Hindi News >>Home >>Odisha LifeStyle and Others

Alcohol Massage : ଜାଣନ୍ତୁ ମଦର ଅଦ୍ଭୁତ ଫାଇଦା : ଫେରାଇ ଦେବ ଯୁବାବସ୍ଥା

Benefits of Alcohol Massage: ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯେ, ଏହା ଶରୀର ଚିକ୍କଣ ଓ ସୌନ୍ଦର୍ଯ୍ୟ କରିବାରେ ବ୍ୟବହୃତ ହୋଇପାରେ । ଜାଣନ୍ତୁ ଆଲକହଲ ମସାଜର ୫ଟି ଫାଇଦା

Advertisement
Health tips
Stop
Zee Odisha Desk|Updated: Jul 30, 2024, 08:31 PM IST

Health tips: ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯେ, ଏହା ଶରୀର ଚିକ୍କଣ ଓ ସୌନ୍ଦର୍ଯ୍ୟ କରିବାରେ ବ୍ୟବହୃତ ହୋଇପାରେ । ତ୍ୱଚା ଓ କେଶରେ ମଦର ମସାଜ କରିବା ଦ୍ୱାରା ସେଥିରେ ଚମକ୍ ଆସିଥାଏ । ଏହା ସହ ତ୍ୱଚାରେ ଛୋଟ ଛୋଟ ସଂକ୍ରମଣ ବି ଦୂରେଇ ଯାଇଥାଏ ।ଫଳରେ ଆପଣଙ୍କ ତ୍ଵଚା ନରମ ଓ ଚିକ୍କଣ ହୋଇଯାଏ। 
ତେବେ ଜାଣନ୍ତୁ ଆଲକହଲ ମସାଜର ୫ଟି ଫାଇଦା

୧- ଶାରୀରିକ ପରିଶ୍ରମ ପରେ ମାଂସପେଶୀ ଯନ୍ତ୍ରଣାରେ ଆଲକୋହଲ୍ ମସାଜ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଯନ୍ତ୍ରଣାଦାୟକ ସ୍ଥାନରେ ମାଲିସ୍ କରନ୍ତୁ ଏବଂ ଏହାକୁ ଏକ ଘଣ୍ଟା ଛାଡି ଦିଅନ୍ତୁ, ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆରାମ ଲାଗିବ ।

୨- ଚର୍ମ ଓ ନଖରେ ବଢ଼ୁଥିବା ଯେକୌଣସି ପ୍ରକାରର ଫଙ୍ଗସ୍ ଉପରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ଏହାକୁ ତୁଳାରେ ବୁଡାଇ ସେହି ସ୍ଥାନରେ ଲଗାନ୍ତୁ ଏବଂ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ ।

୩- ହାଲୁକା ସ୍କ୍ରାଚ୍ କିମ୍ବା କ୍ଷତ ସ୍ଥାନରେ ମଦ ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହୋଇଥାଏ । ଏହା ସଂପୃକ୍ତ ଅଞ୍ଚଳରେ ଆଣ୍ଟିବାୟୋଟିକ୍ ପରି କାର୍ଯ୍ୟ କରିଥାଏ ଏବଂ ଶୀଘ୍ର ପୁନରୁଦ୍ଧାରରେ ସାହାଯ୍ୟ କରିଥାଏ ।

୪- କେବଳ ଚର୍ମ ପାଇଁ ନୁହେଁ, କେଶରେ ବି ଏହାକୁ ମାଲିସ୍ କରିବାର ଦ୍ୱାରା ଆପଣ ଲାଭ ପାଇପାରିବେ । କେଶକୁ କୋମଳ ଏବଂ ଚକଚକ୍ କରିବା ପାଇଁ ବିୟର ବ୍ୟବହୃତ ହୁଏ ।

୫- ଆଲକହଲ୍ ମସାଜ୍ ମଧ୍ୟ ଉଷ୍ମତା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମାଲିସ୍ କରିବା ପରେ ଆପଣ ନିଜେ ଚର୍ମରେ ଉଷ୍ମତା ଅନୁଭବ କରିବେ ।

Read More
{}{}