Hindi News >>Home >>Odisha LifeStyle and Others

Janmashtami 2023: ଏହି ଦିନ ପାଳନ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ କୃଷ୍ଣ ପୂଜାର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ

Janmashtami 2023:  କୃଷ୍ଣ ଜନ୍ମାଷ୍ଟମୀ  (Janmashtami 2023) ପ୍ରତିବର୍ଷ ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏହି ଦିନ ଭକ୍ତମାନ ଭଗବାନ କୃଷଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରନ୍ତି । ଏବଂ ଉପବାସ କରିବା ସହିତ  ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା କରନ୍ତି ।

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 01, 2023, 02:17 PM IST

Janmashtami 2023: ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ (Janmashtami 2023) କୁହାଯାଏ । ବିଶ୍ୱାସ କରାଯାଏ ଯେ, ଏହି ଦିନ ଭଗବାନ କୃଷ୍ଣ (Lord Krishna) ଧରାପୃଷ୍ଠରେ ଅବତରଣ କରିଥିଲେ। କୃଷ୍ଣ ଜନ୍ମାଷ୍ଟମୀ  (Janmashtami 2023) ପ୍ରତିବର୍ଷ ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏହି ଦିନ ଭକ୍ତମାନ ଭଗବାନ କୃଷଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରନ୍ତି । ଏବଂ ଉପବାସ କରିବା ସହିତ  ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା କରନ୍ତି । ଏହି ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ ।  ତେବେ, ଆସନ୍ତୁ ଜାଣିବା  ଜାଣନ୍ତୁ ଚଳିତ ବର୍ଷ ଜନମାଷ୍ଟମୀ କେଉଁ ଦିନ ଜନ୍ମଷ୍ଟମୀ ପାଳନ କରାଯିବ।  ଏବଂ ଏଥର ମଧ୍ୟ ଜନ୍ମାଷ୍ଟମୀ ଗୋଟିଏ ଦିନ ବଦଳରେ ଦୁଇ ଦିନ ପାଳନ ହେବ କି ନାହିଁ ।

ଏହି ଦିନ ପାଳନ ହେବ ଜନ୍ମାଷ୍ଟମୀ:

ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ  ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ସେପ୍ଟେମ୍ବର ୬ରେ ପଡୁଛି । ଏହି ଦିନ ଅପରାହ୍ନ ୩ଟା ୩୭ ମିନିଟ୍ ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ୭ ସେପ୍ଟେମ୍ବର ଦିନ ୪ଟା ୧୪ ରେ ଶେଷ ହେବ। ଏହା ବ୍ୟତୀତ ରୋହିଣୀ ନକ୍ଷତ୍ର ୬ ସେପ୍ଟେମ୍ବରରୁ ସକାଳ ୯ଟା ୨୧ ରେ ଆରମ୍ଭ ହେବ । ଏବଂ ୭ ସେପ୍ଟେମ୍ବରରେ ସକାଳ ୧୦ଟା ୨୫ରେ ଶେଷ ହେବ। ପୁରାଣରେ ବର୍ଣ୍ଣିତ ଅଛି ଯେ,ଶ୍ରୀକୃଷ୍ଣ ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଥିଲେ, ତେଣୁ କୃଷ୍ଣଷ୍ଟମୀ ୬ ସେପ୍ଟେମ୍ବରରେ ପାଳନ କରିବେ। ଏହି ଦିନ ପୂଜାର ଶୁଭ ସମୟ ରାତି ୧୧ଟା ୪୭ ରୁ ରାତି ୧୨ଟା ୪୭ ପର୍ଯ୍ୟନ୍ତ  ରହିଛି । ବିଶ୍ୱାସ ରହିଛି  ଯେ, ଶ୍ରୀକୃଷ୍ଣଙ୍କୁ ଏହି ଶୁଭ ସମୟରେ ପୂଜା କଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। 

ଏମିତି କରନ୍ତୁ ଜନ୍ମାଷ୍ଟମୀରେ ପୂଜା :

ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ମୂର୍ତ୍ତି ଶୁଦ୍ଧ ଜଳରେ ପ୍ରଥମେ ସ୍ନାନ କରାନ୍ତୁ । ଯଦି ଆପଣ ଚାହିଁବେ, କ୍ଷୀର, କଦଳୀ ଓ ପଞ୍ଚାମୃତରେ ମଧ୍ୟ କୃଷ୍ଣଙ୍କୁ ସ୍ନାନ କରାଇପାରିବେ। 
ଏହା ପରେ ତାଙ୍କୁ ପବିତ୍ର ପାଟବସ୍ତ୍ର ପରିଧାନ କରାଇବେ। ଏବଂ ବିଭିନ୍ନ ପ୍ରକାର ଅଳଙ୍କାରରେ ଭଗବାନଙ୍କୁ ସଜାନ୍ତୁ । ପରେ, ଶ୍ରୀକୃଷ୍ଣଙ୍କ ଆରତୀ କରନ୍ତୁ। ପରେ ରୀତିନୀତି ଅନୁସାରେ, ପୂଜା କରି ଘରେ ପ୍ରସ୍ତୁତ ଭୋଗ ଚଢାନ୍ତୁ। ଏବଂ ସେହି ଭୋଗକୁ ସମସ୍ତଙ୍କୁ ସୁଦ୍ଧ ମନରେ ବାଣ୍ଟନ୍ତୁ। 

Read More
{}{}