Hindi News >>Home >>Odisha LifeStyle and Others

Pomegranate: ସମ୍ଭୋଗ କ୍ଷମତା ବଢାଇଥାଏ ଡାଳିମ୍ବ, ଜାଣନ୍ତୁ ଆଉ କଣ ରହିଛି ଉପାଦେୟ ଗୁଣ

Benefits of Pomegranate: ଡାଳିମ୍ବର ସବୁଠୁ ବଡ ବିଶେଷତ୍ୱ ହେଉଛି ଏହାର ସ୍ୱାଦ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଗ୍ରହରେ ଖାଇଥାନ୍ତି। 

Advertisement
 Pomegranate: ସମ୍ଭୋଗ କ୍ଷମତା ବଢାଇଥାଏ ଡାଳିମ୍ବ, ଜାଣନ୍ତୁ ଆଉ କଣ ରହିଛି ଉପାଦେୟ ଗୁଣ
Stop
Zee Odisha Desk|Updated: Oct 12, 2022, 11:15 PM IST

Pomegranate: ଫଳ ମଧ୍ୟରେ ଆମ୍ବକୁ ଶ୍ରେଷ୍ଠ ଫଳ କୁହାଯାଏ। କିନ୍ତୁ ଡାଳିମ୍ବ ମଧ୍ୟ ଆମ୍ବ ତୁଳନାରେ କିଛି କମ ନୁହେଁ। ଡାଳିମ୍ବର ସବୁଠୁ ବଡ ବିଶେଷତ୍ୱ ହେଉଛି ଏହାର ସ୍ୱାଦ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଗ୍ରହରେ ଖାଇଥାନ୍ତି। ଡାଳିମ୍ବରେ ଭିଟାମିନ-‘ସି’, ଫାଇବର ଏବଂ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି। ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଶରୀର ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଡାଳିମ୍ବରେ ମଧ୍ୟ ପ୍ରଚୁର ପରିମାଣର ଲାଭଦାୟକ ମିନେରାଲ, କାର୍ବୋହାଇଡ୍ରେଟ, ପ୍ରୋଟିନ ରହିଛି। 

ଦାନ୍ତ ରୋଗ ଆଜି କାଲି ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଦାନ୍ତ ଦୁର୍ବଳ ହେବା, ମାଢି ଫୁଲିବା, ଦାନ୍ତ ବିନ୍ଧା ଏକ ସାଧାରଣ ରୋଗ ହୋଇ ଗଲାଣି। ଏହି ସବୁ ରୋଗ ପାଇଁ ଡାଳିମ୍ବ ହେଉଛି ଅମୋଘ ଔଷଧ। କିନ୍ତୁ ଡାଳିମ୍ବ ସେବନ ଦ୍ୱାରା ଦାନ୍ତ ମଜବୁତ ହେବା ସହ ସଫା ରହିଥାଏ। ଦାନ୍ତ ଛାଡି ଛାଡି ରହିବ ଦ୍ୱାରା ମୁଖର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ। କିନ୍ତୁ ଡାଳିମ୍ବର ରସ ଛାଡି ଛାଡି ରହିଥିବା ଦାନ୍ତକୁ ଯୋଡ଼ିବାରେ ମଧ୍ୟ ସହାୟକ ହୋଇଥାଏ। 

କେବଳ ସ୍ୱାସ୍ଥ୍ୟ ନୁହେଁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଡାଳିମ୍ବର ବ୍ୟବହାର ହୋଇଥାଏ। ପ୍ରତ୍ୟେହ ଡାଳିମ୍ବ ଜୁସ ପିଇବା ଦ୍ୱାରା ଚେହେରାରେ ଚମକପଣ ଆସିଥାଏ। ମୁହଁରେ ଥିବା ବ୍ରଣକୁ ଦୂର କରିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ। ଧୁଡ଼ୁଧୁଡ଼ୁ ହୋଇଯାଉଥିବ ଚର୍ମକୁ ଡାଳିମ୍ବ ଠିକ କରିଦେଇଥାଏ। 

ଡାଳିମ୍ବକୁ ସମ୍ଭୋଗ ଶକ୍ତି ବର୍ଦ୍ଧକ ବୋଲି ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି। ବିଭିନ୍ନ ମାନସିକ ଚାପ ଯୋଗୁଁ ମନୁଷ୍ୟ ସମ୍ଭୋଗ ପ୍ରତି ବିମୁଖ ହୋଇପଡ଼ିଥାଏ। ଶାରୀରିକ ଦୁର୍ବଳତା ଏବଂ ଥକାପଣ ମଧ୍ୟ ସମ୍ଭୋଗ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ। କିନ୍ତୁ ଗୋଟିଏ ଗ୍ଲାସ ଡାଳିମ୍ବ ରସ ଏହି ସମସ୍ତ ସମସ୍ୟାକୁ ଦୂର କରି ମନୁଷ୍ୟ ମଧ୍ୟରେ କାମନା ପ୍ରଜ୍ବଳିତ କରିବାରେ ସକ୍ଷମ ହୋଇଥାଏ। ମନଲାଖି ସମ୍ଭୋଗ ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ। ପୁରୁଷଙ୍କ ବୀର୍ଯ୍ୟକୁ ଗାଢ଼ କରିବା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ।

ଦେଶ ତଥା ବିଶ୍ୱରେ ସ୍ତନ କର୍କଟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ମହିଳା ଏହି କର୍କଟରେ ପୀଡ଼ିତ। ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଚାଲୁଚି। ଏହା ମହିଳାଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏମିତି ଏକ ବ୍ୟାଧି, ଯାହା ଜୀବନକୁ ଦୁର୍ବିସହ କରି ଦେଇଥାଏ। ସ୍ତନ କର୍କଟରୁ ରକ୍ଷା ପାଇଁ ଚିକିତ୍ସା ଅପେକ୍ଷା ସତର୍କତା ଅଧିକ ଜରୁରୀ ହୋଇଥାଏ। ଏହି କ୍ଷେତ୍ରରେ ଡାଳିମ୍ବର ପ୍ରମୁଖ ଭୂମିକା ରହିଛି। ଡାକ୍ତରଙ୍କ ମତରେ ପ୍ରତ୍ୟେହ ଡାଳିମ୍ବ ସେବନ କଲେ ସ୍ତନ କର୍କଟ ଭଳି ରୋଗ ସ୍ପର୍ଶ କରିନଥାଏ।

ଡାଳିମ୍ବ ମଞ୍ଜିରୁ ପ୍ରସ୍ତୁତ ତେଲ ତ୍ୱଚାକୁ ହାଇଡ୍ରେଟେଡ଼ ରଖିବା ସହ ତ୍ୱଚାକୁ ମୁଲାୟମ କରିଥାଏ। ଡାଳିମ୍ବ ଚୋପାକୁ ଗ୍ରାଇଣ୍ଡ କରି ଏହାର ଲେପ ମୁହଁରେ ଦେଲେ ମୁହଁ ଉଜ୍ଜ୍ୱଳ ହୋଇଥାଏ। ଚର୍ମରେ ଥିବା ମୃତ କୋଷକୁ ସଫା କରିଦେଇଥାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାଳିମ୍ବ ଏକ ବରଦାନ ନିଶ୍ଚୟ। କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ। ଡାଳିମ୍ବ ସେବନ ଦ୍ୱାରା ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ।

Read More
{}{}