Hindi News >>Home >>Odisha LifeStyle and Others

Brain Malaria: ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ହେଉଛନ୍ତି ଶିଶୁ, ଜାଣନ୍ତୁ ଲକ୍ଷଣ ଓ ପ୍ରତିଷେଧକ

What Is Brain Malaria: କ’ଣ ଏହି ମସ୍ତିଷ୍କ ମ୍ୟାଲେରିଆ, କ'ଣ ଏହାର ଲକ୍ଷଣ ଏବଂ ପ୍ରତିରୋଧକ ବ୍ୟବସ୍ଥା । ଶୀତ ଋତୁ ଆରମ୍ଭରୁ ଅନେକ ଶିଶୁ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ଜ୍ୱରରୁ ବର୍ତ୍ତିବା ପାଇଁ ସାଧାରଣ ଉପାୟ ଥିଲେ ମଧ୍ୟ ସଚେତନତା ଅଭାବରୁ ଶିଶୁମାନେ ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରୁଛନ୍ତି । 

Advertisement
Brain Malaria: ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ହେଉଛନ୍ତି ଶିଶୁ, ଜାଣନ୍ତୁ ଲକ୍ଷଣ ଓ ପ୍ରତିଷେଧକ
Stop
PRAKASH RANJAN PARIDA|Updated: Oct 17, 2022, 09:55 PM IST

What is Brain Malaria: ଲଗାତାର ଅନେକ ଦିନ ବର୍ଷା ହେବା ପରେ ବର୍ତ୍ତମାନ ମସ୍ତିଷ୍କ ମ୍ୟାଲେରିଆ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବହୁ ସଂଖ୍ୟାରେ ଶିଶୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ମଧ୍ୟରେ କିଛି ଶିଶୁ ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ହୋଇଛନ୍ତି । ଏପରି ପରିସ୍ଥିତିରେ, ଏନସେଫାଲାଇଟିସକୁ ଏଡାଇବା ପାଇଁ, ଆପଣଙ୍କ ପାଖରେ ଏହି ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିବା ଅତ୍ୟନ୍ତ ଜରୁରୀ । ଏବେ ଆସନ୍ତୁ ଜାଣିନେବା ମସ୍ତିଷ୍କ ମ୍ୟାଲେରିଆ କ’ଣ, ଏହାର ଲକ୍ଷଣ ଏବଂ ପ୍ରତିରୋଧର ପଦ୍ଧତି କଣ ରହିଛି । ଏହାବ୍ୟତୀତ, ଏହି ରଚନାରୁ ଏହା ମଧ୍ୟ ଜାଣି ପାରିବେ ଯେ ମସ୍ତିଷ୍କ ଜ୍ୱର ସାଧାରଣ ମ୍ୟାଲେରିଆଠାରୁ କିପରି ଭିନ୍ନ ଅଟେ । 

ମସ୍ତିଷ୍କ ମ୍ୟାଲେରିଆ ସାଧାରଣ ମ୍ୟାଲେରିଆଠାରୁ କିପରି ଭିନ୍ନ?

ମ୍ୟାଲେରିଆ ସାଧାରଣତ ମାଇଆନାଫିଲ୍ସ ମଶା କାମୁଡ଼ିବା ଦ୍ୱାରା ସଂକ୍ରମିତ ହୋଇଥାଏ । କିନ୍ତୁ ଯେତେବେଳେ ଏହାର ପ୍ରଭାବ ବଢ଼ିବାରେ ଲାଗେ, ଏହା ଭିଭ୍ୟାକ୍ସର ରୂପ ନେଇଥାଏ । ଏହାପରେ ଏହା ଯକୃତ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ପ୍ରାରମ୍ଭିକ କାଳରେ ଚିକିତ୍ସା ଅବହେଳା କାରଣରୁ ଏହା ମସ୍ତିଷ୍କରେ ପହଞ୍ଚିଥାଏ । ଏହାପରେ ଥଣ୍ଡା ସହିତ ଉଚ୍ଚ ଜ୍ୱର ଆସିଥାଏ । ସଂକ୍ରମିତ ଚେତାଶୂନ୍ୟ ଅବସ୍ଥାରେ ପଡ଼ିରହିଥାନ୍ତି । ଏପରିକି ଅନେକ ସଂକ୍ରମିତଙ୍କ ରକ୍ତଚାପ ବୃଦ୍ଧି ପାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ଶିଶୁ କିମ୍ବା ବୟସ୍କ ବ୍ୟକ୍ତିଙ୍କର ପାଞ୍ଚରୁ ସାତ ଦିନ ମଧ୍ୟରେ ମୃତ୍ୟୁ ହୋଇଥାଏ । 

ମସ୍ତିଷ୍କ ମ୍ୟାଲେରିଆ କ’ଣ?

ସାଧାରଣତ ବିଶ୍ୱାସ କରାଯାଏ ଯେ ଫିମେଲ ଆନାଫିଲ୍ସ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ସଂକ୍ରମିତ ହୁଏ। ମଶା ଦ୍ୱାରା ପ୍ଲାଜାମୋଡିୟମ୍ ନାମକ ଏକ ପରଜୀବୀ ରକ୍ତ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରି ଏହି ରୋଗ ସୃଷ୍ଟି କରିଥାଏ । 

ମସ୍ତିଷ୍କ ମ୍ୟାଲେରିଆର କାରଣ 

ଡାକ୍ତରଙ୍କ କହିବାନୁସାରେ, ବର୍ଷା ପରେ ଆବର୍ଜନା ଏବଂ ଦୂଷିତ ଜଳ ଯୋଗୁଁ ମସ୍ତିଷ୍କ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଏହି ସଂକ୍ରମଣକୁ ବ୍ରେନ ମ୍ୟାଲେରିଆ ବା  MT ମ୍ୟାଲେରିଆ କୁହାଯାଏ । ଏହି ରୋଗ ସହରରୁ ଗାଁକୁ ବ୍ୟାପୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଚିକିତ୍ସା ଠିକ୍ ସମୟରେ କରା ନ ଯାଏ, ତେବେ ଏହି ରୋଗୀମାନଙ୍କ ଜୀବନ ମଧ୍ୟ ଯାଇପାରେ । SKMCH ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପିଲିଆଟ୍ରିକ୍ସ ଡକ୍ଟର ଗୋପାଳ ଶଙ୍କର ସହନିଙ୍କ କହିବା ଅନୁସାରେ  ପିଲାମାନଙ୍କଠାରେ ମସ୍ତିଷ୍କ ମ୍ୟାଲେରିଆର ମାତ୍ରା ଏବେ ଅଧିକ ଦେଖାଯାଉଛି।

ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ 

ଡକ୍ଟର ସାହନିଙ୍କ ସୂଚନା ଅନୁସାରେ ଲଗାତାର ବର୍ଷା ହେତୁ ସହରରୁ ଗାଁ ପର୍ଯ୍ୟନ୍ତ ରାସ୍ତା ଓ ଘର ଚାରିପାଖରେ ପାଣି ଓ ମଇଳା ଜମା ହେଉଛି। ଯେଉଁଥିପାଇଁ ମଶା ବଂଶ ମଧ୍ୟ ବୃଦ୍ଧି ପାଇଛି । ମଶା କାମୁଡ଼ିବା କାରଣରୁ ଲୋକମାନେ ଅସୁସ୍ଥ ହୋଇପଡୁଛନ୍ତି। ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ଗୁଡ଼ିକ ମଧ୍ୟରେ ଶରୀରରେ ଅଧିକ ଜ୍ୱର, ଦିନରେ ଜ୍ୱର କମିଯିବା ପରେ ରାତିରେ ଜ୍ୱର ବୃଦ୍ଧି, ଶିଶୁମାନେ ଦୁର୍ବଳ ଅନୁଭବ କରିବା ରହିଛି । 

ଏହାବି ପଢ଼ନ୍ତୁ: Breast Cancer: କେବଳ ମହିଳା ନୁହେଁ ପୁରୁଷଙ୍କୁ ମଧ୍ୟ ହୋଇପାରେ ବ୍ରେଷ୍ଟ କ୍ୟାନସର! ଏହି ଲକ୍ଷଣଗୁଡ଼ିକୁ କରନ୍ତୁ ନାହିଁ ଅଣଦେଖା

 

ମସ୍ତିଷ୍କ ମ୍ୟାଲେରିଆରୁ ବର୍ତ୍ତିବା ପାଇଁ ପଦକ୍ଷେପ

ମସ୍ତିଷ୍କ ମ୍ୟାଲେରିଆରୁ ବର୍ତ୍ତିବା ପାଇଁ ସର୍ବପ୍ରଥମେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏଥିପାଇଁ ଖୋଲା ସ୍ଥାନରେ ଶୋଇବାକୁ ଚେଷ୍ଟା କରନ୍ତୁ ନାହିଁ । ଶୋଇବା ସମୟରେ ମଶାରୀ ବ୍ୟବହାର ସହ ଘର ଚାରିପାଖରେ ପାଣି ଏବଂ ମଇଳା ଜମା ହେବାକୁ ଦିଅନ୍ତୁ ନାହିଁ । ସବୁବେଳେ ବିଶୁଦ୍ଧ ପାଣି ପିଅନ୍ତୁ । ଯେଉଁଠାରେ ମଶା ଅଧିକ ଥାଆନ୍ତି ସେଠାରେ ରୁହନ୍ତୁ ନାହିଁ । ଏଥିସହ ପିଲାମାନଙ୍କୁ ଏପରି ସ୍ଥାନକୁ ଯିବାକୁ ବାରଣ କରନ୍ତୁ । ଯଦି ଶରୀରରେ ଜ୍ୱର ଆସୁଛି, ତେବେ ଯଥାଶୀଘ୍ର ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯିବା ଉଚିତ୍ । 

Read More
{}{}