Hindi News >>Home >>Odisha LifeStyle and Others

Chia Seed: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଚିଆ ସିଡ୍ସ , ଜାଣନ୍ତୁ କେମିତି ?

Chia Seed: ମଧୁମେହ ବା ଡାଏବେଟିସ (Diabetes ) । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧିପାଇଛି। ଡବ୍ଲୁଏଚଓ (World Health Organisation) ରିପୋର୍ଟ ଅନୁସାରେ, ବିଶ୍ବରେ ୪୨୨ ମିଲିୟନ ଲୋକେ ଏହି ରୋଗରେ ପୀଡିତ। 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 29, 2022, 04:54 PM IST

Chia Seed: ମଧୁମେହ ବା ଡାଏବେଟିସ (Diabetes ) । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧିପାଇଛି। ଡବ୍ଲୁଏଚଓ (World Health Organisation) ରିପୋର୍ଟ ଅନୁସାରେ, ବିଶ୍ବରେ ୪୨୨ ମିଲିୟନ ଲୋକେ ଏହି ରୋଗରେ ପୀଡିତ। ପ୍ରତ୍ୟକ ବର୍ଷ ପାଖାପାଖି  ୧.୫ ମିଲିୟନ ଲୋକେ ଏହି ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ। ତେବେ ଏଭଳି କିଛି ଘରୋଇ ଉପଚାର ରହିଛି, ଯାହା ଦ୍ବାରା ଆପଣ ଏହି ରୋଗକୁ ନିୟନ୍ତ୍ରଣରେ ରଖି ପାରିବେ । 

ଚିଆ ସିଡ୍ସ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏହି ଚିଆ ସିଡ୍ସ ମେଟାବୋଲିକକୁ ମଧ୍ୟ କମ କରିଦେଇଥାଏ । ଯଦି ଚିଆସିଡ୍ସ ର ସେବନ ନୀତିଦିନ କରାଯାଇଥାଏ ତେବେ,ତାହା ବ୍ଲଡ଼ପ୍ରେସରକୁ କମ କରିବାରେ ସାହାର୍ଯ୍ୟ କରିଥାଏ। ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଚିଆ ସିଡ୍ସରେ ଅଧିକ ପରିମାଣରେ ଓମେଗା-୩ ଏବଂ ଫ୍ୟାଟି-ଏସିଡ ରହିଥାଏ । ଏହା ବ୍ଯତୀତ ଏଥିରେ ପ୍ରୋଟିନ ଏବଂ ଫାଇବାର ମଧ୍ୟ ରହିଥାଏ । 

 ମଧୁମେହ ରୋଗୀ କିପରି ବ୍ୟବହାର କରିବେ ଚିଆ ସିଡ୍ସ ?

ପ୍ରତ୍ୟକ ଚିଆ ସିଡ୍ସ ଗୁଡିକରେ ୧୦ ଗ୍ରାମର ଫାଇବର ରହିଛି। ଯାହା ଜଣେ ବୟସ୍କ ବ୍ୟକ୍ତିଙ୍କ ଆବଶ୍ୟକ ।  ଯଦି କେହି ମଧୁମେହ ରୋଗୀ ଦିନକୁ ଦୁଇ ଚାମଚ କିମ୍ବା ୨୦ ଗ୍ରାମ ଚିଆ ସିଡ୍ସ ଖାଇଥାନ୍ତି । ତାହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବେଶ ଭଲ ପ୍ରଭାବ ପକାଇଥାଏ ।  ଏକ ଲିଟର ପାଣିରେ ଏକ ଚାମଚ ଚିଆ ସିଡ୍ସ ଏବଂ ଏଥିରେ କଟା ଲେମ୍ବୁ ଖଣ୍ଡ ମିଶାନ୍ତୁ ।  ଏହାକୁ ୧ ଘଣ୍ଟା ପାଇଁ ଭିଜେଇବାକୁ ଛାଡି ଦିଅନ୍ତୁ । ୧ ଘଣ୍ଟା ପରେ ମଧୁମେହ ରୋଗୀମାନେ ଏହାକୁ ଖାଇ ପାରିବେ।  ମଧୁମେହ ରୋଗୀଙ୍କ ଡାଏଟରେ ଚିଆ ସିଡ୍ସ ଯୋଡିବାରେ ଆଉ ଏକ ଉପାୟ ହେଉଛି ସାଲାଡ । ସତେଜ ଫଳ ଓ ପନିପରିବା ଉପରେ ଚିଆ ସିଡ୍ସ ଛିଞ୍ଚିବା ଦ୍ୱାରା ସାଲାଡ ଫାଇବର ସମୃଦ୍ଧ ହୋଇଥାଏ । ଏବଂ ରକ୍ତରେ ଶର୍କରା ସ୍ତର ମଧ୍ୟ ସ୍ଥିର ରହିଥାଏ । 

ଚିଆ ସିଡ୍ସର ପାଶ୍ବ ପ୍ରତିକ୍ରିୟା :

ମଧୁମେହ ରୋଗୀଙ୍କ ପାଇଁ ଚିଆ ସିଡ୍ସ ଲାଭକାରୀ ହୋଇଥିବା ବେଳେ ମାତ୍ରାଧିକ ସେବନ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଚିଆ ସିଡ୍ସ କିଛି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧୁମେହ ରୋଗୀଙ୍କ ଉପରେ ମଧ୍ୟ ପକାଇ ଥାଏ ।  ଉଚ୍ଚ ରକ୍ତଚାପ, ଆଲର୍ଜି କିମ୍ବା ହଜମ ପ୍ରକ୍ରିୟା ଭଳି ସମସ୍ୟା ଦେଖାଦେଇ ପାରେ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Read More
{}{}