Hindi News >>Home >>Odisha LifeStyle and Others

Heart Attack ହୃଦଘାତର ଲକ୍ଷଣ କଣ ଓ ବଡ ସମସ୍ୟା ହେବା ପୂର୍ବରୁ କେମିତି ଜାଣିବେ

ବର୍ତ୍ତମାନ ସମୟରେ ହୃଦଘାତରେ ଅନେକ ଲୋକେ ପ୍ରାଣ ହରାଉଛନ୍ତି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି କି କାହିଁକି ଏତେ କମ୍ ବୟସରେ ବି ଲୋକଙ୍କୁ ହୃଦଘାତ ହେଉଛି । ତେବେ ଦର୍ଶକବନ୍ଧୁ ହୃଦୟ ସୁରକ୍ଷା ଦେବା ଆପଣଙ୍କର ଦାୟିତ୍ବ । ଯେତେବେଳେ ଆପଣଙ୍କ ହୃଦୟ ଦୁର୍ବଳ ହୋଇଥାଏ ତେବେ ଷ୍ଟ୍ରୋକ୍ କିମ୍ବା ହୃଦଘାତ ହେବାର ସମ୍ଭାବନା ଅଧିକ ହୋଇଥାଏ । ଏପରି ସ୍ଥିତିରେ ଆପଣଙ୍କୁ ମଧ୍ୟ ଅନେକ ପ୍ରକାରର ରୋଗ ଆକ୍ରାନ୍ତ କରିବା ଆରମ୍ଭ କରିଥାଏ ସେ ଉଚ୍ଚ ରକ୍ତଚାପ ହେଉ ବା ନିଶ୍ବାସ ନେବାରେ ଅସୁବିଧା । ଏପରି ସ୍ଥିତିରେ ଆପଣଙ୍କ ସୁସ୍ଥ ହାର୍ଟ ବା ହୃଦୟ ହେବା ଆପଣ ଶରୀର ପାଇଁ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ହୃଦୟ ଦୁର୍ବଳ ହେବା କିପରି ଜାଣିବେ ।   

Advertisement
 Heart Attack ହୃଦଘାତର ଲକ୍ଷଣ କଣ ଓ ବଡ ସମସ୍ୟା ହେବା ପୂର୍ବରୁ କେମିତି ଜାଣିବେ
Stop
Rukmini Behera|Updated: Jun 28, 2022, 06:07 PM IST

ଉଚ୍ଚ ରକ୍ତଚାପ(Blood Pressure) 
କିଛି ଲୋକଙ୍କର ବିପି ବା ଉଚ୍ଚ ରକ୍ତଚାପ ସମସ୍ୟା ସବୁ ବେଳେ ଲାଗି ରହିଥାଏ । ଏପରି ସ୍ଥିତିରେ ଆପଣ କୌଣସି ଜିନିଷକୁ ହାଲୁକା ଭାବେ ଗ୍ରହଣ ନ କରିବା ଆବଶ୍ୟକ। କାରଣ ଏହା ଦୁର୍ବଳ ହୃଦୟର ସଙ୍କେତ ଅଟେ । ବାସ୍ତବରେ ଯେତେବେଳେ ଆପଣଙ୍କ ହୃଦୟ ଦୁର୍ବଳ ହୁଏ ସେତେବେଳେ ଏହି ପ୍ରକାରର ସସସ୍ୟା ଦେଖାଦେଇଥାଏ । 

କାନ୍ଧ ଏବଂ ଛାତିରେ ଯନ୍ତ୍ରଣା 
ଯଦି ଆପଣଙ୍କର ପାଞ୍ଚ ମିନିଟ୍ ପାଇଁ କାନ୍ଧ ଏବଂ ଛାତିରେ ଯନ୍ତ୍ରଣା ହେଉଛି ତେବେ ଏହାକୁ ବିଲୁକୁଲ୍ ବି ହାଲୁକାରେ ଗ୍ରହଣ କରନ୍ତୁ ନାହିଁ । ଯଥା ସମ୍ଭବ ଏ ସମ୍ପର୍କରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଏହି ପରି ଯନ୍ତ୍ରଣା ସ୍ବାଭାବିକ ନୁହେଁ । ଏହା ହୃଦୟ ଦୁର୍ବଳ ହେବାର ସଙ୍କେତ ହୋଇଥାଇ ପାରେ । 

ଘୁଙ୍ଘୁରୀ ଆଉ ଶୋଇବା ସମସ୍ୟା
କିଛି ଲୋକଙ୍କୁ ଘୁଙ୍ଘୁରୀ ଏବଂ ଶୋଇବା ସମ୍ବନ୍ଧୀୟ ସମସ୍ୟା ରହିଥାଏ । ଏପରି ଘଟଣାରୁ କିଛି ଲୋକେ ଏହାକୁ ହାଲୁକା ଭାବରେ ଗ୍ରହଣ କରିଥାଆନ୍ତି ଏବଂ ଏହାର ଚିକିତ୍ସା କରନ୍ତି ନାହିଁ । ଆପଣଙ୍କୁ କହି ରଖୁଛୁ କି ଏପରି ସମସ୍ୟା ଯଦି ଆପଣଙ୍କ ଉପୁଜୁଛି ଏହା ହେଉଛି ଆପଣଙ୍କ ଦୁର୍ବଳ ହୃଦୟର ସଙ୍କେତ । ଏପରି ସ୍ଥିତିରେ ଆପଣ ସତର୍କ ରହିବା ଜରୁରୀ ନ ହେଲେ ଅନେକ ଅସୁବିଧା ସମ୍ମୁଖୀନ ହୋଇପାରନ୍ତି । 

Read More
{}{}