Hindi News >>Home >>Odisha LifeStyle and Others

Jupiter Transit 2024: ୨୦୨୫ ଯାଏଁ ରହିବନି ଧନସମ୍ପତିର ଅଭାବ, ଚମକିବେ ଏହି ୩ ରାଶି !

Jupiter Transit 2024:  ଗୁରୁ ଗ୍ରହ ୨୦୨୫ ମେ ମାସ ପର୍ଯ୍ୟନ୍ତ ଅବସ୍ଥିତ ରହିବେ। ଏହି ସମୟ ମଧ୍ୟରେ ଗୁରୁ ଗ୍ରହଙ୍କର ବିଶେଷ ଆଶୀର୍ବାଦ ରହିବ। ଯେଉଁଥିପାଇଁ କିଛି ରାଶିଙ୍କ ଭାଗ୍ୟ ବଦଳିଯାଇପାରେ । ଧନ ଦୌଲତରେ ଜୀବନ ଭରିଯିବ। ତେବେ ଆସନ୍ତୁ ଜାଣିବା ଏହି ୩ ଟି ରାଶି ବିଷୟରେ ସବୁକିଛି।   

Advertisement
Jupiter Transit 2024: ୨୦୨୫ ଯାଏଁ ରହିବନି ଧନସମ୍ପତିର ଅଭାବ, ଚମକିବେ ଏହି ୩ ରାଶି !
Stop
Rasmita Sahoo|Updated: May 06, 2024, 08:30 PM IST

Jupiter Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଦେବତାଙ୍କ ଗୁରୁ ବୋଲି ବିବେଚନା କରାଯାଏ। ସେହିପରି ଗୁରୁ ଗ୍ରହ ସମୃଦ୍ଧି, ଐଶର୍ଯ୍ୟ, ବୈଭବ, ଜ୍ଞାନ, ଜ୍ୟୋତିଶ, ଶିକ୍ଷା ଓ ଧନର କାରକ ହୋଇଥାନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ ଯେ, ଗୁରୁ ଗ୍ରହ ମେ ୧ ରୁ ବୃଷ ରାଶିରେ ବିରାଜମାନ କରିଛନ୍ତି। ଆଉ ଗୁରୁ ଗ୍ରହ ୨୦୨୫ ମେ ମାସ ପର୍ଯ୍ୟନ୍ତ ଅବସ୍ଥିତ ରହିବେ। ଏହି ସମୟ ମଧ୍ୟରେ ଗୁରୁ ଗ୍ରହଙ୍କର ବିଶେଷ ଆଶୀର୍ବାଦ ରହିବ। ଯେଉଁଥିପାଇଁ କିଛି ରାଶିଙ୍କ ଭାଗ୍ୟ ବଦଳିଯାଇପାରେ । ଧନ ଦୌଲତରେ ଜୀବନ ଭରିଯିବ। ତେବେ ଆସନ୍ତୁ ଜାଣିବା ଏହି ୩ ଟି ରାଶି ବିଷୟରେ ସବୁକିଛି। 

ମେଷ ରାଶି- ଗୁରୁ ଗ୍ରହଙ୍କ ରାଶି ପରିବର୍ତ୍ତନ ମେଷ ରାଶି ଜାତକଙ୍କ ପାଇଁ ବେଶ ଲାଭପ୍ରଦ ବା ଫଳପ୍ରଦ ହେବାକୁ ଯାଉଛି। କାରଣ ଗୁରୁ ଗ୍ରହ ଆପଣଙ୍କ ରାଶି ଉପରେ ଧନ ବର୍ଷା କରିବେ। ଆଉ ଏହି ସମୟରେ ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବ।  ଆପଣଙ୍କ କ୍ୟାରିୟରରେ ଉନ୍ନତି ଦେଖାଦେବ। ଆପଣଙ୍କର ଆୟରେ ବୃଦ୍ଧି ଦେଖିବାକୁ ମିଳିବ। ଏହାସହ ଯେଉଁ ମାନେ ଚାକିରୀ କରିଛନ୍ତି ସେମାନେ ପଦୋନ୍ନତି ପାଇବେ । ଆର୍ଥିକ ସ୍ଥିତିରେ ମଜଭୁତ ଦେଖିବାକୁ ମିଳିବ । ଏହାସହ ଯେଉଁମାନେ ବିଦ୍ୟାର୍ଥି ବର୍ଗର, ସେମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳ ହେବେ। 

କର୍କଟ ରାଶି- ଏହିରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁ ବୃହସ୍ପତି ଙ୍କ ରାଶି ପରିବର୍ତ୍ତନ ଶୁଭ ଫଳଦାୟୀ ସିଦ୍ଧ ହେବାକୁ ଯାଉଛି। କାରଣ ଗୁରୁ ଗ୍ରହ ଆପଣଙ୍କ ଗୋଚର କୁଣ୍ଡଳି ର ଇନକମ ବା ଟଙ୍କା ଆୟର ଉତ୍ସ ଉପରେ ଭ୍ରମଣ କରୁଛନ୍ତି । ସେଥିପାଇଁ ଏହି ସମୟରେ ଆପଣଙ୍କର ଆୟରେ ବୃଦ୍ଧି ଦେଖାଦେବ। ଏହାସହ ପରିବାରରେ ହସଖୁସିର ମାହୋଲ ବଜାୟ ରହିବ। ସେହିପରି ବ୍ୟବସାୟୀଙ୍କ ପାଇଁ ଏହି ସମୟ ଖୁବ ଲାଭବାନ ସାବ୍ୟସ୍ତ ହେବ। କେହି କେହି ଯଦି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ରହିବ। ଏହାସହ ଏହି ସମୟରେ ବିଦ୍ୟାର୍ଥୀ ମାନେ ବି ଉପକୃତ ହେବେ। 

ମକର ରାଶି-ଗୁରୁ ଗ୍ରହର ରାଶି ପରିବର୍ତ୍ତନ ମକର ରାଶି ପାଇଁ ଖୁବ ଶୁଭ ହେବାକୁ ଯାଉଛି। କାରଣ ଗୁରୁ ଗ୍ରହ ଆପଣଙ୍କ ରାଶିର ପଞ୍ଚମ ଭାଗରେ ସଞ୍ଚାରଣ କରୁଛନ୍ତି। ଆଉ ଏଥିପାଇଁ ଆପଣଙ୍କ ସନ୍ତାନ ମାନଙ୍କ ପାଖରୁ ଆପଣଙ୍କୁ ଖୁବ ଶୁଭ ଫଳ ମିଳିବ। ସେହିପରି ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କ ନିକଟକୁ ଆସିବ। ସେହିପରି ଆପଣଙ୍କର ଆୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ। ଚାକିରୀ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ ।ଜମିବାଡ଼ି ବିବାଦରେ ସଫଳତା ପାଇବେ। 

Also Read: Gajakesari Yoga 2024: ୧୦୦ ବର୍ଷ ପରେ ହେବ ଗଜକେଶରୀ ଯୋଗ, ୩ ରାଶିର ଚମକିବ ଭାଗ୍ୟ!

Also Read: Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Read More
{}{}