Hindi News >>Home >>Odisha LifeStyle and Others

Love Horoscope: ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ, ଜୀବନରେ ଭରିଦିଅନ୍ତି ଖୁସି

Love Horoscope: ସେମାନଙ୍କ ମନରେ ଯାହା ଆସେ ତାହା ସେମାନେ କରନ୍ତି, କିନ୍ତୁ ଏହା ସହିତ ସେମାନେ ସମୟାନୁବର୍ତ୍ତୀ ମଧ୍ୟ ହୁଅନ୍ତି । ଆସନ୍ତୁ ଜାଣିବା କେଉଁ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଠାରେ ରେଡିକ୍ସ ବା ମୂଳାଙ୍କ ୪ ଥାଏ, କିଏ ଏହି ମୂଳାଙ୍କର ଗ୍ରହ ପ୍ରଭୁ ଏବଂ ଏହି ମୂଳାଙ୍କର ଲୋକମାନଙ୍କର ବିଶେଷ ଜିନିଷ ଓ ବୈଶିଷ୍ଟ୍ୟ କ'ଣ ?

Advertisement
Love Horoscope: ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ, ଜୀବନରେ ଭରିଦିଅନ୍ତି ଖୁସି
Stop
Rashmita Sahoo|Updated: Aug 31, 2024, 07:38 PM IST
Love Horoscope: ସଂଖ୍ୟା ଓ ପରିସଂଖ୍ୟାନର ଦୁନିଆକୁ ଅତ୍ୟନ୍ତ ବୋରିଂ ବୋଲି ବିବେଚନା କରାଯାଏ, କିନ୍ତୁ ସଂଖ୍ୟା ବିଜ୍ଞାନରେ ସଂଖ୍ୟା ଚମତ୍କାର କାମ କରେ । ସେମାନେ ବ୍ୟକ୍ତିର ଅତୀତ, ବର୍ତମାନ ଓ ଭବିଷ୍ୟତର ପ୍ରତ୍ୟେକ ସ୍ତରକୁ ଖୋଲି ଦିଅନ୍ତି ଯେ ତାହା ମଜାଦାର ହୋଇଯାଏ । ସତ କଥା ହେଉଛି ସଂଖ୍ୟା ବିଜ୍ଞାନର ଦୁନିଆରେ କେବଳ ସଂଖ୍ୟା ନୁହେଁ, ବରଂ ଏହା ଏକ ରହସ୍ୟମୟ କୋଡ୍ ପରି, ଯାହା ଆମ ଜୀବନର ବିଭିନ୍ନ ଦିଗଉପରେ ଆଲୋକପାତ କରିଥାଏ । ଏଠାରେ ଯେଉଁ ୪ଟି ତିଥିରେ ଲୋକ ଜନ୍ମ ଗ୍ରହଣ କରିଥାନ୍ତି, ତାଙ୍କର ମୂଳ ସଂଖ୍ୟା ୪ ରହିଛି।
 
ସଂଖ୍ୟା ବିଜ୍ଞାନ ଅନୁଯାୟୀ, ଏହି ତିଥିରେ ଜନ୍ମିତ ବ୍ୟକ୍ତି ବହୁତ ସାହସିକ ହେବା ସହ ସ୍ୱଭାବଶାଳୀ ମଧ୍ୟ ହୋଇଥାନ୍ତି । ସେମାନଙ୍କ ମନରେ ଯାହା ଆସେ ତାହା ସେମାନେ କରନ୍ତି, କିନ୍ତୁ ଏହା ସହିତ ସେମାନେ ସମୟାନୁବର୍ତ୍ତୀ ମଧ୍ୟ ହୁଅନ୍ତି । ଆସନ୍ତୁ ଜାଣିବା କେଉଁ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଠାରେ ରେଡିକ୍ସ ବା ମୂଳାଙ୍କ ୪ ଥାଏ, କିଏ ଏହି ମୂଳାଙ୍କର ଗ୍ରହ ପ୍ରଭୁ ଏବଂ ଏହି ମୂଳାଙ୍କର ଲୋକମାନଙ୍କର ବିଶେଷ ଜିନିଷ ଓ ବୈଶିଷ୍ଟ୍ୟ କ'ଣ ?
 
ମୂଳାଙ୍କ ତାରିଖ ୪
ସଂଖ୍ୟା ବିଜ୍ଞାନ ଅନୁଯାୟୀ, କୌଣସି ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ସଂଖ୍ୟା ୪ ରହିଥାଏ। ଏହି ତିଥିରେ ଏହି ଦୁନିଆକୁ ଆସୁଥିବା ଲୋକମାନେ ବହୁତ ଖୋଲା ମନର ହୋଇଥାନ୍ତି । ଏମାନେ ସ୍ୱାଧୀନ ରହିବାକୁ ପସନ୍ଦ କରନ୍ତି । ଏହା ସହିତ ଏହି ଲୋକମାନେ ବହୁମୁଖୀ ପ୍ରତିଭାରେ ମଧ୍ୟ ସମୃଦ୍ଧ ଅଟନ୍ତି ।
 
୪ ମୂଳାଙ୍କର ଶାସକ ଗ୍ରହ
ଯେକୌଣସି ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ମୂଳାଙ୍କ-୪ର ବ୍ୟକ୍ତିଙ୍କର ପ୍ରଭୁ ହେଉଛନ୍ତି ଶାସକ ଗ୍ରହ ରାହୁ। ଜ୍ୟୋତିଷ ଶାସ୍ତ୍ର ଭଳି ରାହୁକୁ ମଧ୍ୟ ସଂଖ୍ୟା ବିଜ୍ଞାନରେ ଛାୟା ଗ୍ରହ ଭାବେ ବିବେଚନା କରାଯାଏ । ଏହି ଗ୍ରହ ବ୍ୟକ୍ତିର ଜୀବନ ଓ ପ୍ରକୃତିରେ ପରିବର୍ତ୍ତନ, ରହସ୍ୟ, ଅସ୍ଥିରତା ଏବଂ ଅନିଶ୍ଚିତତା ସହିତ ଜଡିତ । ଦେଖିବାକୁ ମିଳିଛି ଯେ ମୂଳାଙ୍କ ୪ର ଏହି ୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ଅସାଧାରଣ ଅଟନ୍ତି ।
 
ରୋମାନ୍ସରେ ଏମାନେ ଶୀର୍ଷରେ
ମୂଳାଙ୍କ-୪ର ଲୋକଙ୍କ ପ୍ରେମ ସମ୍ପର୍କ ଓ ରୋମାନ୍ସ ବିଷୟରେ କହିବାକୁ ଗଲେ, ଏହି ମୂଳାଙ୍କର ଲୋକମାନେ ଅନ୍ୟ କୌଣସି ମୂଳାଙ୍କ ଲୋକଙ୍କ ତୁଳନାରେ ବହୁତ ରୋମାଣ୍ଟିକ ଅଟନ୍ତି । ଏମାନେ ପ୍ରେମ ଜୀବନରେ ବହୁତ ଉତ୍ସାହୀ ଅଟନ୍ତି । ରୋମାନ୍ସରେ ମଧ୍ୟ ସେମାନଙ୍କୁ ରୋମାଞ୍ଚର ଆବଶ୍ୟକତା ରହିଛି। କୁହାଯାଏ ରୋମାନ୍ସରେ ସେମାନଙ୍କଠାରୁ କେହି ଜିତିପାରିବେ ନାହିଁ, ଅର୍ଥାତ୍ ସେମାନେ ଏହି ମାମଲାରେ ଶ୍ରେଷ୍ଠ।
 
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
 
Also Read:  Ganesh Chaturthi 2024: ଚଳିତ ଗଣେଶ ପୂଜାରେ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିରଙ୍ଗର ମୂର୍ତ୍ତି, ପୂରା ହେବ ସବୁ ମନୋସ୍କାମନା
 
Also Read: Kaalchakra Horoscope: ସେପ୍ଟେମ୍ବରରେ କାଳଚକ୍ର ଯୋଗ! ଜାଣନ୍ତୁ ପୂରା ମାସ କେମିତି ରହିବ ୧୨ ରାଶିର ଭାଗ୍ୟ
Read More
{}{}