋରାପୁରରେ ସର୍ବାଧିକ ବର୍ଷା ୫୧.୬ ମିମି ରେକର୍ଡ଼ ହୋଇଥିବା ବେଳେ ଆଉ ୨୪ ଘଣ୍ଟା ରାଜ୍ୟରେ ଏହି ସ୍ଥିତି ନଜରକୁ ଆସିବ। ୧୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ କୌଣସି ଓ୍ବାର୍ଣ୍ଣିଂ ନ ଥିବା ବେଳେ ୧୩ରୁ ବର୍ଷା ଫେରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

Read More
{}{}