Hindi News >>Home >>Odisha LifeStyle and Others

Liver Damage Symptoms: ପାଦରେ ଦେଖାଦେଉଛି କି ଏହି ସବୁ ଲକ୍ଷଣ, ସାବଧାନ ଲିଭର ଖରାପ ହେବାର ସଙ୍କେତ

Liver Damage Treatment: ଶରୀରର ଅନେକ ଅଂଶ ମଧ୍ୟରୁ ଲିଭର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଲିଭର ବା ଯକୃତରେ କିଛିଟା ସମସ୍ୟା ଦେଖାଦେଲେ ପୁରା ଶରୀର ଉପରେ ପଡ଼ିଥାଏ। ଯକୃତ ସମସ୍ୟା ସେମିତି ଠିକ୍ ଭାବେ ଚିହ୍ନଟ କରାଯାଇପାରେ ନାହିଁ। ଆଉ ଯେତେବେଳେ ଚିହ୍ନଟ ହୁଏ ସେତେବେଳକୁ ଏହାକୁ ଠିକ୍ କରିବାକୁ କୌଣସି ବାଟ ନଥାଏ। 

Advertisement
Liver Damage Symptoms: ପାଦରେ ଦେଖାଦେଉଛି କି ଏହି ସବୁ ଲକ୍ଷଣ, ସାବଧାନ ଲିଭର ଖରାପ ହେବାର ସଙ୍କେତ
Stop
Rasmita Sahoo|Updated: Jan 29, 2023, 11:26 AM IST

Liver Damage Symptoms: ଆମ ଶରୀରରେ ଲିଭର ଖାଦ୍ୟକୁ ହଜମ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ରିୟା କରିବାରେ ସାହାଯ୍ୟ କରିଥାଏ । କୋଲେଷ୍ଟ୍ରଲ ନିୟନ୍ତ୍ରଣ ଏବଂ ଶରୀରରେ ସୁଗାର ନିୟନ୍ତ୍ରଣରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅନ୍ୟପକ୍ଷରେ, ଯଦି ଲିଭର ସଠିକ୍ ଭାବରେ କାମ ନକରେ, ଶରୀରରେ ଅନେକ ଗମ୍ଭୀର ରୋଗ ମଧ୍ୟ ମାଡ଼ିଆସିଥାଏ। ଲିଭରର କ୍ଷତି ହେତୁ ଶରୀରରେ ଅନେକ ଚିହ୍ନ ମଧ୍ୟ ଦେଖାଯାଏ । ଯଦି ଆମେ ଏହି ଚିହ୍ନକୁ ବା ଲକ୍ଷଣକୁ ସମୟ ଥାଉ ଥାଉ ଚିହ୍ନଟନ କରୁ ତେବେ ଲିଭର ଜନିତ ସମସ୍ୟା ଗମ୍ଭୀର ରୂପେ ଉଭା ହେବ।

ଫୁଲା ସମସ୍ୟା
ପାଦ ଫୁଲିଯିବାର (Feet Swalling) ଅନେକ କାରଣ ଅଛି । ଏଥିମଧ୍ୟରୁ ଗୋଟିଏ ମଧ୍ୟ ଲିଭର ନଷ୍ଟ ହେବାର ସଙ୍କେତ ହୋଇପାରେ। ଏହାର କାରଣ ହେଉଛି ଲିଭର ସଠିକ୍ ଭାବରେ କାମ ନକଲେ ନିମ୍ନ ଭାଗରେ କିଛି ପଦାର୍ଥ ଜମା ହେବା, ଯେଉଁ କାରଣରୁ ପାଦରେ ଫୁଲା ଦେଖାଯିବା ଆରମ୍ଭ ହୁଏ ।

ପାଦରେ ଝିମଝିମା ହେବା 
ହେପାଟାଇଟିସ୍ ସି କିମ୍ବା ଯେଉଁମାନେ ଲିଭର ସମସ୍ୟା (Liver Problem) ଦେଇ ଗତି କରୁଛନ୍ତି । ଏହି ରୋଗ ଦ୍ୱାରା ସେମାନଙ୍କର  ସ୍ନାୟୁ ନଷ୍ଟ ହୋଇଯାଏ, ଯେଉଁଥିପାଇଁ ପାଦରେ ଝିମଝିମାପଣ ଏବଂ ଅସ୍ଥିରତା ଦେଖାଯାଏ ।

ପାଦ ତଳ କ୍ରମାଗତ ଭାବେ କୁଣ୍ଡେଇ ହେବା
ପାଦର ତଳ କ୍ରମାଗତ ଭାବେ କୁଣ୍ଡେଇ ହେବା ମଧ୍ୟ ଲିଭର ନଷ୍ଟ (Liver Damage) ହେବାର ସଙ୍କେତ ଅଟେ । ଏହି ସଙ୍କେତ ଦେଖାଦେବା ଅର୍ଥ ପିତ୍ତ ନଳୀ ଅବରୋଧର ସଙ୍କେତ ହୋଇପାରେ । ଏହି କାରଣରୁ, ପିତ୍ତ ରସ ସଂଗୃହିତ ହୁଏ ଏବଂ ଏହା କୁଣ୍ଡେଇ ହେବାର କାରଣ ହୋଇପାରେ।

କେବଳ ଯେ, ପାଦ ତାହା ନୁହେଁ ପାଦ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ଲିଭର ନଷ୍ଟ ହେବାର ଲକ୍ଷଣ ଦେଖାଯାଏ । ପେଟରେ ଯନ୍ତ୍ରଣା ଥିଲେ ମଧ୍ୟ ଲିଭର ନଷ୍ଟ ହେବାର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ ବାନ୍ତି, ଶୀଘ୍ର ଥକ୍କା, ଆଖିରେ ହଳଦିଅତା ଏବଂ ଚର୍ମରେ ଶୁଷ୍କତା ଏବଂ କୁଞ୍ଚନ ହେବାର ଲକ୍ଷଣ ମଧ୍ୟ ସାମିଲ ହୋଇଛି।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଓ ଦାବିକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ସମ୍ପୃକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

Also Read: Fruits Salad: ଯଦି ଏହିସବୁ ଫଳକୁ ମିକ୍ସ କରି ସେବନ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ !

Also Read: Yellow Nails: ହଳଦିଆ ନଖ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

Also Read: Health Tips : ଶରୀରରେ ଭାତୁଡ଼ି ଥିଲେ ହୋଇପାରେ ଏହି ରୋଗ, ଜାଣନ୍ତୁ କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

Read More
{}{}