Hindi News >>Home >>Odisha LifeStyle and Others

Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ

Veg Soya Biryani: ସୋୟା ବିରିୟାନି ଯେକୌଣସି ସମୟରେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତ କରି ଖାଇପାରିବେ । ଏହାର ସ୍ୱାଦ ଏବଂ ଚମତ୍କାର ସୁଗନ୍ଧ ଆପଣଙ୍କ ଭୋକକୁ ଦ୍ୱିଗୁଣିତ କରିବ ।

Advertisement
Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ
Stop
Soubhagya Ranjan Mishra|Updated: Oct 10, 2023, 06:46 AM IST

Veg Soya Biryani: ସାରାଦିନ କାମଧନ୍ଦା ପରେ, ବେଳେବେଳେ ରାତ୍ରି ଭୋଜନ ପ୍ରସ୍ତୁତ କରିବା ବହୁତ କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ ଏପରି କିଛି କରିବାର ଇଚ୍ଛା ହୁଏ, ଯାହା ସ୍ୱାଦିଷ୍ଟ ହେବା ସାଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥିବ । ଆଜ୍ଞା ହଁ, ଯଦି ଆପଣ ମଧ୍ୟ ଏପରି ଖାଦ୍ୟ ବିଷୟରେ ଚିନ୍ତା କରୁଛନ୍ତି, ତେବେ ପ୍ରୋଟିନ୍ ସମୃଦ୍ଧ ସୋୟା ବିରିୟାନି ଏକ ଉତ୍ତମ ବିକଳ୍ପ । ଏହାର ସବୁଠାରୁ ବଡ ବିଶେଷତା ହେଉଛି ଆପଣ ଏହାକୁ ଯେକୌଣସି ସମୟରେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ (Lunch or dinner) ପାଇଁ ପ୍ରସ୍ତୁତ କରି ଖାଇପାରିବେ । ଏହାର ସ୍ୱାଦ ଏବଂ ଚମତ୍କାର ସୁଗନ୍ଧ ଆପଣଙ୍କ ଭୋକକୁ ଦ୍ୱିଗୁଣିତ କରିବ । ବୟସ୍କମାନେ ଏବଂ ପିଲାମାନେ ମଧ୍ୟ ଏହାକୁ ପସନ୍ଦ କରିବେ । ଯଦି ଆପଣ ଏହାକୁ ଘରେ ସହଜରେ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆମ ଦ୍ୱାରା ଦିଆଯାଇଥିବା ପଦ୍ଧତିକୁ ଅନୁସରଣ କରିପାରିବେ । ଆସନ୍ତୁ ଜାଣିବା ସୋୟା ବିରିୟାନି ତିଆରି କରିବାର ସହଜ ଉପାୟ (easy tips) ।

ସୋୟା ବିରିୟାନି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ 

ସୋୟା  - ୧ କପ୍ 
ମୋଟା ଦହି - ୧ କପ୍ 
ଆଳୁ - ୧ ରୁ ୨  ଟି 
କ୍ୟାପସିକମ୍ - ୧ ଟି 
ପିଆଜ - ୧
ଗାଜର - ୧ 
ହଳଦୀ - ୧/୨ ଚାମଚ 
ଲାଲ୍ ଚିଲି ପାଉଡର - ୧ ଚାମଚ 
ଅଦା-ରସୁଣ ପେଷ୍ଟ - ୧ ଚାମଚ 
ବିରିୟାନି ମସାଲା ପାଉଡର - ୧ ଚାମଚ 
ଲୁଣ - ସ୍ୱାଦ ଅନୁଯାୟୀ ।

ଅନ୍ୟାନ୍ୟ ଉପାଦାନ ।
ଚାଉଳ- ଦେଢ଼ କପ୍ ।
ଭଜା ପିଆଜ- ୩ ଚାମଚ ।
ବିରିୟାନି ମସାଲା ପାଉଡର- ୧/୨ ଚାମଚ
ପୋଦିନା, ଧନିଆ ପତ୍ର- ୩/୪ଚାମଚ 
କଳା ଲଙ୍କା- ୧/୨ ଚାମଚ 
ଦେଶୀ ଘିଅ- ୨-୩ ଚାମଚ
ଡାଳଚିନି- ୧ ଖଣ୍ଡ 
ତେଜ ପତ୍ର- ୧ଟା 
ଲବଙ୍ଗ- ୪-୫
ଷ୍ଟାର ଫୁଲ- ୧
ଅଳେଇଚ- ୫-୬ 
ପିଆଜ ଭଲ ଭାବରେ କଟା - ୧ 
ଲୁଣ- ସ୍ୱାଦ ଅନୁଯାୟୀ

ସୋୟା ବିରିୟାନି କିପରି ତିଆରି କରିବେ ?
ସ୍ୱାଦିଷ୍ଟ ସୋୟା ବିରିୟାନି ପ୍ରସ୍ତୁତ କରିବାକୁ ପ୍ରଥମେ ଏକ ପାତ୍ରରେ ପାଣି ଢ଼ାଳନ୍ତୁ ଏବଂ ଏହାକୁ ଗରମ କରନ୍ତୁ । ଏହା ପରେ, ଏଥିରେ ସୋୟା ମିଶାନ୍ତୁ ଏବଂ ଏହାକୁ ପ୍ରାୟ ୧୫ ମିନିଟ୍ ପାଇଁ ଭିଜିବାକୁ ଦିଅନ୍ତୁ । ଯେତେବେଳେ ସୋୟା ନରମ ହୋଇଯିବ, ଏହାକୁ ଚିପୁଡ଼ି ରଖନ୍ତୁ । ଏହା ପରେ, ଏକ ମିଶ୍ରଣ ପାତ୍ର ନେଇ ସେଥିରେ ଦହି ମିଶାଇ ଭଲ ଭାବରେ ଫେଣ୍ଟନ୍ତୁ । ଏହା ପରେ, ଲାଲ୍ ଲଙ୍କା ପାଉଡର, ବିରିୟାନି ମସାଲା ପାଉଡର (Biryani Masala Powder), ହଳଦୀ, ଅଦା-ରସୁଣ ପେଷ୍ଟ ଏବଂ ଲୁଣକୁ ଦହିରେ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହି ପ୍ରସ୍ତୁତ ମିଶ୍ରଣରେ ଭିଜାଇଥିବା ସୋୟା, କଟା ଗାଜର, କଟା କ୍ୟାପସିକମ୍, ପିଆଜ ଏବଂ କଟା ଆଳୁ ପକାଇ ଏହାକୁ ମିଶାନ୍ତୁ । ଏହାକୁ ସଠିକ୍ ଭାବରେ ମାଗ୍ନିନେଟ୍ କରିବା ପାଇଁ ଏହି ମିଶ୍ରଣକୁ ୧ ଘଣ୍ଟା ଫ୍ରିଜରେ ରଖନ୍ତୁ । ଏବେ ୨ ଟେବୁଲ୍ ଚାମଚ ଘିଅକୁ ଏକ ପ୍ରେସର କୁକରରେ ପକାନ୍ତୁ ଏବଂ ଏହାକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ଘିଅକୁ ତରଳାଇବା ପରେ ତେଜପତ୍ର, ଡାଳଚିନି ସହିତ ସମସ୍ତ ଶୁଖିଲା ମସଲା ମିଶାଇ ଭାଜନ୍ତୁ ।

ମସଲାରୁ ସୁଗନ୍ଧ ବାହାରିବା ପରେ କଟା ପିଆଜ ପକାଇ ଭାଜନ୍ତୁ । ଏହା ପରେ ଅଦା-ରସୁଣ ପେଷ୍ଟ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ଏବେ ଫ୍ରିଜରୁ ମାଗ୍ନିନେଟ୍ ସୋୟା ବାହାର କରି କୁକରରେ ଢାଳନ୍ତୁ ଏବଂ ପନିପରିବା ମିଶାଇ ଭଲ ଭାବରେ ଘାଣ୍ଟନ୍ତୁ। ଏହା ପରେ ଭିଜାଇଥିବା ଚାଉଳକୁ ମିଶାଇ ମସଲାଯୁକ୍ତ ସୋୟା ଉପରେ ସମାନ କରିଦିଅନ୍ତୁ। ମନେରଖନ୍ତୁ, ଚାଉଳକୁ ପ୍ରଥମେ ୨୦-୨୫ ମିନିଟ୍ ପାଣିରେ ଭିଜାଇବେ ଏବଂ ତା’ପରେ ଏହାକୁ ବ୍ୟବହାର କରିବେ। ଏବେ ଭଜା ପିଆଜ, ବିରିୟାନି ମସାଲା ପାଉଡର, ଧନିଆ ପତ୍ର, ସ୍ୱାଦ ଅନୁଯାୟୀ ଲୁଣ ଏବଂ ୧ ଚାମଚ ଦେଶୀ ଘିଅକୁ ପକାନ୍ତୁ । ଏଥିରେ ଦୁଇ କପ୍ ପାଣି ମିଶାନ୍ତୁ, କୁକରକୁ ଢାଙ୍କୁଣୀରେ ଦେଇ ୨ ଟି ହ୍ୱିସିଲ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଯେତେବେଳେ କୁକରରରୁ ବାଷ୍ପ ଚାଲିଯିବ, ଢାଙ୍କୁଣୀ ଖୋଲନ୍ତୁ ଏବଂ ଏକ ପ୍ଲେଟରେ ସୋୟା ବିରିୟାନି ବାହାର ସର୍ଭ କରନ୍ତୁ। ଏବେ ଆପଣ ଏହି ବିରିୟାନୀକୁ ଚଟଣୀ କିମ୍ବା ରାଇତା ସହିତ ପରିବେଷଣ କରିପାରିବେ ।

Also Read- Money transfer: ବନ୍ଧୁଙ୍କୁ ଧାର ଦେଲେ ୨ହଜାର, ଆକାଉଣ୍ଟକୁ ଆସିଲା ୭୫୩ କୋଟି

Also Read- Ola S1 Pro ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ଏହି ଇଲେକ୍ଟ୍ରିକ୍ ସ୍କୁଟର, ମାଇଲେଜ୍, ଟପ୍ ସ୍ପିଡ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

Read More
{}{}