Hindi News >>Home >>Odisha LifeStyle and Others

Kissing Side Effects: ସାବଧାନ! ଅଧିକ କିସ୍ କରୁଛନ୍ତି କି? ଆପଣଙ୍କୁ ହୋଇପାରେ ଏସବୁ ମାରତ୍ମକ ରୋଗ

Kissing Effect On Oral Health News In Odia: କିସ୍(Kissing) ସ୍ବାସ୍ଥ୍ୟ ପାଇଁ ଯେତେ ଭଲ ସେତିକି ଖରାପ । କିସ୍ ଅନକେ ପ୍ରକାରର ଅଛି । କାହିଁକିନା ପରସ୍ପରକୁ ଚୁମ୍ବନ ଦେବା ସମୟରେ ଜଣକ ପାଟିରେ ଥିବା ଜୀବାଣୁ ଅନ୍ୟ ଜଣକ ପାଟିକୁ ଯାଇଥାଏ । ଯାହା ଦ୍ବାରା ପାଟିରେ ସଂକ୍ରମଣ ବ୍ୟାପିଥାଏ। । ବିଶେଷଜ୍ଞଙ୍କ ଅନୁଯାୟୀ, ଚୁମ୍ବନ ସଂକ୍ରମଣର ଆଶଙ୍କା ବଢାଇଥାଏ । ଏହା ପାଟିରେ ଥିବା ଜୀବାଣୁ ଠାରୁ ଆରମ୍ଭ କରି ଅନ୍ୟ ରୋଗକୁ ମଧ୍ୟ ବଢାଇବାରେ ସାହାର୍ଯ୍ୟ କରେ। ଏହା ପାଟିର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ଚୁମ୍ବନ କରିବା ଦ୍ବାରା କେଉଁ ରୋଗ ଅଧିକ ହୋଇଥାଏ ?

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 04, 2023, 09:00 PM IST

Kissing Effect On Oral Health News In Odia: କିସ୍(Kissing) ବା ଚୁମ୍ବନ ପ୍ରେମରେ ସାଧାରଣ କଥା । ପ୍ରେମ ସମ୍ପର୍କକୁ ଅଧିକ ମଜବୁତ କରିଥାଏ କିସ୍ ବା ଚୁମ୍ବନ । ଏହା ଅନେକ ପ୍ରକାରର ଅଛି । ଯେପରିକି (lip kiss) ଲିସ୍ କିସ୍, (french kiss) ଫ୍ରେଞ୍ଚ କିସ୍ ଓ ସାଧାରଣ କିସ୍ (takecare kiss) । କିସ୍ ବା ଚୁମ୍ବନର ସ୍ବାସ୍ଥ୍ୟ ପ୍ରତି  ଯେତିକି ଫାଇଦା ରହିଛି ସେହି ପରିମାଣରେ ଏହା ସ୍ବାସ୍ଥ୍ୟରେ କୁପ୍ରଭାବ ମଧ୍ୟ ପକାଇଥାଏ । କାହିଁକିନା ପରସ୍ପରକୁ ଚୁମ୍ବନ ଦେବା ସମୟରେ ଜଣକ ପାଟିରେ ଥିବା ଜୀବାଣୁ ଅନ୍ୟ ଜଣକ ପାଟିକୁ ଯାଇଥାଏ । ଯାହା ଦ୍ବାରା ପାଟିରେ ସଂକ୍ରମଣ ବ୍ୟାପିଥାଏ। ।  ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ଏହା ଦିର୍ଘ ଦିନ ଧରି ଲାଗି ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଚୁମ୍ବନ ସଂକ୍ରମଣର ଆଶଙ୍କା ବଢାଇଥାଏ । ଏହା ପାଟିରେ ଥିବା ଜୀବାଣୁ ଠାରୁ ଆରମ୍ଭ କରି ଅନ୍ୟ ରୋଗକୁ  ମଧ୍ୟ ବଢାଇବାରେ ସାହାର୍ଯ୍ୟ କରେ। ଏହା ପାଟିର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।

ଆସନ୍ତୁ ଜାଣିବା ଚୁମ୍ବନ କରିବା ଦ୍ବାରା କେଉଁ ରୋଗ ଅଧିକ ହୋଇଥାଏ ?

ପାଟି ସଂକ୍ରମଣ: ଚୁମ୍ବନ ଦେବାବେଳେ,ଦୁଇ ଜଣଙ୍କୁ ସଂକ୍ରଣର ଆଶଙ୍କା ଅଧିକ ଥାଏ । ଏ-ହାର କାରଣ ହେଉଛି ଚୁମ୍ବନ ଦେବାବେଳେ ପରସ୍ପରର ପାଟିର ଲାଳ ଦୁଇ ଜଣଙ୍କ ପାଟିକୁ ଯାଇଥାଏ । ଏପରି ପରିସ୍ଥିତିରେ ଜଣଙ୍କର ପାଟିର ସଂକ୍ରମଣ ଉଭୟଙ୍କୁ ବହୁତ ଅସୁବିଧାରେ ପକାଇପାରେ । ଏହା ମଧ୍ୟ ପରସ୍ପର ପାଇଁ ସମସ୍ୟା ବଢାଇପାରେ । 

ଏହାବି ପଢନ୍ତୁ :  Shocking News: ସାବଧାନ! ମାଛର ପିତ ଖାଇବା ଦ୍ୱାରା ବ୍ୟକ୍ତିଙ୍କର ହେଲା କିଡନୀ ଫେଲ୍,ହସ୍ପିଟାଲ ଦେଲେ ଏହି ଚେତାବନୀ

ଏହାବି ପଢନ୍ତୁ :  Jobs for Doctors: ଜୁନିୟର ଡାକ୍ତରଙ୍କ ପାଇଁ ଆସିଲା ଖୁସି ଖବର , ଏଠାରେ ଚାକିରୀ କଲେ ମିଳିବ ମାସକୁ ୨୦ଟି ଛୁଟି ସାଙ୍ଗକୁ ମୋଟା ଅଙ୍କର ଦରମା

କାଭିଟି(Cavity): କ୍ୟାଭିଟି ହେଉଛି ଏକ ପ୍ରମୁଖ ସଂକ୍ରମଣ ଯାହା ଦାନ୍ତକୁ ଫାଙ୍କା କରିଦିଏ । ଏହା ଷ୍ଟ୍ରେପ୍ଟୋକୋକସ୍ ମ୍ୟୁଟାନ୍ସ ନାମକ ଏକ ଜୀବାଣୁ ଦ୍ବାରା ଦାନ୍ତକୁ କ୍ଷତି ପହଞ୍ଚାଇଥାଏ । ଏହି ଜୀବାଣୁ ଏକ ଏସିଡ୍ ଉତ୍ପାଦନ କରନ୍ତି । ଯାହା ଦାନ୍ତରେ ପ୍ରବେଶ କରି ଦାନ୍ତକୁ ନଷ୍ଟ କରିଦିଏ। ଏହି ଜୀବାଣୁ ଲାଳ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଏହା ଦାନ୍ତ ରୋଗର ଆଶଙ୍କାକୁ ବହୁଗୁଣିତ କରିଥାଏ ।

ପିରିୟଡୋଣ୍ଟାଲ୍ ରୋଗ(Periodontal disease): ପିରିୟଡୋଣ୍ଟାଲ୍ ରୋଗ , ଯାହା ଦାନ୍ତକୁ ଅଳ୍ପ ଦିନରେ ନଷ୍ଟ କରିଦିଏ।  ଏହା ଦାନ୍ତର ଟିସୁ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ, ଦାନ୍ତ ମୂଳରୁ ନଷ୍ଟ ହୋଇଯାଏ । ଏହାର ମୁଖ୍ୟ କାରଣ ହେଉଛି ପିରିୟଡୋଣ୍ଟାଲ୍ ରୋଗ । ଯାହା ଚୁମ୍ବନ ଦ୍ବାରା ବ୍ୟାପିଥାଏ ।

ଗମ୍ ଡିଜିଜ୍ (Gum disease): ପାଟିରେ ଥିବା ଅନେକ ଜୀବାଣୁ ଯୋଗୁଁ ଦାନ୍ତ ମୂଳ ଫୁଲିଯାଏ । ଏହା ଏକ  ସଂକ୍ରମଣ ଜନିତ ରୋଗ । ଯଦି ଏହି ରୋଗରେ ପୀଡିତ ବ୍ୟକ୍ତି ଅନ୍ୟ କାହାକୁ ଚୁମ୍ବନ କରନ୍ତି । ତେବେ, ଏହି ବ୍ୟକ୍ତିଙ୍କ ରୋଗ ଚୁମ୍ବନ ଦ୍ବାର ଅନ୍ୟ ବ୍ୟକ୍ତିଙ୍କୁ ହେବାର ସମ୍ଭାବନା ଥାଏ। ଏହା ଏକ ବିଷ ପରି କାମ କରେ । ଏହି ରୋଗରେ ରକ୍ତସ୍ରାବ ହେବା ସହିତ ପାଟିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ କରେ । ଏହି ସଂକ୍ରମଣ ଲାଳ ମାଧ୍ୟମରେ ଅନ୍ୟ ଜଣକୁ ସହଜରେ ବ୍ୟାପିଥାଏ, ଯାହା ପାଟିର ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ ।

ପାଟିରେ ଘା'(Mouth ulcers): ପାଟି ଜନିତ ସମସ୍ୟା ଯୋଗୁଁ ପାଟି ଘା ’ହୋଇଥାଏ। ଏହା ଆପଣଙ୍କ ପାଟି ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ | ଏହି ସମୟ ମଧ୍ୟରେ, ପରସ୍ପରକୁ ଚୁମ୍ବନ ଦେଇ, ଲାଳ ପାଟିରେ ପ୍ରବେଶ କରିବା ମାତ୍ରେ ଜୀବାଣୁ ବିସ୍ତାର ହୁଏ । ଯାହା ଓଠରୁ ଏବଂ ପାଟିରୁ ଗଳା ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ।

(Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୈଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}