Hindi News >>Home >>Odisha LifeStyle and Others

Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଡ୍ରିଙ୍କସ୍ ହେଉଛି ରାମବାଣ, ଚୁଟକିରେ ଦୂର ହେବ ରୋଗ!

Health Benefits: ସତ୍ତୁକୁ ସାଧାରଣତଃ ଲୋକେ କଚୁଡି କରି ଓ ପରଟା କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ସତ୍ତୁରୁ ଆପଣ ଏକ ପ୍ରକାର ପାନୀୟ ବା ସତ୍ତୁ ଡ୍ରିଙ୍କସ୍ ପ୍ରସ୍ତୁତ କରିପାରିବେ । ଏହି ପାନୀୟ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏହି ସତ୍ତୁ ପାନୀୟରେ କ୍ୟାଲୋରୀ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ।

Advertisement
Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଡ୍ରିଙ୍କସ୍ ହେଉଛି ରାମବାଣ, ଚୁଟକିରେ ଦୂର ହେବ ରୋଗ!
Stop
Zee Odisha Desk|Updated: Mar 24, 2023, 08:22 AM IST

Health Benefits News in Odia: ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ନିୟମ ରହିଛି। ଯାହା ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ। ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ। ରକ୍ତରେ ସର୍କରାର ମାତ୍ରା ଅଧିକ ହେଲେ ଏମାନଙ୍କୁ ଇନସୁଲିନ୍ କିମ୍ବା ମେଡିସିନ୍ ଖାଇବାକୁ ପଡିଥାଏ । ଏ-ମାନେ ଭିଟାମିନ,ପ୍ରୋଟିନ ଓ ଫାଇବର ମାତ୍ରା ଥିବା ଖାଦ୍ୟ ସେବନ କରିବା ଉଚିତ୍‍।

Health Benefits News in Odia: ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ନିୟମ ରହିଛି। ଯାହା ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ। ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ। ରକ୍ତରେ ସର୍କରାର ମାତ୍ରା ଅଧିକ ହେଲେ ଏମାନଙ୍କୁ ଇନସୁଲିନ୍ କିମ୍ବା ମେଡିସିନ୍ ଖାଇବାକୁ ପଡିଥାଏ । ଏ-ମାନେ ଭିଟାମିନ,ପ୍ରୋଟିନ ଓ ଫାଇବର ମାତ୍ରା ଥିବା ଖାଦ୍ୟ ସେବନ କରିବା ଉଚିତ୍‍।  କିନ୍ତୁ କିଛି ଲୋକେ ଔଷଧ ସେବନ କରି ବିରକ୍ତି ହୋଇ ଯାଆନ୍ତି । ଫଳରେ ସେମାନେ ଔଷଧ ଖାଆନ୍ତି ନାହିଁ । କି  ଇନସୁଲିନ୍ ବି ନିଅନ୍ତି ନାହିଁ । କିଛି ଘରୋଇ ଉପଚାର ଅଛି , ଯାହା ମାଧ୍ୟମରେ ଆପଣ ବିନା ଔଷଧରେ ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରିପାରିବେ। ସତ୍ତୁ ସେବନ ଦ୍ବାରା ଆପଣ ସହଜରେ ମଧୁମେହରୁ ମୁକ୍ତି ପାଇପାରିବେ। ଏବଂ ଆପଣ ଚାହିଁଲେ ମଧ୍ୟ ସତ୍ତୁ ଡ୍ରିଙ୍କସ(Sattu Drink) କୁ ମଧ୍ୟ ବନାଇ ପିଇପାରିବେ।

ଆସନ୍ତୁ ଜାଣିବା ସତ୍ତୁ ଡ୍ରିଙ୍କସ୍ (Benefits Of Sattu Drink) ପିଇବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ :

ସତ୍ତୁ ଏକ ପୃଷ୍ଟିକର ଖାଦ୍ୟ । ସତ୍ତୁରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି । ଏହାର ନିୟମିତ ସେବନ ଶରୀରକୁ ଶକ୍ତି ଯୋଗାଏ । ଏହା ଶରୀରର ବୃଦ୍ଧି ତାପମାତ୍ରାକୁ ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ସତ୍ତୁରେ ଫାଇବର ଥିବାରୁ ଏହା ହଜମକୁ ସହଡ କରିଥାଏ ।

ସତ୍ତୁକୁ ସାଧାରଣତଃ ଲୋକେ କଚୁଡି କରି ଓ ପରଟା କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ସତ୍ତୁରୁ ଆପଣ ଏକ ପ୍ରକାର ପାନୀୟ ବା ସତ୍ତୁ ଡ୍ରିଙ୍କସ୍ ପ୍ରସ୍ତୁତ କରିପାରିବେ । ଏହି ପାନୀୟ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏହି ସତ୍ତୁ ପାନୀୟରେ କ୍ୟାଲୋରୀ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ। ଏହା ମେଟାବୋଲିଜିମ୍ ଏବଂ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ମାଂସପେଶୀ ନିର୍ମାଣ ସହିତ ସତ୍ତୁ ଖାଇବା ଦ୍ୱାରା ପେଟ ସଫା ମଧ୍ୟ ହୋଇଯାଏ।  ସତ୍ତୁ ପାନୀୟକୁ ନିୟମିତ ଭାବରେ ମଧୁମେହ ରୋଗୀମାନେ ପ୍ରୋଟିନ୍ ଆକାରରେ ମଧ୍ୟ ଗ୍ରହଣ କରିପାରିବେ।

କିପରି ପ୍ରସ୍ତୁତ କରିବେ ସତ୍ତୁ ଡ୍ରିଙ୍କସ୍ ?
ପ୍ରଥମେ ପ୍ୟାନଟିକୁ ଚୁଲା ଉପରେ ବସାନ୍ତୁ । ପ୍ୟାନଟି ଗରମ ହେବା ପରେ ସେଥିରେ ୫୦୦ ଗ୍ରାମ ଚଣା ପକାଇ ଭାଜନ୍ତୁ । ଚଣା ଭାଜି ହୋଇଗଲା ପରେ ଚୁଲାରୁ ପ୍ୟାନଟିକୁ ବାହାର କରି ଦିଅନ୍ତୁ । ଏବଂ ଭଜା ଚଣା ଥଣ୍ତା ହେବା ପରେ  ଏହାକୁ ଭଲ ଭାବରେ ପେଶନ୍ତୁ । ଚଣା ପେଶା ହୋଇଗଲା ପରେ ଏହା ସତ୍ତୁରେ ପରିଣତ ହୋଇଯିବ । ଏହା ପରେ ଏକ ଗ୍ଲାସ ପାଣିରେ ଗୋଟିଏ କପ ସତ୍ତୁ ପକାନ୍ତୁ ସେଥିରେ ସ୍ବାଦ ଅନୁଯାୟୀ ଲୁଣ ଓ ଲେମ୍ବୁ ରସ ମଧ୍ୟ ପକାଇ ମିଶ୍ରଣ କରନ୍ତୁ । ପରେ ପ୍ରସ୍ତୁତ ହୋଇଯିବ ସତ୍ତୁ ଜୁସ୍  ବା ସତ୍ତୁ ଡ୍ରିଙ୍କସ୍ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।

Also Read: ପାକିସ୍ତାନ ନ ଯାଇ ମଧ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ, ଜାଣନ୍ତୁ ପୁରା ସମୀକରଣ

Also Read: କଲ୍ୟାଣକାରୀ ଦେବତା ଶୁକ୍ର କରିବେ ଚଳନ, ଏହି ୬ ରାଶି ଉପରେ ବୃଷ୍ଟି ହେବ ଧନ,ସମ୍ମାନ, ସମ୍ପତ୍ତି

Read More
{}{}