Hindi News >>Home >>Odisha LifeStyle and Others

Cucumber: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ କାକୁଡ଼ି, ମିଳିବ ଏସବୁ ଲାଭ

Cucumber News:  କାକୁଡି ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏହାକୁ ଖାଇବା ପାଇଁ ସଠିକ୍ ଉପାୟ କ'ଣ ତାହା ଜାଣି ରଖିବା ଆବଶ୍ୟକ। କାକୁଡିରୁ ପ୍ରସ୍ତୁତ ହେଉଥିବା କିଛି ସ୍ୱତନ୍ତ୍ର ରେସିପି ସମ୍ପର୍କରେ ଆପଣଙ୍କୁ ଜଣାଇ ଦିଆଯାଉଛି। 

Advertisement
Cucumber: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ  କାକୁଡ଼ି, ମିଳିବ ଏସବୁ ଲାଭ
Stop
Zee Odisha Desk|Updated: Apr 12, 2023, 09:10 PM IST

Cucumber Profit: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ। ଖରା ଦିନ ଆରମ୍ଭ ହୋଇଯିବା ପରେ ଏବେ ସମସ୍ତଙ୍କ ପ୍ରିୟ କାକୁଡି ଚାହିଦା ବଢିଯାଇଛି। ଶରୀରକୁ ଥଣ୍ଡା ଦେବା କିମ୍ବା ପେଟ ଗଡବଡ଼କୁ ଠିକ କରିବା ହେଉ, କାକୁଡି ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ। ଶରୀରକୁ ଥଣ୍ଡା ଏବଂ ସତେଜତା ଦେବା ବ୍ୟତୀତ କାକୁଡ଼ିର ଅନେକ ଉପକାରିତା ରହିଛି। କାକୁଡିରେ ଆଣ୍ଟି-ଡାଇବେଟିକ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ଭରପୂର ରହିଯାଇଛି। କେବଳ ସେତିକି ନୁହେଁ କାକୁଡିରେ ଭିଟାମିନ୍ ସି, ଭିଟାମିନ୍ କେ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କାକୁଡି ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏହାକୁ ଖାଇବା ପାଇଁ ସଠିକ୍ ଉପାୟ କ'ଣ ତାହା ଜାଣି ରଖିବା ଆବଶ୍ୟକ। କାକୁଡିରୁ ପ୍ରସ୍ତୁତ ହେଉଥିବା କିଛି ସ୍ୱତନ୍ତ୍ର ରେସିପି ସମ୍ପର୍କରେ ଆପଣଙ୍କୁ ଜଣାଇ ଦିଆଯାଉଛି। 

ଓଜନ ହ୍ରାସ କରିବା ପାଇଁ କିପରି ଖାଇବେ କାକୁଡ଼ି?

  • କାକୁଡି ହେଉଛି ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ। ଯେଉଁଥିରେ ଜିରୋ ଫ୍ୟାଟ ରହିଥାଏ। ସେଥିପାଇଁ କାକୁଡିକୁ ବିନା କୌଣସି ସନ୍ଦେହରେ ଓଜନ ହ୍ରାସ କରାଉଥିବା ଖାଦ୍ୟ ତାଲିକାରେ ଅନ୍ତର୍ଭୂକ୍ତ କରାଯାଇପାରେ।
  • କୋଷ୍ଠକାଠିନ୍ୟ ଭଳି ପେଟ ଜନିତ ସମସ୍ୟା ଦୂର କରିବାରେ କାକୁଡି ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କାକୁଡିରେ ଫାଇବର ମାତ୍ରା ଭରପୂର ରହିଥାଏ। କାକୁଡ଼ିରେ ଅଧିକ ଜଳୀୟ ପଦାର୍ଥ ଅଂଶ ରହିଥାଏ। ଯାହା କୋଷ୍ଠକାଠିନ୍ୟ ଭଳି ରୋଗରୁ ଦୂରେଇ ରଖିବାରେ ସାହାୟକ ହୋଇଥାଏ।
  • ମେଦବହୁଳତା ବୃଦ୍ଧି ହେବା ପଛରେ ସୁଗାର ଅନେକାଂଶରେ ଦାୟୀ। ସୁଗାର ରହିଥିବା କୌଣସି ଖାଦ୍ୟ ଖାଇବା ପରେ ମେଦବହୁଳତା ବଢିବାର ଆଶଙ୍କା ରହିଥାଏ। ହେଲେ ତଥାପି କାକୁଡିରେ ବହୁ କମ୍ ମାତ୍ରାରେ ପ୍ରାକୃତିକ ସୁଗାର ରହିଛି। ଯାହା ଏହାକୁ ଏକ ଭଲ ଓଜନ ହ୍ରାସକାରୀ ଖାଦ୍ୟ କରିଥାଏ।
  • ଶରୀରକୁ ଡିଟକ୍ସାଇଫ୍ କରିବା ପାଇଁ କାକୁଡି ମଧ୍ୟ ଉପଯୋଗୀ। କାକୁଡି ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ବିଷାକ୍ତ ପଦାର୍ଥର ଅପସାରଣ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ପେଟ ଫୁଲିବା ଏହା ଫ୍ଲାଟୁଲେନ୍ସ ଭଳି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ। 

ପ୍ରସ୍ତୁତ କରନ୍ତୁ କାକୁଡି ସାଲାଡ
ଓଜନ ହ୍ରାସ ପାଇଁ ଖାଦ୍ୟ ସହିତ ସାଲାଡ ଖାଇପାରିବେ। ଓଜନ ହ୍ରାସ କରିବାରେ କାକୁଡି ସାଲାଡ ପ୍ରଭାବଶାଳୀ ପ୍ରମାଣିତ ହୁଏ। ଏହାକୁ ଖାଇବା ପାଇଁ ଉପଯୁକ୍ତ ସମୟ ହେଉଛି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ। ରୁଟି-ପନିପରିବା ସହିତ କାକୁଡି ସାଲାଡ୍ କେବଳ ଆପଣଙ୍କ ପେଟକୁ ପୂର୍ଣ୍ଣ କରିବ ନାହିଁ ବରଂ ଓଜନ ହ୍ରାସ ପାଇଁ ମଧ୍ୟ ଭଲ ପ୍ରମାଣିତ ହେବ।

ଯଦି ଆପଣ ଟିକିଏ ଅଲଗା ସାଲାଡ୍ ତିଆରି କରିବାକୁ ଚାହାଁନ୍ତି, ତାହେଲେ ସାଲାଡ଼ ପ୍ରସ୍ତୁତି ପାଇଁ ତିନୋଟି କାକୁଡି, ଗୋଟିଏ ଚାମଚ ଲେମ୍ବୁ ରସ, ଏକ ଚାମଚ ଚିନି, ୮-୯ ଅଲିଭ୍ ଏବଂ ଦେଢ ଚାମଚ ଅଲିଭ୍ ତେଲ ନିଅନ୍ତୁ। ସବୁକିଛି ମିଶାନ୍ତୁ ଏବଂ ଏହାକୁ ଚେରି ଟମାଟୋ, କଳା ଲଙ୍କା ଏବଂ ପୋଦିନା ପତ୍ର ସହିତ ମିଶାଇ ଦିଅନ୍ତୁ। ଆପଣ ସାଲାଡ ତିଆରି କରିବା ସମୟରେ ଅଲିଭ୍, ଅଲିଭ୍ ତେଲ, ଲେମ୍ବୁ ରସ ଏବଂ କଳା ଲଙ୍କା ମିଶାଇ ଏଥିରେ ଥିବା ସମସ୍ତ ଉପାଦାନକୁ ମିଶାଇ ପାରିବେ। ଏହା ସାଲାଡ ସ୍ୱାଦକୁ ଚମତ୍କାର କରିବ।

କାକୁଡି ସୁପ୍ 
ଓଜନ ହ୍ରାସ ଖାଦ୍ୟରେ ସୁପ୍ ପ୍ରାୟତ ଅନ୍ତର୍ଭୂକ୍ତ ହୋଇଥାଏ। ଆପଣ ଘରେ କାକୁଡି ସୁପ୍ ମଧ୍ୟ ତିଆରି କରି ପିଇପାରିବେ। କାକୁଡି ସୁପ୍ ତିଆରି କରିବା ଅତ୍ୟନ୍ତ ସହଜ। ଏହି ସୁପ୍ ତିଆରି କରିବା ପାଇଁ ଆପଣଙ୍କୁ ଚାରୋଟି କାକୁଡି, ଗୋଟିଏ କପ୍ ଦହି, ୨-୩ ଚାମଚ ମେଥି ପତ୍ର, ଗୋଟିଏ କପ୍ ପାଣି କିମ୍ବା ପନିପରିବା ଷ୍ଟକ୍ ସହିତ ଏକ ଚାମଚ ଲେମ୍ବୁ ରସ ଦରକାର। ସୁପ୍ ପ୍ରସ୍ତୁତ କରିବାକୁ, ସମସ୍ତ ଜିନିଷକୁ କାକୁଡି ସହିତ ମିଶାନ୍ତୁ। ଏହା ପରେ ଆପଣଙ୍କ ସୁପ୍ ପ୍ରସ୍ତୁତ ହୋଇପାରିବ। ଆପଣ ଏହାକୁ ଥଣ୍ଡା ସହିତ ଗରମ ପିଇପାରିବେ।

Read More
{}{}