Hindi News >>Home >>Odisha LifeStyle and Others

Morning Tips: ବିଛଣାରୁ ଉଠିବା ପରେ ଏହିସବୁ କାମ ଦ୍ବାରା ଜୀବନରେ ମିଳିଥାଏ ସଫଳତା!

Morning Tips: ସକାଳୁ ଉଠିବା ପରେ ଆମ ମସ୍ତିଷ୍କ ସ୍ଥିର ହେବାକୁ ଅତି କମରେ ୨ ଘଣ୍ଟା ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ ଆମକୁ କେଉଁ କାମ କରିବା ଉଚିତ୍ ।
 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 07, 2023, 08:24 AM IST

Morning Tips: ଜଣେ ବ୍ୟକ୍ତି ସକାଳେ ଆଖି ଖୋଲିବା ପୂର୍ବରୁ ଉଠେ । ଉଠିବା ପରେ ବ୍ୟକ୍ତି ଆଖି ଖୋଲନ୍ତି । ଆଖି ଖୋଲିବା ମାତ୍ରେ ମସ୍ତିଷ୍କ ମଧ୍ୟ ଧୀରେ ଧୀରେ ଜାଗ୍ରତ ହେବାକୁ ଲାଗେ । ଏହା ବୁଝିବା ଜରୁରୀ ଯେ, ଯେପରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆଲୋକ ଦେଖାଯିବା ଆରମ୍ଭ କରେ ଓ ପରେ ସୂର୍ଯ୍ୟ ଦେଖାଯାଆନ୍ତି, ସେହିଭଳି ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଭାବେ ଜାଗ୍ରତ ହେବା ପାଇଁ ସମୟ ଲାଗେ । ଏପରି ସମୟରେ ମସ୍ତିଷ୍କ ସମ୍ବେଦନଶୀଳ ହୋଇଥାଏ, ତେଣୁ ଏହି ସମୟରେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ । ଆମ ମସ୍ତିଷ୍କ ସ୍ଥିର ହେବାକୁ ଅତି କମରେ ୨ ଘଣ୍ଟା ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ ଆମକୁ କେଉଁ କାମ କରିବା ଉଚିତ୍ ।

  • ନିଦରୁ ନିଦରୁ ଉଠିବା ମାତ୍ରେ ଆଖି ଖୋଲନ୍ତୁ ନାହିଁ । ଧିରେ ଧିରେ ଆଖି ଖୋଲବା ପରେ ପ୍ରଥମେ ନିଜ ପାପୁଲିକୁ ଦେଖି ଭଗବାନଙ୍କୁ ସ୍ମରଣ କରନ୍ତୁ । ଏପରି କରିବା ଦ୍ବାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଶାସ୍ତ୍ର ଅନୁଯାୟୀ, ଆମ ହାତର ପାପୁଲିରେ ଇଶ୍ୱରୀୟ ଶକ୍ତି ରହିଛି ବୋଲି ବିଶ୍ୱାସ କରାଯାଏ। ତେଣୁ ସକାଳୁ ଉଠିବା ମାତ୍ରେ ପ୍ରଥମେ ପାପୁଲିକୁ ଦେଖନ୍ତୁ ଏପରି କରିବା ଦ୍ବାରା ଦିନଟି ଶୁଭ ହୋଇଥାଏ ।
  • ଉଠିବା ପରେ ଅତି କମରେ ଏକ ଘଣ୍ଟା ଚୁପ୍ ରୁହନ୍ତୁ । ଏହି ସମୟ ମଧ୍ୟରେ ନିଜର ନିତ୍ୟକର୍ମ ସାରନ୍ତୁ ।
  • ଯଦି ଆପଣ ପୂଜାପାଠ କରନ୍ତି ତାହାଲେ ନିତ୍ୟକର୍ମ ସାରିବା ପରେ ପୂଜାପାଠ କରି ଭଜନ ଶୁଣନ୍ତୁ । ବାସ୍ତବରେ, ଯେତେବେଳେ ଆମେ ଶୋଇଥାଉ କିମ୍ବା ଶୋଇ କରି ଉଠୁ, ସେହି ସମୟ ସିଦ୍ଧି ସମୟ ହୋଇଥାଏ । ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟାସ୍ତ କିମ୍ବା ଯେଉଁଠାରେ ରାତି, ଦିନ କିମ୍ବା ଦିନ ଓ ରାତି ମିଳିତ ହୁଏ, ଏହାକୁ ସିଦ୍ଧି ସମୟ ବୋଲି କୁହାଯାଏ । ଏପରି ସମୟରେ ଆମ ମସ୍ତିଷ୍କ ସମ୍ବେଦନଶୀଳ ରହିଥାଏ । ଏପରି ସମୟରେ ଯଦି କୌଣସି ବ୍ୟକ୍ତି ସକରାତ୍ମକ ଜିନିଷ ଗ୍ରହଣ କରନ୍ତି, ତେବେ ତାଙ୍କ ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ ।
  • ସକାଳେ ଉଠିବା ପରେ ପ୍ରଥମେ ସେହି କାର୍ଯ୍ୟ ବିଷୟରେ ଚିନ୍ତା କରନ୍ତୁ ଯାହା ଜରୁରୀ ଅଟେ । ଏପରି କରିବା ଦ୍ବାରା ଆପଣଙ୍କ ମଧ୍ଯରେ ଜରୁରୀ କାର୍ଯ୍ୟ ସାରିବା ଲାଗି କ୍ଷମତା ବିକଶିତ ହେବ । ଜୀବନରେ ସଫଳତା ପାଇଁ ସର୍ବପ୍ରଥମେ ସେହି କାମ କରିବା ଉଚିତ୍ ଯାହା ଜରୁରୀ ଅଟେ ।
  • ଆଖି ଖୋଲିବା ମାତ୍ରେ କୌଣସି ବ୍ୟକ୍ତି, ପଶୁ କିମ୍ବା କିମ୍ବା ଏପରି କିଛି ଜିନିଷ ଦେଖିବା ଠାରୁ ଦୂରେଇ ରହିବା ଉଚିତ୍, ଯାହା ଦେଖିବା ଦ୍ବାରା ଆପଣଙ୍କୁ ଭଲା ଲାଗୁନଥିବା ବା ଆପଣଙ୍କ ମନରେ ନକରାତ୍ମକ ଭାବନା ଆସୁଥିବ ।
  • କିଛି ଲୋକେ ରାତିରେ ବିଳମ୍ବରେ ଶୋଇଥିଲେ ମଧ୍ଯ ବାଧ୍ୟ ହୋଇ ସେମାନଙ୍କୁ ସକାଳୁ ଶୀଘ୍ର ଉଠିବାକୁ ପଡ଼ିଥାଏ । ଏପରି ଅଭ୍ୟାସ ଦ୍ବାରା ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଥାଏ । ଫଳରେ ବ୍ୟକ୍ତି ଜଣଙ୍କ ଚିଡ଼ଚିଡ଼ା ହୋଇଯାଆନ୍ତି । ଫଳରେ ସେମାନଙ୍କ ଜୀବନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ । ସକାଳେ ଉଠିବା ପରେ ଶୌଚ ହୋଇ ୫ ମିନିଟ୍ ଧ୍ୟାନ କରନ୍ତୁ ବା ନିଜର ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରନ୍ତୁ ।
  • କିଛି ଲୋକ ସକାଳେ ଉଠିବା ମାତ୍ରେ ବିନା ଶୌଚ ହୋଇ ଖାଦ୍ୟ ଖାଇବା ଆରମ୍ଭ କରନ୍ତି, ଯାହା ଅତ୍ୟନ୍ତ ଭୁଲ୍ ଅଟେ । ଏପରି ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
  • ନିତ୍ୟକର୍ମ ସରିବା ପରେ ପ୍ରତିଦିନ ଅତି କମରେ ୧୫ ମିନିଟ୍ ଲାଗି ଯୋଗ କିମ୍ବା ବ୍ୟାୟାମ ଆଦି କରିବା ଉଚିତ୍ ।

 

 

 

 

Read More
{}{}