Hindi News >>Home >>Odisha LifeStyle and Others

Solar Eclipse 2022: ସୂର୍ଯ୍ୟ ପରାଗରେ ଭୟଙ୍କର 'ଚତୁର୍ଗ୍ରହୀ ଯୋଗ'! ସଙ୍କଟରେ ୬ ରାଶି, ତିନିକୁ ମହାବିପତ୍ତି

Solar Eclipse 2022: ଦୀପାବଳିର ଠିକ ପରଦିନ ଅର୍ଥାତ ମଙ୍ଗଳବାର ସୂର୍ଯ୍ୟପରାଗ (Solar Eclipse) ପଡ଼ିଛି। ଏହି ସଂଯୋଗ ୨୭ ବର୍ଷ ପରେ ପଡ଼ୁଥିବା ଜଣାପଡିଛି। ଏଥର ଦୀପାବଳିରେ ହସ୍ତ-ଚିତ୍ରା ନକ୍ଷତ୍ରାରେ ବୈଧୃତି ଯୋଗର ସୁଖଦଃ ସଂଯୋଗ ସୃଷ୍ଟି ହୋଇଛି। ଦୀପାବଳିର ପରଦିନ ସୂର୍ଯ୍ୟପରାଗ ପଡ଼ିବା ଏକ ବଡ଼ ସଂଯୋଗ।

Advertisement
Solar Eclipse 2022: ସୂର୍ଯ୍ୟ ପରାଗରେ ଭୟଙ୍କର 'ଚତୁର୍ଗ୍ରହୀ ଯୋଗ'! ସଙ୍କଟରେ ୬ ରାଶି, ତିନିକୁ ମହାବିପତ୍ତି
Stop
Zee Odisha Desk|Updated: Oct 25, 2022, 10:06 AM IST

Solar Eclipse 2022: ବୈଦିକ ଜ୍ୟୋତିଷ ଅନୁସାରେ ୨୫ ଅକ୍ଟୋବରରେ ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ଏହି ସୂର୍ଯ୍ୟ ପରାଗରେ ଭୟଙ୍କର 'ଚତୁର୍ଗ୍ରହୀ ଯୋଗ' ରହିଛି।  ତୁଳା ରାଶିରେ ସୂର୍ଯ୍ୟ ପରାଗ ଲାଗିବ। ଏଥର ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କ ସହ ଚନ୍ଦ୍ର, ଶୁକ୍ର ଓ କେତୁ ମଧ୍ୟ ତୁଳାରେ ରହିବେ। ତେଣୁ ତୁଳାରେ ଚତୁର୍ଗ୍ରହୀ ଯୋଗ ହେଉଛି। ଏହା ସହିତ ଏହି ଗ୍ରହ ଗୁଡିକ ଉପରେ ରାହୁ ଓ ଶନିଙ୍କର ସିଧା ନଜର ରହିବ। ତେଣୁ ଏହାର ଖରାପ ପ୍ରଭାବ ପ୍ରାୟ ଅଧା ରାଶି ଉପରେ ପଡିବ, କିନ୍ତୁ ବିଶେଷ କରି ତିନି ରାଶି (ମିଥୁନ, ତୁଳା ଓ ମକର) ପାଇଁ ଏହା ସଙ୍କଟ କାରକ ହୋଇପାରେ।

ବୃଷ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅଶୁଭ ହୋଇପାରେ। ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। ଏପରି ପରିସ୍ଥିତିରେ, ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ।

ମିଥୁନ:

ସୂର୍ଯ୍ୟ ପରାଗରେ ପଡୁଥିବା 'ଚତୁର୍ଗ୍ରହୀ ଯୋଗ', ମିଥୁନ ରାଶି ପାଇଁ ଅତ୍ୟନ୍ତ ହାନୀ କାରକ ହୋଇପରେ। ତେଣୁ ମିଥୁନ ରାଶିର ବ୍ୟକ୍ତିମାନେ ଯାତ୍ରା ବେଳେ ସାବଧାନ ରହିବା ଉଚିତ୍। ଚାକିରି କିମ୍ବା ବ୍ୟବସାୟରେ କିଛି ପରିବର୍ତ୍ତନ ହୋଇପାରେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ। ଏପରି ପରିସ୍ଥିତିରେ, ମିଥୁନ ରାଶିର ବ୍ୟକ୍ତିମାନେ ବିଚାର କରି ନିଷ୍ପତ୍ତି ନେଇବା ଉଚିତ, ନହେଲେ ଆର୍ଥିକ କ୍ଷତିର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। 

Also Read: Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର

କନ୍ୟା: 

ଏହି ସୂର୍ଯ୍ୟ ପରାଗ, କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ବ୍ୟବସାୟ ବିଦେଶ ସହିତ ଜଡିତ, ସେମାନେ ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ। ଏହି ସମୟରେ ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତୁଳା:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ତୁଳା ରାଶିରେ ସୂର୍ଯ୍ୟ ପରାଗ ଲାଗୁଛି ଆଉ 'ଚତୁର୍ଗ୍ରହୀ ଯୋଗ' ମଧ୍ୟ ଅଛି। ଏଭଳି ପରିସ୍ଥିତିରେ ପରାଗର ସର୍ବାଧିକ ପ୍ରଭାବ ତୁଳା ରାଶିର ଲୋକଙ୍କ ଉପରେ ପଡ଼ିବ। ଏହି ସମୟ ମଧ୍ୟରେ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଆତ୍ମବିଶ୍ୱାସ ହ୍ରାସ ପାଇବ। ବିବାଦ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ମଧ୍ୟ ପଡିପାରନ୍ତି। ବିଶେଷ କରି ହୃଦ ରୋଗୀମାନେ ସାବଧାନ ରହିବା ଆବଶ୍ୟକ।

Also Read: Solar Eclipse 2022: ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ, ୨୭ ବର୍ଷ ପରେ ହେଉଛି ଏହି ବିରଳ ସଂଯୋଗ

ବିଚ୍ଛା:

ବିଚ୍ଛା ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ଅଟେ। ଆୟ ହ୍ରାସ ହୋଇପାରେ। ଅଯଥାରେ ବିବାଦ ଆଡକୁ ଟାଣି ହୋଇଯିବେ। ପରିବାରରେ ଚିନ୍ତା ବୃଦ୍ଧି ହୋଇପାରେ। ତୁଣ୍ଡରେ ଲଗାମ ଲଗାନ୍ତୁ।

ମକର:

ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗସ ଶୁଭଦାୟକ ହେବ ନାହିଁ। ଏହି ରାଶିର ବ୍ୟକ୍ତିଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଚାକିରି ଏବଂ ବ୍ୟବସାୟରେ ସତର୍କତାର ସହ କାମ କରିବାକୁ ପଡିବ, ନଚେତ୍ କ୍ଷତି ହୋଇପାରେ। କୌଣସି କ୍ଷେତ୍ରରେ ନିବେଶ କରନ୍ତୁ ନାହିଁ। ଚାକିରି ପରିବର୍ତ୍ତନ କରନ୍ତୁ ନାହିଁ। ପରାଗ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଦୌ ଠିକ୍ ନୁହେଁ।

 

 

 

 

 

 

Read More
{}{}