Hindi News >>Home >>Odisha LifeStyle and Others

Job Opportunity: NLCରେ ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା..

Job Opportunity: ଚାକିରି ଖୋଜୁଥିବା ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର। ନେଭେଲି ଲିଗ୍ନାଇଟ କର୍ପୋରେସନ (NLC) ଇଣ୍ଡିଆ ଲିମିଟେଡ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ। ନିଜର ଦକ୍ଷତା ବା ଶୈକ୍ଷିକ ଯୋଗତ୍ୟା ଅନୁଯାୟୀ ଏବେ ହିଁ କରନ୍ତୁ ଆବେଦନ। 

Advertisement
Job Opportunity: NLCରେ ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା..
Stop
Priyambada Rana|Updated: Oct 30, 2023, 12:06 PM IST

Job Opportunity: ଚାକିରି ଖୋଜୁଥିବା ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର। ନେଭେଲି ଲିଗ୍ନାଇଟ କର୍ପୋରେସନ (NLC) ଇଣ୍ଡିଆ ଲିମିଟେଡ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ। ନିଜର ଦକ୍ଷତା ବା ଶୈକ୍ଷିକ ଯୋଗତ୍ୟା ଅନୁଯାୟୀ ଏବେ ହିଁ କରନ୍ତୁ ଆବେଦନ। ଟ୍ରେଡ ଆପ୍ରେଣ୍ଟିସ ଓ ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଏନଏଲସି। ୧୭ ପ୍ରକାର ପଦରେ ଚାକିରି ପାଇବେ ୮୭୭ ଜଣ ପ୍ରାର୍ଥୀ ।ଇଚ୍ଛୁକ ପ୍ରାର୍ଥୀମାନେ ଆଉ ଡେରି ନକରି ଏବେ ହିଁ ଆବେଦନ କରନ୍ତୁ।

ଆଜି ଠାରୁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା। ଏ ନେଇ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୧୦ ତାରିଖ। ନଭେମ୍ବର ୧୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପୋଷ୍ଟାଲରେ ନିଜ ଆବେଦନ ପତ୍ର ପଠାଇ ପାରିବେ। ସେହିପରି ନଭେମ୍ବର ୨୭ ତାରିଖରେ ପ୍ରାର୍ଥୀଙ୍କର ଅସ୍ଥାୟୀ ତାଲିକା ୱେବସାଇଟରେ ଜାରି କରାଯିବ। ତା’ପରେ ଡିସେମ୍ବର ମାସ ୧ ତାରିଖରେ ପ୍ରକାଶ ପାଇବ ପ୍ରାର୍ଥୀଙ୍କ ଚୟନ ତାଲିକା। ଚୟନ ପ୍ରକ୍ରିୟା ପରେ ପ୍ରାର୍ଥୀଙ୍କୁ ଆଡମିଶନ ପାଇଁ ଟ୍ରେନିଂ ଦିଆଯିବ।

ପ୍ରାର୍ଥୀଙ୍କ ଯୋଗ୍ୟତା:

- ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ସୀମା  ୩୫ ବର୍ଷ ରଖାଯାଇଛି। ପ୍ରାର୍ଥୀଙ୍କୁ ଫିଟ୍ଟର(Fitter), ଟର୍ଣ୍ଣର, ମେକାନିକ (Motor Vehicle ), ଇଲେକ୍ଟ୍ରିସିଆନ(Electrician), ୱେୟାରମ୍ୟାନ, ମେକାନିକ (Diesel), ମେକାନିକ (Tractor), କାର୍ପେଣ୍ଟର, ପ୍ଲମ୍ବର, ଷ୍ଟେନୋଗ୍ରାଫର, ୱେଲ୍ଡର, ପାସା ଆଦି ଟ୍ରେଡ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ସେହିପରି କମର୍ସ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆପ୍ଲିକେସନ, ବିଜିନେସ ଆଡମିନିଷ୍ଟ୍ରେସନ, ଜିଓଲୋଜି ଆଦି ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ ।

ଯଦି ଆପଣ ଉପରୋକ୍ତ ପଦ ପାଇଁ ଯୋଗ୍ୟ ତାହେଲେ ଆପଣ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ..

ନୋଟିଫିକେସନ ଲିଙ୍କ: https://www.nlcindia.in/new_website/careers/LDC-net-Advt-2-24-10-23-2.pdf

Also Read: New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, କାଲି ନେବେ ଶପଥ..

Read More
{}{}