Hindi News >>Home >>Odisha LifeStyle and Others

Coffee Side Effect: ଏହି ୪ଟି ରୋଗ ଥିଲେ ଭୁଲରେ ପିଅନ୍ତୁନି କଫି, ନଚେତ୍ ଗମ୍ଭୀର ହୋଇପାରେ ସ୍ୱାସ୍ଥ୍ୟବସ୍ଥା...

Coffee Side Effect: ସକାଳୁ ସକାଳୁ ଉଠିବା ମାତ୍ରେ ଅନେକ ଲୋକ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରିଥାନ୍ତି।କେବଳ ସକାଳ ସମୟ ନୁହେଁ ଅନେକ ମଧ୍ୟ ଏହାକୁ ଦିନର ବିଭିନ୍ନ ସମୟରେ ପିଇବାକୁ ପସନ୍ଦ କରନ୍ତି। ଅନେକଙ୍କ ମତ ଅନୁସାରେ ଏହା ଆମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଶରୀର ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ। 

Advertisement
Coffee Side Effect: ଏହି ୪ଟି ରୋଗ ଥିଲେ ଭୁଲରେ ପିଅନ୍ତୁନି କଫି, ନଚେତ୍ ଗମ୍ଭୀର ହୋଇପାରେ ସ୍ୱାସ୍ଥ୍ୟବସ୍ଥା...
Stop
Priyambada Rana|Updated: Oct 30, 2023, 06:19 AM IST

Coffee Side Effect: ସକାଳୁ ସକାଳୁ ଉଠିବା ମାତ୍ରେ ଅନେକ ଲୋକ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରିଥାନ୍ତି।କେବଳ ସକାଳ ସମୟ ନୁହେଁ ଅନେକ ମଧ୍ୟ ଏହାକୁ ଦିନର ବିଭିନ୍ନ ସମୟରେ ପିଇବାକୁ ପସନ୍ଦ କରନ୍ତି। ଅନେକଙ୍କ ମତ ଅନୁସାରେ ଏହା ଆମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଶରୀର ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ କିଛି ଏମିତି ରୋଗ ରହିଛି ଯେଉଁ ରୋଗରେ ପୀଡ଼ିତ ଲୋକମାନେ କଫି ବା ଚା ପିଇବାରୁ ନିବୃତ ରହିବା ଉଚିତ୍। ତେବେ ଜାଣନ୍ତୁ କ’ଣ ସେହି ସବୁ ରୋଗ..

- ଗର୍ଭାବସ୍ଥାରେ ବା ଗର୍ଭବତୀ ଥିବା ମହିଳାମାନେ(Pregnant women) କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ଅଧିକ କଫି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ବ୍ୟାହତ ହେବାର ସମ୍ଭାବନା ରହିଥାଏ, ଯାହା ଗର୍ଭସ୍ଥ ଶିଶୁର ବିକାଶରେ ସମସ୍ୟା ସୃଷ୍ଟି କରିଥାଏ। ଯାହା ଦ୍ୱାରା ଗର୍ଭ ନଷ୍ଟର ଆଶଙ୍କା ମଧ୍ୟ ରହିଥାଏ।

- ଯେଉଁମାନେ ମାଇଗ୍ରେନ୍ ସମସ୍ୟାରେ(Migration) ପୀଡିତ, ସେମାନେ ମଧ୍ୟ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଏହାର କାରଣ ହେଉଛି କଫିରେ ଥିବା କାଫେନ୍(caffeine)ମସ୍ତିଷ୍କର ସ୍ନାୟୁରେ ଅବରୋଧ ସୃଷ୍ଟି କରିପାରେ। ଯେଉଁ କାରଣରୁ ରକ୍ତ ସଞ୍ଚାଳନରେ ବ୍ୟାଘାତ ହେତୁ ମାଇଗ୍ରେନ୍ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ଥାଏ।

- ସେହିପରି ଅଷ୍ଟିଓପୋରୋସିସ୍(Osteoporosis) ରୋଗରେ ପୀଡ଼ିତ ଥିବା ରୋଗୀମାନେ ଏହାକୁ ବାରଣ କରିବା ଉଚିତ୍। କାରଣ ଏହି ରୋଗରେ କ୍ୟାଲସିୟମ ଅଭାବରୁ ହାଡ଼ ଧିରେ ଧିରେ ଦୁର୍ବଳ ହୋଇଯାଏ। କଫିରେ ଥିବା କାଫେନ୍ ଶରୀରରୁ କ୍ୟାଲସିୟମ ଶୋଷି ନେଇଥାଏ।ତେଣୁ ଯଥା ସମ୍ଭବ କଫି ଠାରୁ ଦୂରେଇ ରହିବା ଉଚିତ୍।

-ସେହିପରି ଉଚ୍ଚ ରକ୍ତଚାପ(High blood pressure) ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କଫି ଠାରୁ ଦୂରେଇ ରହିବା ଉଚିତ୍।କାରଣ କଫି ପିଇବା ଦ୍ୱାରା ଏହା ଲୋକଙ୍କୁ ଅନିଦ୍ରା ରଖିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ, ଯାହାକି ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ। ଏହା ଦ୍ୱାରା ରକ୍ତଚାପ ଆହୁରି ବୃଦ୍ଧି ପାଇଥାଏ।

ପ୍ରତ୍ୟାଖ୍ୟାନ: ପ୍ରିୟ ପାଠକ, ଆମର ଖବର ପଢ଼ିଥିବାରୁ ଧନ୍ୟବାଦ।ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ ।ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ସହ ଜଡିତ କିଛି ପଢ଼ୁଛନ୍ତି, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।

Also Read: Health benefits of jaggery: ଗୁଡ଼ ସହିତ ଖାଆନ୍ତୁ ଏହି ଗୋଟିଏ ଜିନିଷ,ମିଳିବ ସାତ ଫାଇଦା

Read More
{}{}