Hindi News >>Home >>Odisha LifeStyle and Others

Health Tips: ଲିଭର ଖରାପ ହେବା ପୂର୍ବରୁ ଦେଖାଦେଇଥାଏ ଏହିସବୁ ଲକ୍ଷଣ

Health Tips: ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ଶରୀରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ। ଲିଭର ସମସ୍ୟା କାରଣରୁ କମ୍ ଭୋକ ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ। ତେବେ ପ୍ରଥମରୁ ସତର୍କତା ଅବଲମ୍ବନ କଲେ ବଡ ବିପଦରୁ ମୁକ୍ତି ମିଳିପାରିବ । ତେବେ ଜାଣନ୍ତୁ ଲିଭର କ୍ଷତିର ପ୍ରାଥମିକ ଲକ୍ଷଣ?
 

Advertisement
Health Tips: ଲିଭର ଖରାପ ହେବା ପୂର୍ବରୁ ଦେଖାଦେଇଥାଏ ଏହିସବୁ ଲକ୍ଷଣ
Stop
Payal Priyadarshini|Updated: Apr 18, 2024, 12:24 PM IST

Health Tips: ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ଶରୀରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ। ଲିଭର ସମସ୍ୟା କାରଣରୁ କମ୍ ଭୋକ ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ। ତେବେ ପ୍ରଥମରୁ ସତର୍କତା ଅବଲମ୍ବନ କଲେ ବଡ ବିପଦରୁ ମୁକ୍ତି ମିଳିପାରିବ । ତେବେ ଜାଣନ୍ତୁ ଲିଭର କ୍ଷତିର ପ୍ରାଥମିକ ଲକ୍ଷଣ?

  • ଯେତେବେଳେ ଲିଭର ନଷ୍ଟ ହେବାକୁ ଲାଗେ, ଏହା ବିଲିରୁବିନ ରାସାୟନିକ ପଦାର୍ଥକୁ ଭାଙ୍ଗିବାରେ ଅସମର୍ଥ ହୁଏ, ଯେଉଁ କାରଣରୁ ଲିଭରରେ ଏହାର ସ୍ତର ବଢ଼ିବାରେ ଲାଗେ। ଲିଭରରେ ସମସ୍ୟା ହେଲେ ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ। ଏହା ବ୍ୟତୀତ, ଆଖି ଓ ଚର୍ମର ରଙ୍ଗ ମଧ୍ୟ ହଳଦିଆ ହେବାକୁ ଲାଗେ।
  • ବାନ୍ତି ହେବା ଲିଭରରେ ସମସ୍ୟାର ଏକ ପ୍ରମୁଖ ଲକ୍ଷଣ ଅଟେ । ଲିଭରରେ ସମସ୍ୟା ହେଲେ ବିଷାକ୍ତ ପଦାର୍ଥ ରକ୍ତରୁ ସଠିକ୍ ଭାବରେ ବାହାରିବାରେ ସକ୍ଷମ ହୋଇନଥାଏ । ଏହି କାରଣରୁ ବାରମ୍ବାର ବାନ୍ତି ଲାଗିଥାଏ । ଏହା ବ୍ୟତୀତ, ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ , ଯେଉଁ କାରଣରୁ ଝାଡ଼ା ପତଳା ହୋଇଥାଏ।
  • ଲିଭର ସମସ୍ୟା କାରଣରୁ ଖାଇବା ପରେ ତୁରନ୍ତ ଝାଡ଼ା ଲାଗିଥାଏ । ଯାହାକି ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚାଇଥାଏ ।  ଲିଭରରେ ସମସ୍ୟା ଥିଲେ ଏହା ଖାଦ୍ୟ ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ, ଏହି କାରଣରୁ କୋଲନ୍ ସଙ୍କୁଚିତ ହେବାକୁ ଲାଗେ। ଯେଉଁଥିପାଇଁ ବାରମ୍ବାର ଝାଡ଼ା ଲାଗିବା ସମସ୍ୟା ସୃଷ୍ଟି ହୁଏ।

ଶରୀରେ କେଉଁ ସବୁ କାର୍ଯ୍ୟ କରେ ଲିଭର

  • ଲିଭରର କାର୍ଯ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ଏହାର ପ୍ରଥମ ଜୋନ୍‌ରେ ରକ୍ତ ପ୍ରବେଶ କରିବା ପରେ ଦ୍ୱିତୀୟ ଜୋନ୍‌କୁ ଯାଇଥାଏ।
  • ଶେଷ ଜୋନ୍‌ରେ ରକ୍ତ ବିଶୁଦ୍ଧ ହୋଇ ଶରୀରରେ ପ୍ରବାହିତ ହୋଇଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର।
  • ଆମେ ଖାଉଥିବା ଖାଦ୍ୟରୁ ଲିଭର କାର୍ବୋହାଇଡ୍ରେଟ୍‌ ଓ ଭିଟାମିନ୍‌ ସଂଗ୍ରହ କରି ମସ୍ତିଷ୍କକୁ ଯୋଗାଇଥାଏ। ଏହାଦ୍ୱାରା ମସ୍ତିଷ୍କ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ।
  • ଏହା ଶରୀର ଭିତରେ ନିର୍ମିତ ହେଉଥିବା ବିଷାକ୍ତ ତତ୍ତ୍ୱକୁ ନଷ୍ଟ କରିଦିଏ।
  • ଲିଭର ଭିତରେ ପ୍ରସ୍ତୁତ ହେଉଥିବା ପ୍ରୋଟିନ୍‌ ରକ୍ତକୁ ପରିଷ୍କାର ରଖିଥାଏ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

 

 

Read More
{}{}