Hindi News >>Home >>Odisha LifeStyle and Others

Mangal Gochar 2023: ଏହି ୫ ରାଶିକୁ ମାଲେମାଲ୍ କରିବ ମଙ୍ଗଳଙ୍କ ଚଳନ!

Mangal Gochar 2023: ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ (Mars transit 2023) ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ ।  ଅଗଷ୍ଟ ୧୮ରେ ମଙ୍ଗଳର କର୍କଟ ରାଶି ଛାଡି କନ୍ୟା ରାଶିକୁ ଚଳନ କରିବେ।  ତେବେ, ମଙ୍ଗଳଙ୍କ କନ୍ୟା ରାଶିକୁ ଚଳନ କରିବା ଯୋଗୁଁ ୫ ରାଶି(zodiac signs)ର ଲୋକେ ଲାଭବାନ୍ ହେବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ ।

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 16, 2023, 07:46 AM IST

Mangal Gochar 2023: ଗ୍ରହ ମାନଙ୍କ ସେନାପତି ମଙ୍ଗଳ (mangal gochar 2023) କିଛି ଦିନ ପରେ କନ୍ୟା ( Virgo) ରାଶିକୁ ଗୋଚର କରିବାକୁ ଯାଉଛନ୍ତି । ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ (Mars transit 2023) ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ ।  ଅଗଷ୍ଟ ୧୮ରେ ମଙ୍ଗଳର କର୍କଟ ରାଶି ଛାଡି କନ୍ୟା ରାଶିକୁ ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ରରେ, ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ରାଶି ପରିବର୍ତ୍ତନ ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଜାତକରେ ମଙ୍ଗଳ ଉଚ୍ଚ ସ୍ଥିତିରେ ରହିଲେ ବ୍ୟକ୍ତିକୁ ସବୁ କାମରେ ସଫଳତା ମିଳିଥାଏ । ଏହି ଗୋଚର ଫଳରେ ସବୁ ରାଶି ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ରହିବ । ତେବେ, ମଙ୍ଗଳଙ୍କ କନ୍ୟା ରାଶିକୁ ଚଳନ କରିବା ଯୋଗୁଁ ୫ ରାଶି(zodiac signs)ର ଲୋକେ ଲାଭବାନ୍ ହେବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ ।...

Also Read: Horoscope Today Aug 16 2023: ବ୍ୟବସାୟରୁ ଲାଭ ମିଳିବା ସହ ପ୍ରାପ୍ତ ହେବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଏହି ୫ ରାଶି ହେବେ ମାଲେମାଲ୍:

ମେଷ: କନ୍ୟା ରାଶିରେ ମଙ୍ଗଳ ଚଳନ କଲେ ବ୍ୟକ୍ତିକୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । କର୍ମ କ୍ଷେତ୍ରରେ ଉଚ୍ଚ ପଦ ପ୍ରାପ୍ତ କରିବେ। ଖାଦ୍ୟ କିମ୍ବା କଳା କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ଏହି ମଙ୍ଗଳ ଗୋଚର ଅତ୍ୟନ୍ତ ଅନୁକୂଳ ରହିବ। ମଙ୍ଗଳ ଗୋଚର ଆପଣଙ୍କ ପ୍ରେମ ସମ୍ପର୍କକୁ ଦୃଢ କରିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ବ୍ୟବସାୟରେ ଜଡିତ ଥିବା ଲୋକେ ଏହି ସମୟ ମଧ୍ୟରେ ବିଶେଷ ଲାଭ ପାଇବେ। କର୍ମକ୍ଷେତ୍ରରେ ସହଯୋଗ ମିଳିବ ।

ମିଥୁନ:  ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗମନାଗମନ ଫଳପ୍ରଦ ହେବ। ଏହି ସମୟରେ, ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଦାୟିତ୍ବ ବା ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିପାରେ। ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିପାରେ । 

କର୍କଟ : କନ୍ୟା ରାଶିରେ ମଙ୍ଗଳ ଚଳନ କଲେ ଏହି ରାଶିର ଲୋକେ ଅଧିକ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ପତି-ପତ୍ନୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର ହୋଇପାରେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଓ ଆପଣ କିଛି ନୂତନ କ୍ଷେତ୍ରରେ ବିନିଯୋଗ କରିବାର କଳ୍ପନା କରିବେ । ଏକ ନୂତନ ଯାନ କିଣିବା ପାଇଁ ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ । ବାପାମା'ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖନ୍ତୁ । କମ୍ପେଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଶୁଭଫଳ ପାଇବେ। ଶତ୍ରୃମାନେ ମଧ୍ୟ ଏହି ସମୟରେ ଆପଣଙ୍କ ଶରଣ ପଶିବେ । 

ବିଛା : ମଙ୍ଗଳ ଗ୍ରହ ଏହି ରାଶିର ଲୋକଙ୍କ ପାଇଁ ଏକ ଉପକାରୀ ଗ୍ରହ । ଏହି କାରଣରୁ ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର (Mangal Gochar 2023) ଅତ୍ୟନ୍ତ ଲାଭଦାୟକ ହେବ । ବିଦେଶରେ ପଢ଼ିବାର ଆପଣଙ୍କର ସ୍ୱପ୍ନ ସାକାର ହୋଇପାରେ । କୋର୍ଟରେ ଚାଲିଥିବା ମାମଲାଗୁଡ଼ିକ ଆପଣଙ୍କ ସପକ୍ଷରେ ସମାଧାନ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ଉତ୍ସ ବୃଦ୍ଧି ପାଇବ । ଏହି ଗ୍ରହ ଗୋଚର ଆପଣଙ୍କର ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆଣିବ । ଏହି ସମୟ ମଧ୍ୟରେ ଆପଣଙ୍କର ଆର୍ଥିକ ଯୋଜନା ସଫଳ ହେବ । ବ୍ୟବସାୟରେ ମଧ୍ୟ ଭଲ ଲାଭର ସମ୍ଭାବନା ରହିବ । ଆପଣ ନିଜର ବିରୋଧୀମାନଙ୍କ ଉପରେ ଅଧିକ ଭାରି ପଡ଼ିବେ ।

ଧନୁ: ମଙ୍ଗଳ ଗ୍ରହ ଏହି ରାଶିର ଲୋକଙ୍କ ପାଇଁ ଦଶମ ଘରେ ଗୋଚର (Mangal Gochar 2023) କରିବେ । ଯେଉଁଥିପାଇଁ ଧନୁ ରାଶିର ଲୋକମାନେ ନିଜ କର୍ମକ୍ଷେତ୍ରରେ ଶକ୍ତିଶାଳୀ ଅନୁଭବ କରିବେ । ଯଦି ଆପଣ ଜଣେ ଖେଳାଳୀ, ତେବେ ଧନୁରେ ମଙ୍ଗଳ ଗ୍ରହର ଗୋଚର ଆପଣଙ୍କୁ ଏକ ଭଲ ସ୍ଥିତି ଦେବ । କ୍ରୀଡାକୁ ଏକ ବୃତ୍ତି କରିବାକୁ ଆପଣ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଏକ ନୂତନ ଦାୟିତ୍ୱ ମିଳିପାରେ । ଇଂକ୍ରିମେଣ୍ଟ ହେବାର ସମ୍ଭାବନା ମଧ୍ୟ ଅଛି ।  ଦୀର୍ଘ ସମୟ ଧରି ଅଟକି ଥିବା ଆପଣଙ୍କ ପୈତୃକ ସମ୍ପତ୍ତି ମିଳିପାରେ । ଏହି ସମୟରେ ଆପଣଙ୍କ ନୂଆ ଗାଡି, ଜମି, ଜମି କ୍ରୟ କରିବାର ସମ୍ଭାବନା ରହିଛି । 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

 

Read More
{}{}