Hindi News >>Home >>Odisha LifeStyle and Others

Tomato Side Effects: ଅଧିକ ଟମାଟୋ ଖାଉଥିଲେ ସାବଧାନ! ଅଜାଣତେ ମାଡ଼ିବସିବ ଗମ୍ଭୀର ରୋଗ

Tomato Side Effects: ଏହି କାରଣରୁ ଆପଣଙ୍କ ଛାତିରେ ଜଳାପୋଡ଼ା ବା ଏସିଡ୍ ରିଫ୍ଲାକ୍ସ ଭଳି ଅନୁଭବ ହେବା ଆରମ୍ଭ ହୋଇଥାଏ। ଯଦି ଆପଣଙ୍କର ପୂର୍ବରୁ ହଜମ ଜନିତ ସମସ୍ୟା ଅଛି ତେବେ ଆପଣଙ୍କୁ ଜିଇଆରଡି (ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ରୋଗ)ର ଲକ୍ଷଣ ହୋଇପାରେ । ତେଣୁ ଅଧିକ ମାତ୍ରାରେ ଟମାଟୋ ଖାଆନ୍ତୁ ନାହିଁ।

Advertisement
Tomato Side Effects: ଅଧିକ ଟମାଟୋ ଖାଉଥିଲେ ସାବଧାନ! ଅଜାଣତେ ମାଡ଼ିବସିବ ଗମ୍ଭୀର ରୋଗ
Stop
Rasmita Sahoo|Updated: Jul 26, 2024, 05:24 PM IST

Tomato Side Effects: ଆମେ ଆମ ରୋଷେଇ ଘରେ ତିଆରି ହେଉଥିବା ପ୍ରାୟ ପ୍ରତ୍ୟେକ ପନିପରିବାରେ ଟମାଟୋ ବ୍ୟବହାର କରିଥାଉ । ଟମାଟୋ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଟମାଟୋ ଖାଇବା ଦ୍ୱାରା ଶରୀରର ଅନେକ ପ୍ରକାର ର ସମସ୍ୟା ଦୂର ହୋଇଥାଏ, କିନ୍ତୁ କ'ଣ ଆପଣ ଜାଣନ୍ତି କି ଅତ୍ୟଧିକ ଟମାଟୋ ଖାଇବା ଦ୍ୱାରା ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।  ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଟମାଟୋ ଖାଆନ୍ତି ତେବେ ଆପଣଙ୍କୁ ଅନେକ ବଡ ସମସ୍ୟା ହୋଇପାରେ ।  ବିଶ୍ୱାସ କରାଯାଏ ଯେ ଟମାଟୋ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ହେବା ସହ ଷ୍ଟୋନ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ଟମାଟୋ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ'ଣ କ୍ଷତି ପହଞ୍ଚାଇଥାଏ।

ଯଦି ଆପଣ ଅଧିକ ମାତ୍ରାରେ ଟମାଟୋ ଖାଆନ୍ତି ତେବେ ଆପଣଙ୍କୁ ଏସିଡ୍ ରିଫ୍ଲକ୍ସ ସମସ୍ୟା ମଧ୍ୟ ହୋଇପାରେ । ଟମାଟୋ ଏକ ଅମ୍ଳୀୟ ପ୍ରକୃତିର ଅଟେ । ଯଦି ଆମେ ଅତ୍ୟଧିକ ଟମାଟୋ ଖାଇଥାଉ ତେବେ ଏହି କାରଣରୁ ଆପଣଙ୍କୁ ଗ୍ୟାଷ୍ଟ୍ରିକ ଏସିଡ୍ ସମସ୍ୟା ମଧ୍ୟ ହୋଇପାରେ । ଏହି କାରଣରୁ ଆପଣଙ୍କ ଛାତିରେ ଜଳାପୋଡ଼ା ବା ଏସିଡ୍ ରିଫ୍ଲାକ୍ସ ଭଳି ଅନୁଭବ ହେବା ଆରମ୍ଭ ହୋଇଥାଏ। ଯଦି ଆପଣଙ୍କର ପୂର୍ବରୁ ହଜମ ଜନିତ ସମସ୍ୟା ଅଛି ତେବେ ଆପଣଙ୍କୁ ଜିଇଆରଡି (ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ରୋଗ)ର ଲକ୍ଷଣ ହୋଇପାରେ । ତେଣୁ ଅଧିକ ମାତ୍ରାରେ ଟମାଟୋ ଖାଆନ୍ତୁ ନାହିଁ।

ଯଦି ଆମେ ଅଧିକ ମାତ୍ରାରେ ଟମାଟୋ(Tomato) ଖାଇଥାଉ ତେବେ କ୍ରୋନିକ୍ କିଡନୀ ରୋଗ ହେବାର ଆଶଙ୍କା ରହିଥାଏ । ଟମାଟୋରେ ପୋଟାସିୟମ୍ ର ମାତ୍ରା ଅଧିକ ଥାଏ, ଯାହା ଶରୀରରେ ପୋଟାସିୟମର ମାତ୍ରା ବଢ଼ାଇବା କାରଣରୁ କିଡନୀ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।  ଏହା ସହ ଟମାଟୋରେ ଅକ୍ସୋଲେଟ ମାତ୍ରା ମଧ୍ୟ ବହୁତ ଅଧିକ ଥିବା ଦେଖିବାକୁ ମିଳିଥାଏ, ଯାହା କିଡନୀ ସମସ୍ୟା ସୃଷ୍ଟି କରିପାରେ ।

ଅନେକ ସମୟରେ ବିଶ୍ୱାସ କରାଯାଏ ଯେ ଟମାଟୋ ମଞ୍ଜି କିଡନୀ ଷ୍ଟୋନ ସମସ୍ୟା (Kidney Stone Problem) ମଧ୍ୟ ସୃଷ୍ଟି କରିଥାଏ । ଟମାଟୋରେ ଥିବା ମଞ୍ଜି ସହିତ ଆପଣଙ୍କର କିଡନୀ ଷ୍ଟୋନ୍ ର ଗୁରୁତର ସମସ୍ୟା ମଧ୍ୟ ହୋଇପାରେ ।  ଯଦି ଆପଣ ପୂର୍ବରୁ କିଡନୀ ଷ୍ଟୋନ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଟମାଟୋ ମଞ୍ଜି ଆପଣଙ୍କ ସମସ୍ୟାକୁ ବଢାଇପାରେ । ଟମାଟୋ ମଞ୍ଜିରେ ଥିବା ଅକ୍ସାଲେଟ୍ ନାମକ ତତ୍ତ୍ୱ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇପାରେ ।  ଏହା ଦ୍ୱାରା କିଡନୀରେ କ୍ୟାଲସିୟମର ମାତ୍ରା ବହୁତ ଅଧିକ ରହିଥାଏ, ଯାହା ଧୀରେ ଧୀରେ କିଡନୀ ଷ୍ଟୋନରେ ପରିଣତ ହୋଇପାରେ ।

ଟମାଟୋରେ ହିଷ୍ଟାମିନ୍ ନାମକ ଏକ ତତ୍ତ୍ୱ ରହିଥାଏ, ଯାହା ଆମ ତ୍ୱଚାରେ ଆଲର୍ଜି ଏବଂ ଦାଗ ସୃଷ୍ଟି କରିଥାଏ।  ଯଦି ଆମେ ଅଧିକ ମାତ୍ରାରେ ଟମାଟୋ ଖାଇଥାଉ ତେବେ ଏହା ଆଲର୍ଜି ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।  ଏକ ଗବେଷଣା ରୁ ଜଣାପଡିଛି ଯେ କିଛି ଲୋକଙ୍କୁ ଅଧିକ ମାତ୍ରାରେ ଟମାଟୋ ଖାଇବା ପରେ ପାଟି, ଜିଭ ଓ ମୁହଁ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ ।  ବେଳେବେଳେ ଟମାଟୋ ମଧ୍ୟ ଛିଙ୍କ ଏବଂ ଗଳା ସଂକ୍ରମଣ ର କାରଣ ହୋଇଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Also Read: Rakhi Purnima: ରାକ୍ଷୀ ପୂର୍ଣ୍ଣିମାରେ ୨ଟି ଦୁର୍ଲଭ ଯୋଗ, ଏହି ୫ରାଶିର ଫିଟିଯିବ ଭାଗ୍ୟ !

Also Read: Methi Seeds Benefits: ଓଜନ ହ୍ରାସ ସହ କେଶକୁ ମଜଭୁତ କରେ ମେଥି, ଜାଣନ୍ତୁ ସଠିକ୍ ବ୍ୟବହାର

Read More
{}{}