Hindi News >>Home >>Odisha LifeStyle and Others

Morning Tips: ସକାଳେ ଉଠିବା ପରେ ଏହା ଆଦୌ ଦେଖନ୍ତୁନି; ନଚେତ ଦିନ ହୋଇଯିବ ଖରାପ !

ଯେତେବେଳେ ଆମେ ସକାଳୁ ଉଠି ନିଜର ନୂଆ ଦିନ (New Day)ର ଆରମ୍ଭ କରିଥାଉ, ଆଶା ଥାଏ କି ଏହି ନୂଆ ଦିନଟିରେ ଶୁଭ (Good) ହେଉ । ଯଦି ପ୍ରତିଦିନ (Everyday) ଆପଣ ସକାଳେ ଉଠି କିଛି ଭଲ କାମ କରନ୍ତି, ତେବେ ଆପଣ ନିଜ ଭିତରେ ସକାରାତ୍ମକ ଶକ୍ତି (Positive energy) ଅନୁଭବ କରିଥାନ୍ତି ଓ ଆପଣଙ୍କ ଦିନ ମଧ୍ୟ ଶୁଭ ହୋଇଥାଏ । ଏପରିକି ଆମର ଶାସ୍ତ୍ରରେ ମଧ

Advertisement
Morning Tips: ସକାଳେ ଉଠିବା ପରେ ଏହା ଆଦୌ ଦେଖନ୍ତୁନି; ନଚେତ ଦିନ ହୋଇଯିବ ଖରାପ !
Stop
Soubhagya Ranjan Mishra|Updated: Jun 16, 2023, 06:43 AM IST

Morning tips: ଯେତେବେଳେ ଆମେ ସକାଳୁ ଉଠି ନିଜର ନୂଆ ଦିନ (New Day)ର ଆରମ୍ଭ କରିଥାଉ, ଆଶା ଥାଏ କି ଏହି ନୂଆ ଦିନଟିରେ ଶୁଭ (Good) ହେଉ । ଯଦି ପ୍ରତିଦିନ (Everyday) ଆପଣ ସକାଳେ ଉଠି କିଛି ଭଲ କାମ କରନ୍ତି, ତେବେ ଆପଣ ନିଜ ଭିତରେ ସକାରାତ୍ମକ ଶକ୍ତି (Positive energy) ଅନୁଭବ କରିଥାନ୍ତି ଓ ଆପଣଙ୍କ ଦିନ ମଧ୍ୟ ଶୁଭ ହୋଇଥାଏ । ଏପରିକି ଆମର ଶାସ୍ତ୍ରରେ ମଧ୍ୟ କିଛି କାର୍ଯ୍ୟ ଅଶୁଭ ବୋଲି ବିବେଚନା କରାଯାଇଛି, ଯାହା ଆମେ ସକାଳୁ ଉଠିବା ପରେ କେବେବି କରିବା ଉଚିତ୍ ନୁହେଁ । ଯାହା ସିଧାସଳଖ ଆପଣଙ୍କ ଦିନକୁ ପ୍ରଭାବିତ (Affected) କରିଥାଏ । ଏହା ମଧ୍ୟ ଆମର ଶକ୍ତି ସ୍ତର ହ୍ରାସ (Decrease) କରିଥାଏ ।

ସକାଳୁ ଉଠି କଣ ଦେଖିବା ଅନୁଚିତ୍

ଆମେ ସକାଳୁ ଉଠି ଦର୍ପଣ (Mirror)ରେ ମୁହଁ ଦେଖିବା ଉଚିତ୍ ନୁହେଁ । ଏହା କରିବା ଅନୁଚିତ ବୋଲି ବିଶ୍ୱାସ (Faith) ରହିଛି । ଯଦି ଆପଣ ବାସ୍ତୁ ଶାସ୍ତ୍ର (Vastu scriptures) ଉପରେ ବିଶ୍ବାସ କରନ୍ତି, ତେବେ ମନେ ରଖନ୍ତୁ କି ସକାଳେ ଦର୍ପଣରେ ନିଜର ଚେହେରା ଦେଖିବା ଆପଣଙ୍କୁ ନକାରାତ୍ମକ ଶକ୍ତି (Negative energy) ଦ୍ୱାରା ପ୍ରଭାବିତ କରିପାରେ । କାରଣ ଯେତେବେଳେ ଆପଣ ନିଦରୁ ଉଠନ୍ତି ଆପଣଙ୍କ ଶରୀର ନକାରାତ୍ମକ ଶକ୍ତି (Negative energy)ରେ ପରିପୂର୍ଣ୍ଣ ଥାଏ, ସେଥିପାଇଁ ଯେତେବେଳେ ଆପଣ ଜାଗ୍ରତ ହୁଅନ୍ତି ଦର୍ପଣରେ ଆପଣଙ୍କ ଚେହେରା (face)କୁ ନ ଦେଖିବା ଉଚିତ। ସକାଳୁ ଉଠି ଜଙ୍ଗଲୀ ଜନ୍ତୁ (wild animals)ର ଫଟୋ ଦେଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର (Vastu scriptures) ଅନୁଯାୟୀ, ଏହା କରିବା ଦ୍ୱାରା ଦିନସାରା ଯେକୌଣସି ସମୟରେ ବିବାଦର ପରିସ୍ଥିତି ଉପୁଜିପାରେ। ତେଣୁ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ ।

ସକାଳେ ଉଠିବା ବେଳେ ଆମେ ଆମର ଛାୟା (Shadow)କୁ ଦେଖିବା ଉଚିତ୍ ନୁହେଁ, ଏହା ହେଲେ ଆପଣଙ୍କ ଦିନ ଭଲରେ କଟି ନଥାଏ । ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ, ସକାଳେ (Morning) ନିଜର ଛାୟା ଦେଖିଲେ ଅଜଣା ଭୟ (Fear) ଓ ବିଭିନ୍ନ ଚିନ୍ତା ଦିନସାରା ପିଛା ଛାଡ଼ିନଥାଏ। ସେଥିପାଇଁ ସକାଳେ ଉଠିବା ପରେ ଏହି ଭୁଲ (mistake) କରନ୍ତୁ ନାହିଁ ।

Also read- ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ

ସକାଳେ କଣ କରିବା?

ଆମେ ସମସ୍ତେ ସକାଳେ ଉଠି ଆମର ପାପୁଲିକୁ ଦେଖିବା ଉଚିତ୍, ବିଶ୍ୱାସ (Believe) କରାଯାଏ ଯେ, ଦେବତାମାନେ ଆମ ପାପୁଲିରେ ରୁହନ୍ତି, ସକାଳେ ପାପୁଲି ଦେଖି ତୁମେ ସେହି ଦେବତାଙ୍କୁ ସ୍ମରଣ କରିବା ଉଚିତ । ଏଥିସହ ଆପଣ ନିଜେ ଏହା କରିବା ସହ ଆପଣଙ୍କ ପିଲା (child)ଙ୍କୁ ମଧ୍ୟ ଏହା ଶିଖାଇ ପାରିବେ । ତେବେ ପାପୁଲିକୁ ଦେଖିବା ସମୟରେ ଏହି ମନ୍ତ୍ର ଜପ କରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି ।
କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ 
କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ

ଏଥିସହ ପ୍ରତିଦିନ ସକାଳ ସମୟରେ ଗାଧୋଇବା ପରେ ଗୋ ମାତାଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ସମସ୍ତ ଦେବଦେବୀଙ୍କର ଆଶୀର୍ବାଦ (Bliss) ପ୍ରାପ୍ତ ହୁଏ । ମାତା ଲକ୍ଷ୍ମୀ (Maa laxmi) ଏପରି ଲୋକଙ୍କ ଉପରେ ସର୍ବଦା ଖୁସି ହୁଅନ୍ତି ଓ ବହୁ ଧନ ପ୍ରଦାନ କରନ୍ତି । ଯେଉଁମାନେ ଗାଇ (cow)କୁ ପୂଜା କରନ୍ତି, ସେମାନେ ନିଜ ଜୀବନରେ କୌଣସି ଆର୍ଥିକ ସଙ୍କଟ (Financial problem)ର ସମ୍ମୁଖୀନ ହୁଅନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।

Also read- ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ

Read More
{}{}