Hindi News >>Home >>Odisha LifeStyle and Others

Natural Hair Color: ପ୍ରାକୃତିକ ଉପାୟରେ ଧଳା କେଶକୁ କିପରି କରିବେ କଳା ? ଜାଣି ରଖନ୍ତୁ ଏହି ସବୁ ଘରୋଇ ଉପଚାର

Natural Hair Color: ବର୍ତ୍ତମାନ ସମୟ ପୂର୍ବରୁ କେଶ ଧଳା ହେବା ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଅଳ୍ପ ବୟସରେ କେଶ ଶୀଘ୍ର ଧଳା ହୋଇଯାଉଛି। ଏହି ସମସ୍ୟାରୁ ନିଜକୁ ବଞ୍ଚାଇବା ପାଇଁ କେତେକ ନିଜ ଧଳା କେଶକୁ କର୍ଲର କରନ୍ତି । କିନ୍ତୁ ଏହି ହେୟାର କର୍ଲର କେଶ ଉପରେ କୁପ୍ରଭାବ ପକାଇ ଥାଏ ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 10, 2022, 04:15 PM IST

Natural Hair Color: ବର୍ତ୍ତମାନ ସମୟ ପୂର୍ବରୁ କେଶ ଧଳା ହେବା ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଅଳ୍ପ ବୟସରେ କେଶ ଶୀଘ୍ର ଧଳା ହୋଇଯାଉଛି। ଏହି ସମସ୍ୟାରୁ ନିଜକୁ ବଞ୍ଚାଇବା ପାଇଁ କେତେକ ନିଜ ଧଳା କେଶକୁ କର୍ଲର କରନ୍ତି । କିନ୍ତୁ ଏହି ହେୟାର କର୍ଲର କେଶ ଉପରେ କୁପ୍ରଭାବ ପକାଇ ଥାଏ । ଯେଉଁଥିପାଇଁ କେଶ ଦୁର୍ବଳ ହୋଇ ପଡ଼େ  । ଏବଂ କେଶ ଝ଼ଡିବା ଆରମ୍ଭ କରେ। ଯଦି ଆପଣ ନିଜ ଧଳା କେଶକୁ କଳା କରିବାକୁ ଚାହୁଁଛନ୍ତି । ତେବେ ଆପଣ ଘରେ ମଧ୍ୟ ହେୟାର କର୍ଲର ପ୍ରସ୍ତୁତ କରିପାରିବେ। ତାହା ପୁଣି ପ୍ରାକୃତିକ ଉପାୟରେ । ଫଳରେ ଆପଣ ବଜାରରେ ମିଳୁଥିବା କେମିକାଲ ରଙ୍ଗ ଠାରୁ ନିଜ କେଶକୁ ବରବାଦ ହେବାରୁ ବଞ୍ଚାଇ ପାରିବେ। ତେବେ, ଆସନ୍ତୁ ଜାଣି ରଖିବା ପ୍ରାକୃତିକ ଉପାୟରେ କିପରି ଘରେ ପ୍ରସ୍ତୁତ କରିବେ ହେୟାର କର୍ଲର ।ପ୍ରାକୃତିକ ଉପାୟରେ ହେୟାର କର୍ଲର ପାଇଁ କଫି ଆବଶ୍ୟକ । ଯାହା ସାହାଯ୍ୟରେ କେବଳ କେଶର ରଙ୍ଗକୁ ବଦଳାଇ ପାରିବେ ନାହିଁ । ବରଂ କେଶକୁ ସୁସ୍ଥ ରଖିବା ପାଇଁ ମଧ୍ୟ ବେଶ ସହାୟକ ହୋଇଥାଏ କଫି । ତେବେ ଆସନ୍ତୁ ଜାଣିବା କଫିରୁ କିପରି ପ୍ରସ୍ତୁତ ହେବ ହେୟାର କର୍ଲର ।

 

କଫିରୁ ହେୟାର କର୍ଲର ପ୍ରସ୍ତୁତ କରିବା ପାଇଁ  ଆପଣଙ୍କୁ ଏକ ଚାମଚ କଫି, ଏକ ଚାମଚ ବିଟ୍ ରସ, ପେଷ୍ଟ, ଏକ ଗ୍ଲାସ୍ ପାଣି ଏବଂ ଗୋଟିଏ ଚାମଚ ଚା' ପତି ଆବଶ୍ୟକ। ପରେ ଗ୍ୟାସରେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ପାଣି ଗରମ ହେଲା ପରେ ସେଥିରେ ଚା' ପତି ପକାନ୍ତୁ । ପାଞ୍ଚରୁ ୭ ମିନିଟ ମଧ୍ୟରେ ଗ୍ୟାସରୁ ପ୍ୟାନଟି ବାହାର କରନ୍ତୁ ପରେ ସେହି ପାଣିକୁ ଚା'ଛଣା ମାଧ୍ୟମରେ ଛାଣନ୍ତୁ । ପରେ ଚା' ପତି ପାଣିରୁ ଅଲଗା ହୋଇଗଲା ପରେ, ସେହି ପାଣିରେ ଆପଣ ବିଟ ରସ, କଫି ଫାଉଡର ଓ ପେଷ୍ଟକୁ ଗୋଳାନ୍ତୁ ।

ଏହାବି ପଢନ୍ତୁ : Health Tips: ଏହି ସବୁ ରୋଗ ପାଇଁ ରାମବାଣ ପାଣି ସିଙ୍ଗଡା,ଫାଇଦା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ୧୦ ମିନିଟ ପାଇଁ ଚୁଲାରେ ଏକ ପାତ୍ରରେ ରଖି ଗରମ କରନ୍ତୁ । ପରେ ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ଆପଣ ନିଜ କେଶର ଲଗାଇ ପାରିବେ । କିନ୍ତୁ ଏହି କଥା ମନେ ରଖିବା ଉଚିତ୍ ଯେ, ଏହି କଫିରୁ ପ୍ରସ୍ତୁତ ହୋଇଥିବା କର୍ଲରକୁ ଲଗାଇବା ପୂର୍ବରୁ ଆପଣ ଥରେ ସାମ୍ପୋ କରିବା ଉଚିତ୍ । ତେବେ, ପ୍ରସ୍ତୁତ ହୋଇଥିବା କର୍ଲରକୁ ଆପଣ ନିଜ କେଶରେ ଏକ ବ୍ରେସ ମାଧ୍ୟମରେ ଲଗାଇ ପାରିବେ। ପରେ ଶୁଖିବା ପାଇଁ ଏହାକୁ ୧ ଘଣ୍ଟା ଛାଡି ଦିଅନ୍ତୁ । ପ୍ରାୟ ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ । ଯଦି ଆପଣ ଲଗାତାର କେଶକୁ ସାମ୍ପୁ କରନ୍ତି ନାହିଁ, ତେବେ ଏହି କର୍ଲର ଆପଣଙ୍କ କେଶରେ ଦଶ ଦିନ ରହିବ ।

 

Read More
{}{}