Hindi News >>Home >>Odisha LifeStyle and Others

ଦୁନିଆର ୨୯ ଦେଶରେ ବ୍ୟାପୁଛି ମଙ୍କିପକ୍ସ, ଯଦି ବିଦେଶ ଯାତ୍ରା କରୁଛନ୍ତି, ରୁହନ୍ତୁ ସତର୍କ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ଅନେକ ଦେଶରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହାକୁ ମହାମାରୀ ଭଳି ବିପଦପୂର୍ଣ୍ଣ ବିବେଚନା କରାଯାଉଛି । 

Advertisement
ଦୁନିଆର ୨୯ ଦେଶରେ ବ୍ୟାପୁଛି ମଙ୍କିପକ୍ସ, ଯଦି ବିଦେଶ ଯାତ୍ରା କରୁଛନ୍ତି, ରୁହନ୍ତୁ ସତର୍କ
Stop
PRAKASH RANJAN PARIDA|Updated: Jun 10, 2022, 11:52 PM IST

ଆମେ ଏପର୍ଯ୍ୟନ୍ତ COVID-19 ମହାମାରୀ ଓ ଏହାର ମ୍ୟୁଟାଣ୍ଟ ଭାଇରସ କବଳରୁ ମୁକ୍ତ ହୋଇପାରିନାହାଁନ୍ତି । ଏପରି ସମୟରେ ମଙ୍କିପକ୍ସର ବିପଦ ସଙ୍ଗୀନ ରୂପ ଧାରଣ କରୁଛି । ଏପରି ସମୟରେ ଯଦି ଆପଣ ନିଜ ପରିବାର ସହିତ ବିଦେଶ ଭ୍ରମଣ କରିବାକୁ ଚିନ୍ତା କରୁଛନ୍ତି, ତେବେ WHO ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ଜାଣିବା ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ଅନେକ ଦେଶରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହାକୁ ମହାମାରୀ ଭଳି ବିପଦପୂର୍ଣ୍ଣ ବିବେଚନା କରାଯାଉଛି । ଏବେ ଆସନ୍ତୁ ଜାଣିନେବା ମଙ୍କିପକ୍ସକୁ ସର୍ବଶେଷ ତଥ୍ୟ ।

ଡରାଉଛି ମଙ୍କିପକ୍ସ
ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଉଛି ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ଏହା ବିଶ୍ୱର ୨୯ଟି ଦେଶକୁ ବ୍ୟାପି ସାରିଥିବା ନେଇ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ୍ ଗେବ୍ରେଏସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୨୯ଟି ଦେଶରେ ୧୦୦୦ରୁ ଅଧିକ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି । ଯଦିଓ ଏପର୍ଯ୍ୟନ୍ତ ମଙ୍କିପକ୍ସ ସଂକ୍ରମିତଙ୍କ ମୃତ୍ୟୁ ଖବର ଆସିନାହିଁ । WHO ପକ୍ଷରୁ ପ୍ରଭାବିତ ଦେଶମାନଙ୍କୁ ମାମଲା ଚିହ୍ନଟ ସହିତ ଅନ୍ୟ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ମଙ୍କିପକ୍ସ ରୋଗର ବିସ୍ତାରକୁ ରୋକିବା ଏବଂ ପ୍ରଭାବିତ ଲୋକଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଏହି ରୋଗ ପାଇଁ ଆଣ୍ଟିଭାଇରାଲ ଓ ଟିକା ମଧ୍ୟ ପ୍ରଭାବଶାଳୀ ହେବା ସମ୍ଭାବନା ରହିଛି । ଏହାସହିତ ଜନସ୍ୱାସ୍ଥ୍ୟ ଆବଶ୍ୟକତା ଆଧାରରେ ମଙ୍କିପକ୍ସ ପ୍ରତିରୋଧକ ପ୍ରସ୍ତୁତି ପାଇଁ ଗବେଷଣା ଜାରି ରହିଥିବା WHO ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

WHO ଅନୁଯାୟୀ ମଙ୍କିପକ୍ସ ରୋକିବାରୁ ବ୍ୟାପକ ଟିକାକରଣର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ଏହି ରୋଗ ୨୯ଟି ଦେଶରେ ବ୍ୟାପି ସାରିଲାଣି । କୋରୋନା ଭାଇରସ ପରି ମଙ୍କିପକ୍ସ ଲକ୍ଷଣ ଥିବା ବ୍ୟକ୍ତିମାନେ ଘରେ ରହିବା ଉଚିତ ଏବଂ ଯଦି ଆପଣ ସଂକ୍ରମିତ ଲୋକଙ୍କ ସହିତ ଗୋଟିଏ ଘରେ ଥାଆନ୍ତି ତେବେ ସେମାନଙ୍କ ନିକଟତର ହେବା ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଙ୍କିପକ୍ସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୟୁରୋପ । ୧୫ ଦିନରେ, ୧୫ଟି ଦେଶରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏହି ୧୫ଟି ଦେଶ ତାଲିକାରେ ଆମେରିକା, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ସ୍ୱିଡେନ, ସ୍ପେନ୍, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଜର୍ମାନୀ, ଇସ୍ରାଏଲ, କାନାଡା, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ ରହିଛି ।  ଯଦି କୌଣସି କାରଣରୁ ଆପଣ ଏହି ଦେଶଗୁଡିକୁ ଭ୍ରମଣ କରିବାକୁ ଯାଉଛନ୍ତି, ତେବେ ଆପଣ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

କାହିଁକି ବ୍ୟାପୁଛି ମଙ୍କିପକ୍ସ?
ମଙ୍କିପକ୍ସ ଭାଇରସ ବହୁତ ଛୋଟ ଜୀବନ୍ତ ପାର୍ଟିକଲ ଅଟେ । ସଂକ୍ରମିତ ପ୍ରାଣୀ ଏବଂ ମଣିଷମାନଙ୍କ ସହିତ ଯୋଗାଯୋଗ ମାଧ୍ୟମରେ ମଙ୍କିପକ୍ସ ବିସ୍ତାର କରିଥାଏ । ଏହାର ଟ୍ରାନ୍ସମିସନ ରେଟ  ୩.୩ ପ୍ରତିଶତରୁ ୩୦ ପ୍ରତିଶତ ହୋଇପାରେ। କିନ୍ତୁ, ନିକଟରେ କଙ୍ଗୋରେ ଏହି ହାର ୭୩ ପ୍ରତିଶତ ରହିଥିଲା । ଏହି ଭାଇରସ ଚର୍ମ, ଶ୍ୱାସନଳୀ, ଆଖି, ନାକ କିମ୍ବା ପାଟି ଦ୍ୱାରା ଶରୀରରେ ପ୍ରବେଶ କରିପାରେ ।

ମଙ୍କିପକ୍ସ ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଏକ ବହୁରାଷ୍ଟ୍ରୀୟ ଅନୁମୋଦିତ ଟିକା ହେଉଛି JYNNEOSTM, ଯାହା ଇମଭାଇମୁନ୍ କିମ୍ବା ଇମଭାନେକ୍ସ ନାମରେ ମଧ୍ୟ ପରିଚିତ ।  ଏହି ଟିକା ଡାନିଶ୍ ଫାର୍ମାସ୍ୟୁଟିକାଲ୍ କମ୍ପାନି ବାଭରିଆନ୍ ନାର୍ଡିକ୍ ଦ୍ୱାରା ପ୍ରସ୍ତୁତ ହୋଇଛି। ଆଫ୍ରିକାରେ ଏହାର ବ୍ୟବହାର ବିଷୟରେ ପୂର୍ବ ତଥ୍ୟ ଅନୁସାରେ ଏହା ମଙ୍କିପକ୍ସ ରୋକିବାରେ ୮୫% ପ୍ରଭାବଶାଳୀ ଅଟେ।

 

Read More
{}{}