Hindi News >>Home >>Odisha LifeStyle and Others

Monsoon Skin Care Tips: ବର୍ଷା ଦିନେ ଏମିତି ନିଅନ୍ତୁ ଚର୍ମର ଯତ୍ନ

ଆରମ୍ଭ ହୋଇଯାଇଛି ବର୍ଷା ଋତୁ (Monsoon) । ଏହି ଦିନେ ସଂକ୍ରମଣର ଭୟ ଅଧିକ ଥାଏ । ବର୍ଷାରେ ଭିଜିବା କାରଣରୁ ସଂକ୍ରମଣ ଓ ଚର୍ମ ଜନିତ ରୋଗ ଅଧିକ ହେବାର ସମ୍ଭାବନା ଥାଏ (Monsoon Skin care) । ବର୍ଷାଋତୁରେ (rainy season) ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା  ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jul 14, 2023, 02:03 PM IST

Monsoon Skin Care Tips: ଆରମ୍ଭ ହୋଇଯାଇଛି ବର୍ଷା ଋତୁ (Monsoon) । ଏହି ଦିନେ ସଂକ୍ରମଣର ଭୟ ଅଧିକ ଥାଏ । ବର୍ଷାରେ ଭିଜିବା କାରଣରୁ ସଂକ୍ରମଣ ଓ ଚର୍ମ ଜନିତ ରୋଗ ଅଧିକ ହେବାର ସମ୍ଭାବନା ଥାଏ (Monsoon Skin care) । ବର୍ଷାଋତୁରେ (rainy season) ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା  ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍ତ ଝାଡା, ଆମାଶୟ, ଜଣ୍ଡିସ୍, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ, ଫ୍ୟାଲେରିଆ । ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା ସହ ବାହାର ଖାଦ୍ୟ  ଯେପରିକି ଦହିବରା, ଗୁପଚୁପ୍ ଆଦି ଖାଇବାକୁ ଦିଅନ୍ତୁ ନାହିଁ । ଘର ଚାରିପଟେ ପାଣି ଜମାହୋଇ  ରହିଲେ ମଶା ବଂଶ ବୃଦ୍ଧି ହୋଇଥାଏ । ତେଣୁ ସେସବୁ ସ୍ଥାନକୁ  ପରିଷ୍କାର ରଖନ୍ତୁ । ଲକ୍ଷ୍ନୌର ସର୍ବ ବୃହତ ସରକାରୀ ଡାକ୍ତରଖାନାର ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଭିମଲ ସିଂ କହିଛନ୍ତି ଯେ ,ଆଜିକାଲି ପ୍ରାୟ ୨୦୦ ରୋଗୀ ତାଙ୍କ ଓପିଡି ଆସୁଛନ୍ତି। ସମସ୍ତଙ୍କର ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଭିନ୍ନ ଅଟେ। ବିଶେଷକରି ଫଙ୍ଗଲ୍ ସଂକ୍ରମଣ, ସେ କହିଥିଲେ ଯେ ଏହାର କାରଣ ହେଉଛି ଏହି ଆର୍ଦ୍ରତା, ଉତ୍ତାପ ଏବଂ ବର୍ଷାରେ ଲୋକମାନେ ନିଜ ଚର୍ମକୁ ସଫା ରଖନ୍ତି ନାହିଁ । ଯେଉଁ କାରଣରୁ ଫଙ୍ଗଲ ସଂକ୍ରମଣ ହୋଇଥାଏ। 

Also Read: Puri News: ବେଦୀ ଉପରେ ହାଇଡ୍ରାମା, ପ୍ରେମିକର ବାହାବେଦୀରେ ପ୍ରେମିକାର ଅନଶନ

Also Read: Bollywood Actresses: ବିବାହ ପରେ ସଫଳତା ସାଉଁଟିଛନ୍ତି ବି-ଟାଉନର ଏହି ସବୁ ଅଭିନେତ୍ରୀ

ବାରମ୍ବାର ମଇଳା ହାତକୁ ସ୍ପର୍ଶ କରନ୍ତୁ ନାହିଁ : ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ,ଶରୀରରେ ଯେଉଁଠି ସଂକ୍ରମଣ ହୋଇଛି। ବାରମ୍ବାର ସେଠାରେ  ମଇଳା ହାତ  ଲଗାନ୍ତୁ ନାହିଁ। ଏହା କରିବା ଦ୍ୱାରା ସଂକ୍ରମଣ ଶରୀରରେ ବ୍ୟାପିପାରେ । ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟା ହେଲେ, ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ, ନିଜେ ଡାକ୍ତର ସହ ଯୋଗାଯୋଗ କରନ୍ତୁ। 
ଏହି ଭୁଲ କର ନାହିଁ । 

Also Read: Horoscope Today 14 July 2023: ଏହି ୪ ରାଶି ରୁହନ୍ତୁ ସାବଧାନ୍, ଏହି ୩ ରାଶି ଉପରେ ଆଜି ହେବ ଟଙ୍କାର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Also Read: Shukra Gochar 2023: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!

Also Read: Photo Gallery: ଦେଖନ୍ତୁ ଅମିତାଭଙ୍କ 'Jalsa'ର ୟୁନିକ ପଏଣ୍ଟ, ସୌନ୍ଦର୍ଯ୍ୟରେ ଭରପୁର ଘରର ମନ୍ଦିର

ଏପରି ନିଅନ୍ତୁ ଚର୍ମ ଯତ୍ନ:
-ପରିସ୍କାର ପରିଛନ୍ନ ରୁହନ୍ତୁ । 
- ଗୋଧୋଇବା ପରେ ଭଲ ଭାବରେ ପୋଛାପୋଛି ହୋଇ ପୋଷାକ ପିନ୍ଧନ୍ତୁ। 
-ବାହାରୁ ଆସିଲେ ହ୍ୟାଣ୍ତଓ୍ବାସ୍ କରନ୍ତୁ । 
-ଦିନକୁ ଦୁଇଥର ସ୍ନାନ କରନ୍ତୁ । 
ଖାଦ୍ୟକୁ ଗରମ କରି ଖାଆନ୍ତୁ । 
ଶରୀରରେ କୌଣସି ସଂକ୍ରମଣ ଦେଖାଗଲେ ଡାକ୍ତରଙ୍କ ପରାମର୍ମଶ ନିଅନ୍ତୁ। 

(ପ୍ରତ୍ୟାଖ୍ୟାନ:ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}