Hindi News >>Home >>Odisha LifeStyle and Others

Maa lakshmi: ଶୁକ୍ରବାର ଦିନ ଭୁଲରେ ଘରକୁ ଆଣନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ!

Maa lakshmi: କିଛି ଏମିତି ଜିନିଷ ରହିଛି ଯାହାକୁ ଏହି ଦିନ କିଣିବା ଶୁଭ ହୋଇନଥାଏ । ଏହି ସମସ୍ତ ବସ୍ତୁ କିଣିବା ଦ୍ବାରା ମାଆ ଲକ୍ଷ୍ମୀ ଅସନ୍ତୋଷ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ସବୁ ଜିନିଷ ଘରକୁ ଆଣିବା ଉଚିତ୍ ନୁହେଁ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 16, 2023, 07:45 AM IST

Maa lakshmi: ହିନ୍ଦୁ ଧର୍ମ ଓ ଶାସ୍ତ୍ରରେ ଶୁକ୍ରବାର ଦିନକୁ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ (Maa lakshmi) ଦିନ ଭାବେ ବିବେଚନା କରାଯାଏ। ଏହି ବାରରେ କିଛି ବିଶେଷ ଉପାୟ କରିବା ଦ୍ବାରା ଘରେ ଧନର ଅଭାବ ରୁହେ ନାହିଁ ବୋଲି ବିଶ୍ୱାସ କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ (Vastu shastra), ଶୁକ୍ରବାରକୁ ନେଇ କିଛି ବିଶେଷ ଜିନିଷ ଉଲ୍ଲେଖ କରାଯାଇଛି। କିଛି ଏମିତି ଜିନିଷ ରହିଛି ଯାହାକୁ ଏହି ଦିନ କିଣିବା ଶୁଭ ହୋଇନଥାଏ । ଏହି ସମସ୍ତ ବସ୍ତୁ କିଣିବା ଦ୍ବାରା ମାଆ ଲକ୍ଷ୍ମୀ ଅସନ୍ତୋଷ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ସବୁ ଜିନିଷ ଘରକୁ ଆଣିବା ଉଚିତ୍ ନୁହେଁ ।

ଶୁକ୍ରବାର ଦିନ ଭୁଲରେ କିଣନ୍ତୁ ନାହିଁ ଏହିସବୁ ବସ୍ତୁ

  • ଶୁକ୍ରବାର ଦିନ କୌଣସି ପ୍ରକାର ରୋଷେଇ ସାମଗ୍ରୀ କିଣିବା ଉଚିତ୍ ହୋଇନଥାଏ, ସେହିପରି ଏହି ଦିନ ପୂଜାପାଠ ସାମଗ୍ରୀ କିଣିବାକୁ ମଧ୍ଯ ବାରଣ କରାଯାଇଯାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ଟଙ୍କା କାରବାରଠାରୁ ଦୂରେଇ ରୁହନ୍ତୁ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଟଙ୍କା ଧାର ଦେବା ଦ୍ବାରା ମାଆ ଲକ୍ଷ୍ମୀ ରୋଷ କରିଥାଆନ୍ତି । ଫଳରେ ଜୀବନରେ ଆର୍ଥିକ ସଂଙ୍କଟ ଦେଖାଦେଇଥାଏ ।
  •  ଏହି ଦିନ ଚିନି ଦେବା ନିଷେଧ ହୋଇଥାଏ । ଧଳା ରଙ୍ଗର ବସ୍ତୁ ବା ଜିନିଷ ଶୁକ୍ର ଗ୍ରହ ସହ ଜଡିତ ହୋଇଥାଏ । ଯଦି ଶୁକ୍ରାବାର ଦିନ ଆପଣ ଏହି ସବୁ ଧଳା ରଙ୍ଗର ବସ୍ତୁ ଦାନ କରୁଛନ୍ତି ତାହାଲେ ଆପଣଙ୍କ ଜାତକରେ ଶୁକ୍ର ଦୁର୍ବଳ ହୋଇଯିବେ । ଯାହାଦ୍ବାରା ଜୀବନରେ ଅନେକ ସଂଙ୍କଟ ଦେଖାଦେଇଥାଏ ।
  • ଶୁକ୍ରବାର ଦିନ ଜାଗା ବାଡ଼ି ବା ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଠାରୁ ନିବୃତ୍ତ ରୁହନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ (Jyotish shastra), ଏହି ଦିନ ସମ୍ପତ୍ତି ସହିତ ଜଡିତ କୌଣସି ଡ଼ିଲ କଲେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହି ସବୁ ସାମଗ୍ରୀ କିଣିବା ହୋଇଥାଏ ଶୁଭ

ଶୁକ୍ରବାର ଦିନ ସଂଗୀତ, ସାଜସଜ୍ଜା, କଳା, ସୌନ୍ଦର୍ଯ୍ୟ ଇତ୍ୟାଦି ସମ୍ବନ୍ଧୀୟ ସାମଗ୍ରୀ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଆପଣ ଏହି ଦିନ ଧଳା କିମ୍ବା ରୂପା ରଙ୍ଗର ଯାନବାହାନ ଓ ନୂତନ ପୋଷାକ କିଣିପାରିବେ । ଏହି ଜିନିଷ କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।

ଶୁକ୍ରବାର ଦିନ ଏହି ଜିନିଷ ଗୁଡ଼ିକର ନିଅନ୍ତୁ ବିଶେଷ ଯତ୍ନ

ହିନ୍ଦୁ ଧର୍ମରେ ସାତ୍ତ୍ବିକ ଭୋଜନ କରିବା ନେଇ ପରାମର୍ଶ ଦିଆଯାଇଛି । ତେଣୁ ଶୁକ୍ରବାର ଦିନ ମାଂସ ଓ ମଦ୍ୟପାନରୁ ନିବୃତ୍ତ ରୁହନ୍ତୁ । ଏହି ଦିନ ଏହାକୁ ଖାଇବା ଦ୍ବାରା ଘରେ ନକାରାତ୍ମକତା ବ୍ୟାପିବା ସହ ବିଶୃଙ୍ଖଳା ଦେଖାଦେଇଥାଏ । ଏହା ସହିତ ମାନସିକ ଚାପ ବୃଦ୍ଧି ପାଇଥାଏ ।

ଏହା ବି ପଢନ୍ତୁ-Horoscope Today 16 June 2023: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଏହା ବି ପଢନ୍ତୁ-ରଜ ତିନି ଦିନ ଯାଏଁ କାହିଁକି ବ୍ୟବହାର ହୋଇନଥାଏ ଶିଳପୁଆ, କ’ଣ ରହିଛି ଏହା ପଛର କିମ୍ବଦନ୍ତୀ

ଏହା ବି ପଢନ୍ତୁ-Vastu Tips ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}