Hindi News >>Home >>Odisha LifeStyle and Others

Astro tips: ୩ ଦିନ ପରେ ଘଟିବାକୁ ଯାଉଛି ମହାସଂଯୋଗ; ନୂତନ ନିଯୁକ୍ତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ!

Astrology: ବୃହସ୍ପତି (Jupiter) ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ଗୁରୁ ବୋଲି କୁହାଯାଏ। ଏପରିକି ବୃହସ୍ପତିଙ୍କୁ ଜ୍ଞାନର କାରକ ବୋଲି ଦର୍ଶାଯାଏ । ବୃହସ୍ପତି ସେପ୍ଟେମ୍ବର ୪ରେ କନ୍ୟା ରାଶି ଛାଡି କର୍କଟ ରାଶିରେ (Cancer zodiac) ପ୍ରବେଶ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ତିନି ରାଶିକୁ ମାଲେମାଲ୍ କରିଦେବ। ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡ଼ିକ ବିଷୟରେ...

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 31, 2023, 07:35 AM IST

Astrology: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ,ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Grah Gochar 2023 ) କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ମନେ କରାଯାଏ । ଏହା କେବଳ ପୃଥିବୀ ନୁହେଁ ମାନବ ଜୀବନ (Zodiac Signs) ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗ୍ରହ ମାନଙ୍କର ଏହି ଗୋଚର କାରଣରୁ ବ୍ୟକ୍ତି ନିଜ ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଥାଏ। ବୃହସ୍ପତି (Jupiter) ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ଗୁରୁ ବୋଲି କୁହାଯାଏ। ଏପରିକି ବୃହସ୍ପତିଙ୍କୁ ଜ୍ଞାନର କାରକ ବୋଲି ଦର୍ଶାଯାଏ । କେବଳ ସେତିକି ନୁହେଁ, ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି ଏବଂ ସମୃଦ୍ଧତାର ଗ୍ରହ ଭାବରେ ବିବେଚନା ମଧ୍ୟ କରାଯାଏ ।  ବୃହସ୍ପତି ସେପ୍ଟେମ୍ବର ୪ରେ କନ୍ୟା ରାଶି ଛାଡି କର୍କଟ ରାଶିରେ (Cancer zodiac) ପ୍ରବେଶ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ତିନି ରାଶିକୁ ମାଲେମାଲ୍ କରିଦେବ। ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡ଼ିକ ବିଷୟରେ...

Also Read: Horoscope Today: ଆକସ୍ମିକ ଧନଲାଭର ଯୋଗ ସହ ମିଳିବ ସୁସମ୍ବାଦ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?

ଧନବାନ୍ ହେବେ ଏହି ସବୁ ରାଶି:

କର୍କଟ:  ବୃହସ୍ପତି ସେପ୍ଟେମ୍ବର ୪ ତାରିଖରେ କନ୍ୟା ରାଶି ଛାଡି କର୍କଟ ରାଶିରେ ପ୍ରବେଶ କରିବେ ।  ବୃହସ୍ପତିଙ୍କ କର୍କଟ ରାଶିରେ ପ୍ରବେଶ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଖାସ୍ କରି କ୍ୟାରିୟରେ ଆପଣଙ୍କୁ ସଫଳତା  ପ୍ରାପ୍ତ ହେବ। ଏହା ସହ ଯଦି ଆପଣ ବର୍ତ୍ତମାନ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ତେବେ, ଏହି ସମୟରେ ଆପଣ ଚାକିରି ପରିବର୍ତ୍ତନ କରିପାରିବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ନୂତନ ନିଯୁକ୍ତି ମଧ୍ୟ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ବ୍ୟବସାୟୀମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭବାନ୍ ହେବେ। 

ସିଂହ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶର ଲୋକଙ୍କୁ ମାଲେମାଲ୍ କରିଦେବ । କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। କ୍ୟାରିୟରରେ ସଫଳତା ମିଳିବ। କାର୍ଯ୍ୟାଳୟରେ ଆପଣଙ୍କ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀମାନେ ପ୍ରଂସଶା କରିବେ।  ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଯଦି ଆପଣ ଶିକ୍ଷା କ୍ଷେତ୍ର ସହ ଜଡି଼ତ ଅଛନ୍ତି , ତେବେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆପଣଙ୍କୁ ପୁରସ୍କୃତ କରାଯିବାର ସମ୍ଭାବନା ମଧ୍ୟ ରହିଛି। ଏହି ସମୟରେ ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ବିଦେଶ ଯାତ୍ରା ନେଇ ଯୋଗ ରହିଛି। ବ୍ୟବସାୟରେ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣ ଅଧିକ ଲାଭ ପାଇବେ। 

ମୀନ:  ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବ ।  ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ  । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ଆପଣ ଏଥିରେ ଲାଭ ପାଇପାରିବେ। ସ୍ବାସ୍ଥ୍ୟ ଭଲ ରହିବ । ଏବଂ ବିଦେଶ ଯାତ୍ରା ନେଇ ଯୋଗ ମଧ୍ୟ ରହିଛି । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}