Hindi News >>Home >>Odisha LifeStyle and Others

IRCTC Tour Package: ମାତ୍ର ୧୩ ହଜାରରେ ବୁଲନ୍ତୁ ୯ ଦିନ, ଖାଇବା ପିଇବା ପୁରା ଫ୍ରି

IRCTC Tour Package Update: ଏହି ପ୍ୟାକେଜରେ ଆପଣ ତିରୁପତି, କନ୍ୟାକୁମାରୀ, ରାମେଶ୍ୱରମ, ମଦୁରାଇ ବୁଲିପାରିବେ । ଏହି ଟୁର ପ୍ୟାକେଜ ବୁକ୍ କରିବା ପରେ ଧାର୍ମିକ ସ୍ଥଳ ବୁଲାବୁଲି କରିବା ସହ ଖାଦ୍ୟପେୟର କୌଣସି ଚିନ୍ତା ନେବାକୁ ପଡ଼ିବ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ପ୍ୟାକେଜ୍ ବିଷୟରେ ଆଉ କିଛି ରୋଚକ ତଥ୍ୟ...

Advertisement
IRCTC Tour Package: ମାତ୍ର ୧୩ ହଜାରରେ ବୁଲନ୍ତୁ ୯ ଦିନ, ଖାଇବା ପିଇବା ପୁରା ଫ୍ରି
Stop
Rasmita Sahoo|Updated: Jan 04, 2023, 02:34 PM IST

IRCTC Tour Package: ଯଦି ଆପଣ ବୁଲିବାକୁ ପସନ୍ଦ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଜରୁରୀ। ଆପଣ ଶସ୍ତାରେ ଓ ଏକ ଭଲ ଟୁର୍ ପ୍ଲାନ କେମିତି କରିପାରିବେ ସେ ନେଇ ଆମେ ଦେବୁ ଆପଣଙ୍କୁ ଏହି ଜରୁରୀ ସୂଚନା । ତେବେ କହିରଖୁଛୁ ଆପଣଙ୍କୁ ସୁହାଇଲା ପରି ଟୁର ପ୍ୟାକେଜ ଆଣିଛି  IRCTC । ଆଇ ଆର ସିଟିସି ର ଏହି ପ୍ଲାନ ବହୁତ ବଢିଆ ଯାହା ଆପଣ ଜାଣିଲେ ବି ଖୁସିରେ ନାଚି ଉଠିବେ । IRCTC ଏହି ଟୁର ପ୍ୟାକେଜ୍ ଆଜାଦୀ କା ଅମୃତ ମହୋତ୍ସବ ଓ ଦେଖୋ ଅପନା ଦେଶ ଜରିଆରେ ଆରମ୍ଭ କରିଛି । IRCTC ର ଏହି ଟୁର ପ୍ୟାକେଜ୍ ଜରିଆରେ ଆପଣ ସାଉଥ ଇଣ୍ଡିଆ ବା ଦକ୍ଷିଣ ଭାରତର ଧାର୍ମିକ ସ୍ଥଳକୁ ଯାତ୍ରା କରିପାରିବେ । 

ଏହି ଟୁର ପ୍ୟାକେଜ ଯାତ୍ରା ରାଜକୋଟରୁ ରୁ ଆରମ୍ଭ ହେବ । ଏହାପୁରା ୯ ଦିନଓ ୮ ରାତି ପାଇଁ ବୁକ୍ କରିହେବ । ଏଥିପାଇଁ ଆପଣଙ୍କୁ ସ୍ୱଦେଶ ଦର୍ଶନ ଟୁରିଷ୍ଟ ଟ୍ରେନ ଦ୍ୱାରା ଯାତ୍ରା କରାଯିବ । ଏହି ଟ୍ରେନର ଯାତ୍ରା କରୁଥିବା ଯାତ୍ରୀ ସାବରମତୀ, ରାଜକୋଟ, ଭଦୌଦରା ଓ ପୁଣେ ଷ୍ଟେସନରେ ବୋର୍ଡିଂ ଡିଭାଇଡିଂ କରିପାରିବେ। ଏହି ଟୁର ପ୍ୟାକେଜର ସମସ୍ତ ସୂଚନା  IRCTC  ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। 

ଏହି ଟୁର ପ୍ଲାନର ପ୍ରାରମ୍ଭ ପ୍ୟାକେଜ୍ ୧୩ ହଜାର ୯୦୦ ଟଙ୍କା ଜଣେ ବ୍ୟକ୍ତି ପିଛା ରହିଛି। ଯଦି ଆପଣ ନିଜପ ଖର୍ଚ୍ଚ କଥା ଚିନ୍ତା କରୁଛନ୍ତି ତେବେ ଏହି  ୧୩ ହଜାର ୯୦୦  ଟଙ୍କାରେ ଜଣେ ବ୍ୟକ୍ତି ତିରୁପତି, କନ୍ୟାକୁମାରୀ, ରାମେଶ୍ୱରମ, ମଦୁରାଇ ବୁଲିପାରିବେ । ଏହି ଟୁର ପ୍ୟାକେଜ ବୁକ୍ କରିବା ପରେ ଧାର୍ମିକ ସ୍ଥଳ ବୁଲାବୁଲି କରିବା ସହ ଖାଦ୍ୟପେୟର କୌଣସି ଚିନ୍ତା ନେବାକୁ ପଡ଼ିବ ନାହିଁ ।  ଯଦି ଆପଣ ଷ୍ଟାଣ୍ଡାର୍ଡ କ୍ୟାଟୋଗୋରୀ ଟ୍ରାଭେଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୫ ହଜାର ୩୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି କନଫର୍ଟ କ୍ୟାଟାଗୋରୀ ପାଇଁ ଆପଣଙ୍କୁ ୨୩ ହଜାର ୮୦୦ ଟଙ୍କା ଦେବାକୁ ହେବ । 

IRCTC ଏହି ଟୁର ର ନାମ South India Divine Ex. Rajkot (WZSD10) ରଖାଯାଇଛି। ଏହା ତିରୁପତି, କନ୍ୟାକୁମାରୀ, ମଦୁରାଇ ଓ ରାମେଶ୍ୱରମ ଡେଷ୍ଟିନେସନକୁ କଭର୍ କରିବ। ଟୁର ର ପ୍ରାରମ୍ଭ ଯାତ୍ରା ରାଜକୋଟରୁ ହେବ। ଏହି ଟୁରର ଆରମ୍ଭ ୨୪ ଜାନୁଆରୀ ୨୦୨୩ରୁ ଆରମ୍ଭ ହେବ । ପୁରା ଟୁରର ପ୍ଲାନ ରହିଛି ୮ ରାତି ଓ ୯ ଦିନ । ଏଥିରେ ଆପଣ ଆପଣଙ୍କୁ ପୁରା ମିଲ୍ ମିଳିବ। ମିଲ୍ ରେ ସକାଳ ଜଳଖିଆ, ଲଞ୍ଚ, ଓ ରାତ୍ର ଭୋଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। IRCTCର ୱେବସାଇଟକୁ ଯାଇ irctctourism.com ରେ ଅନଲାଇନ ପ୍ୟାକେଜ୍ ବୁକ୍ କରିପାରିବେ । ଏହାବାଦ୍ IRCTC ର କାର୍ଯ୍ୟାଳୟକୁ ଯାଇ ମଧ୍ୟ ନିଜର ପ୍ୟାକେଜ୍ ବୁକ୍ କରିପାରିବେ । 

Also Read: Chanakya Niti: ଦୈନିକ କରନ୍ତୁ ଏହି ତିନି କାମ, ଘରେ ହେବନି କେବେ ଧନର ଅଭାବ!

Also Read: Employee Pension Scheme: ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ

Read More
{}{}