Hindi News >>Home >>Odisha LifeStyle and Others

spiny gourd : ରୋଗ ପ୍ରତିଷେଧକର ରାମବାଣ କାଙ୍କଡ଼

Health Benefits Of spiny gourd : କାଙ୍କଡ ଏକ ଏମିତି ପାରିବ ଯାହା ଅନେକ ଭୟଙ୍କର ରୋଗରୁ ବି ଆମକୁ ରକ୍ଷା କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ କାଙ୍କଡ ସେବନ କରିବା ଦ୍ୱାରା ଏହା ଶରୀରରେ ପୋଷଣର ମାତ୍ରାକୁ ବୁଦ୍ଧି କରିଥାଏ ।

Advertisement
Health tips
Stop
Zee Odisha Desk|Updated: Jul 27, 2024, 01:59 PM IST

Health Benefits Of spiny gourd : ସବୁ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପୋଷାକ ତତ୍ତ୍ୱ ଭରି ରହିଥାଏ। ଅନେକ ପରିବା ଆମ ଶରୀରରେ ଔଷଧ ଭଳି କାର୍ଯ୍ୟ କରିଥାଏ । ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ କରିବା ପାଇଁ କିଛି ପରିବା ବେଶ୍ ଫାଇଦା ଦେଇଥାଏ । ସେହିଭଳି ଏକ ପରିବା ହେଉଛି କାଙ୍କଡ଼ । କାଙ୍କଡ଼ ଖାଇବା ଦ୍ୱାରା ଅନେକ ରୋଗ ସହଜରେ ଦୂର ହୋଇ ପାରିବ। 

କାଙ୍କଡ ଏକ ଏମିତି ପାରିବ ଯାହା ଅନେକ ଭୟଙ୍କର ରୋଗରୁ ବି ଆମକୁ ରକ୍ଷା କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ କାଙ୍କଡ ସେବନ କରିବା ଦ୍ୱାରା ଏହା ଶରୀରରେ ପୋଷଣର ମାତ୍ରାକୁ ବୁଦ୍ଧି କରିଥାଏ ।  ଏହା କେବଳ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏହା ଛଡା ଏଥିରେ କ୍ୟାଲୋରୀର ମାତ୍ରା ବି ବହୁତ କମ ଥାଏ ।

କାଙ୍କଡ ଆମ ଶରୀରକୁ ସମସ୍ତ ପ୍ରକାରର ରୋଗରୁ ବି ବଞ୍ଚାଇ ଥାଏ । କାଙ୍କଡରେ ପ୍ରତି ୧୦୦ ଗ୍ରାମରେ ୧୭ ଗ୍ରାମ କ୍ୟାଲୋରି ଥାଏ ।କାରଣ ଏଥିରେ ଇସୁଲିନ ବି ଥାଏ । ଫାଇବାର ଓ ପାଣିର ମାତ୍ରା ଅଧିକ ଥାଏ । ଏହା ଡାଏବେଟିସ ରୋଗୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । ଆଖି ସମ୍ବନ୍ଧିତ ରୋଗ, ହୃଦୟ ଜନିତ ରୋଗ, କ୍ୟାନ୍ସର ଭଳି ରୋଗରୁ କାଙ୍କଡ ବଞ୍ଚାଇ ଥାଏ ।

 କାଙ୍କଡରେ ପ୍ରାକୃତିକ ଆଣ୍ଟିଅକ୍ସିଜେନ ଭିଟାମିନ କାରଣରୁ ଏହା କ୍ୟାନ୍ସରର ସମ୍ଭାବନାକୁ କମ କରିବା ପାଇଁ ଶରୀରରୁ ମୃତ କୋଶିକା ଗୁଡିକୁ ଶରୀରରୁ ବାହାର କରିବାର ସାହାଯ୍ୟ କରିଥାଏ । ଏହା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କାଙ୍କଡ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଏଥିରେ ଫାଇବର ଓ ଆଣ୍ଟିଅକ୍ସିଡେନ ବହୁତ ଭଲ ମାତ୍ରାରେ ମିଳିଥାଏ । ଯାହାକି ଆମର ପାଚନ ତନ୍ତ୍ରକୁ ମଜବୁତ କରିବା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିଥାଏ ।

Read More
{}{}