Hindi News >>Home >>Odisha LifeStyle and Others

Male Breast Cancer:ପୁରୁଷମାନଙ୍କୁ ବି ହୋଇପାରେ ସ୍ତନ କର୍କଟ, ଜାଣନ୍ତୁ ଲକ୍ଷଣ

Male Breast Cancer: ବର୍ତ୍ତମାନ ସ୍ତନ କର୍କଟ ଯୋଗୁଁ ମହିଳାମାନେ ଅଧିକ ମୃତ୍ୟୁବରଣ କରିଥାଆନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ କେବଳ ମହିଳାଙ୍କର ସ୍ତନ କର୍କଟ ମୃତ୍ୟୁ ହୋଇଥାଏ, ତାହାଲେ ଆପଣ ଭୁଲ୍ ଭାବୁଛନ୍ତି । ପୁରୁଷ ମାନେ ମଧ୍ଯ ସନ୍ତ କର୍କଟର ଶିକାର ହୋଇପାରନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 12, 2023, 05:30 PM IST

Male Breast Cancer: ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ତ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦୨୦ରେ ପ୍ରାୟ ୧ କୋଟି ଲୋକ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥାଏ । ତେବେ କର୍କଟ ରୋଗରେ ଅଧିକାଂଶ ମୃତ୍ୟୁ ସ୍ତନ କର୍କଟ କାରଣରୁ ହୋଇଥାଏ। ସ୍ତନ କର୍କଟ ଯୋଗୁଁ ମହିଳାମାନେ ଅଧିକ ମୃତ୍ୟୁବରଣ କରିଥାଆନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ କେବଳ ମହିଳାଙ୍କର ସ୍ତନ କର୍କଟ ମୃତ୍ୟୁ ହୋଇଥାଏ, ତାହାଲେ ଆପଣ ଭୁଲ୍ ଭାବୁଛନ୍ତି । ପୁରୁଷ ମାନେ ମଧ୍ଯ ସନ୍ତ କର୍କଟର ଶିକାର ହୋଇପାରନ୍ତି ।

ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ପାଟଣାର ୬୦ ବର୍ଷୀୟ ଶ୍ୟାମ ସୁନ୍ଦର ତାଙ୍କ ଛାତିର ନିପଲ ଚାରିପାଖରେ ଏକ ଗଣ୍ଟି ଦେଖିଥିଲେ। ଏହାପରେ ସେ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଡାକ୍ତର ଏହା ସ୍ତନ କର୍କଟ ବୋଲି ଚିହ୍ନଟ କରିଥିଲେ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଶ୍ୟାମ ସୁନ୍ଦର । ନିକଟରେ ହୋଇଥିବା ଏକ ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେରୁ ଜଣାପଡି଼ଛି ଯେ ପ୍ରାୟ ୮୧ ପ୍ରତିଶତ ପୁରୁଷ ଜାଣନ୍ତି ନାହିଁ ଯେ ସେମାନେ ମଧ୍ୟ ସ୍ତନ କର୍କଟରେ ପୀଡି଼ତ ହୋଇପାରନ୍ତି। ପ୍ରତ୍ୟେକ ପୁରୁଷ ଏଥିଲାଗି ସତର୍କ ରହିବା ଜରୁରୀ । କାରଣ ମହିଳା ମାନଙ୍କ ପରି ପୁରୁଷମାନେ ମଧ୍ୟ ସ୍ତନ କର୍କଟର ଶିକାର ହୋଇପାରନ୍ତି।

ଜାଣନ୍ତୁ ପୁରୁଷମାନଙ୍କଠାରେ ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ 

୧-ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଅନୁଯାୟୀ, ପୁରୁଷଙ୍କ ଛାତି ଚାରିପାଖରେ ଟାଣ ହେବା ସହ ଫୁଲିବା ଆରମ୍ଭ କରେ ।
୨. ପୁରୁଷଙ୍କ ସ୍ତନ ଚାରିପାଖରେ ରିଆକ୍ସନ ହେବା ସହ ଲାଲ ରଙ୍ଗ ପଡ଼ିବା ଓ ସ୍ତର ସ୍ତର ପରି ଚର୍ମ ପରି ବାହାରିବା ଆରମ୍ଭ କରେ ।
3. ନିପଲରୁ ବେଳେବେଳେ ଡିସଚାର୍ଜ ହୋଇଥାଏ ।
4. ସ୍ତନ ଚାରିପାଖରେ ଟାଣିହେବା ସହ ଯନ୍ତ୍ରଣା ଅନୁଭବ ହୁଏ ।

କ’ଣ ନେବେ ପଦକ୍ଷେପ

ଏହି ସମସ୍ତ ଲକ୍ଷଣ ଅନ୍ୟ ରୋଗର ମଧ୍ୟ ହୋଇପାରେ । ଯଦି ଆପଣଙ୍କଠାରେ ଏହି ଲକ୍ଷଣ ଦେଖାଯାଉଛି ତାହାଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ପ୍ରାରମ୍ଭିକ ସ୍ଥିତିରେ ସ୍ତନ କର୍କଟକୁ ଭଲ କରାଯାଇପାରିବ । ତେଣୁ ଯଦି ଆପଣ ଏହି ଲକ୍ଷଣ ଗୁଡି଼କ ଦେଖୁଛନ୍ତି ତାହାଲେ ତୁରନ୍ତ ପଦକ୍ଷେପ ନେବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।  

ବୟସ ବଢିବା ସହ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ ବଢିଥାଏ । ୮୦ ବର୍ଷ ବୟସ ଯାଏଁ ସ୍ତନ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ଘଟିଛି ତଥାପି ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି ।

{}{}