Hindi News >>Home >>Odisha LifeStyle and Others

Maha Shivaratri 2023:ଜାଣନ୍ତୁ ମହାଶିବରାତ୍ରୀ ପାଳନ ପଛରେ କ’ଣ ରହିଛି କାରଣ, କେମିତି କରିବେ ପୂଜା

Maha Shivaratri 2023: ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ (Mahashivratri 2023) ପାଳନ କରାଯାଏ। ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା କ'ଣ ରହିଛି ମହାଶିବରାତ୍ରୀ ପାଳନ ପଛର କାରଣ ଓ କେମିତି କରିବେ ପୂଜା ବିଧି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 15, 2023, 04:18 PM IST

Maha Shivaratri 2023:  ମହାଶିବରାତ୍ରୀ ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ବେଶ ଗୁରୁତ୍ବବହନ କରିଥାଏ । ପ୍ରତ୍ୟେକ ବର୍ଷ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ଫେବୃୟାରୀ ୧୮ ତାରିଖ ଅର୍ଥାତ୍ ଶନିବାର ଦିନ ପଡ଼ୁଛି ଭୋଳାନାଥଙ୍କ ମହାଶିବରାତ୍ରୀ । ପୁରାଣ ଅନୁଯାୟୀ, ଦେବୀ ସତୀ ମାତା ପାର୍ବତୀଙ୍କ ରୂପରେ ପୁନଃଜନ୍ମ ନେଇଥିଲେ । ମାତା ପାର୍ବତୀ ନିଜ ସୌନ୍ଦର୍ଯ୍ୟରେ ଭଗବାନ ଶିବଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇପାରିନଥିଲେ । ଏହାପରେ ମାତା ପାର୍ବତୀ ତ୍ରିୟୁଗୀ ନାରାୟଣରୁ ୫ କିଲୋମିଟର ଦୂରରେ ଥିବା ଗୌରୀକୁଣ୍ତରେ ସେ ତପସ୍ୟା କରିଥିଲେ ଏପରି କରି ମାତା ପାର୍ବତୀ ଶିବଙ୍କୁ ପ୍ରସନ୍ନ କରିଥିଲେ । ଏହି ଦିନ ଭଗବାନ ଶିବ ଓ ଆଦିଶକ୍ତି ମାତା ପାର୍ବତୀଙ୍କ ବିବାହ ହୋଇଥିଲା। କୁହାଯାଏ ଯେ, ଭଗବାନ ଶିବଙ୍କ ତାଣ୍ତବ ଓ ମାତା ପାର୍ବତୀଙ୍କ ନୃତ୍ୟ ସମନ୍ବୟ ହେତୁ ବଶ୍ବ ବ୍ରାହ୍ମଣ୍ତରେ ସନ୍ତୁଳନ ବଜାୟ ରହିଥାଏ । ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଓ ଉପବାସ ପାଳନ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅଛି, ଯାହା ପାଳନ କରିବା ଆବଶ୍ୟକ । ଏହି ନିୟମ ମାନିବା ଦ୍ୱାରା ଜଣେ ମହାଶିବରାତ୍ରୀଙ୍କ ପୂର୍ଣ୍ଣ ଫଳ ପାଇବା ସହ ଭଗବାନ ଶିବଙ୍କ କୃପା ଲାଭ କରିଥାଏ ।

କାହିଁକି କରାଯାଏ ଉପବାସ

କୁହାଯାଏ ମହାଶିବରାତ୍ରୀରେ ବତ୍ର ବା ଉପବାସ କରିବା ଦ୍ବାରା ପୁନଃ ମିଳିଥାଏ । ଶିବରାତ୍ରୀରେ ବତ୍ର, ଉପବାସ ଓ ଅଭିଷେକ କରିବା ଦ୍ବାରା ମଣିଷ ଭାଗ୍ୟଶାଳୀ ହୋଇଥାଏ । ଏନେଇ ଭଗବାନ ରାମ କହିଛନ୍ତି ଯେ, ଯିଏ ଭଗବାନ ଶିବଙ୍କୁ ଦ୍ବାହି ଦେଇ ମୋତେ ପାଇବାକୁ ଚେଷ୍ଟା କରେ ସେ ମୋତେ ସ୍ବପ୍ନରେ ମଧ୍ଯ ପାଇପାରିବ ନାହିଁ । ଏହି କାରଣରୁ ଏହି ଦିନ ଶିବଙ୍କୁ ପୂଜା କରିବା ସହିତ ଶ୍ରୀ ରାମଚରିତ ପାଠ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅନ୍ୟ ଏକ କଥାରେ କୁହାଯାଇଛି ଯେ, ଥରେ ମାତା ପାର୍ବତୀ ଥରେ ଭଗବାନ ଶିବଙ୍କୁ ପଚାରିଥିଲେ ଯେ, କେଉଁ ଉପବାସ ତାଙ୍କୁ ସର୍ବୋତ୍ତମ ଭକ୍ତି ଓ ପୁଣ୍ୟ ପ୍ରଦାନ କରିଥାଏ । ଏହାର ଉତ୍ତରରେ ଭୋଳଶଙ୍କର କହିଥିଲେ ଯେ, ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ଯିବ ଉପବାସ ରଖିଥାଏ ତା ଭକ୍ତିରେ ମୁଁ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାଏ ।

ପୂଜା ବିଧି 

ମହାଶିବରାତ୍ରୀ ଦିନ ସକାଳୁ ଉଠି ଗାଧେଇବା ପରେ ପୂଜା ସାମଗ୍ରୀ ନେଇ ଶିବ ମନ୍ଦିର ଯାଆନ୍ତୁ । ଫୁଲ, ଫଳ ନୈବେଦ୍ୟ ସହ ଭଗବାନ ଶିବଙ୍କ ଅତି ପ୍ରିୟର ବେଲପତ୍ରରେ ଚନ୍ଦନ ଲଗାଇ ଅପର୍ଣ କରନ୍ତୁ । ଯେତେଥର ସମ୍ଭବ “ଓଃ ନମଃ ଶିବାୟ” ଜପ କରନ୍ତୁ । ଏହି ଦିନ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କ ପୂଜା ଓ ଆରାଧ୍ୟନା କରିବା ଉଚିତ୍ । ଅଭିଷେକ ଜଳରେ ପ୍ରଥମ ପ୍ରହରେ କ୍ଷୀର, ଦ୍ୱିତୀୟ ପ୍ରହରରେ କଦଳୀ, ତୃତୀୟ ପ୍ରହରରେ ଘିଅ ଓ ଚତୁର୍ଥ ପ୍ରହରରେ ମହୁ ମିଶାନ୍ତୁ । ଦିନରେ କେବଳ ଫଳ ଖାଇ ରାତିରେ ଉପବାସ ରଖନ୍ତୁ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କଲେ କୋଟି ପୁଣ୍ୟ ମିଳିବା ସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

Also Read-Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ

 

 

 

 

 

 

Read More
{}{}