Hindi News >>Home >>Odisha LifeStyle and Others

Home remedies : ହେମୋଗ୍ଲୋବିନର ଅଭାବ ହେତୁ ଦୁର୍ବଳ ଅନୁଭବ କରୁଛନ୍ତି କି ? ଅଜିହିଁ ଆପଣାନ୍ତୁ ଏହି ଟିପ୍ସ

How to increase hemoglobin: ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ କମ୍ ଅଛି କି?ହେମୋଗ୍ଲୋବିନର ଅଭାବକୁ ଦୂର କରିବା ପାଇଁ କଣ କରିବା ଉଚିତ ପଢନ୍ତୁ...

Advertisement
Health tips :
Stop
Zee Odisha Desk|Updated: Jun 30, 2024, 06:53 PM IST

Health tips : ହେମୋଗ୍ଲୋବିନ୍ ରକ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେବେ ଜାଣନ୍ତୁ ହେମୋଗ୍ଲୋବିନର ଅଭାବକୁ ଦୂର କରିବା ପାଇଁ କଣ କରିବା ଉଚିତ ?

ସୁସ୍ଥ ଶରୀର ବଜାୟ ରଖିବା ପାଇଁ ରକ୍ତରେ ହେମୋଗ୍ଲୋବିନର ମାତ୍ରା ଠିକ ରହିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ, ଯାହା ବଞ୍ଚିବା ପାଇଁ ଜରୁରୀ ଅଟେ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ ଯୋଗାଣକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ଶରୀରରେ ଅମ୍ଳଜାନର ଅଭାବ ରହିଥାଏ ।  ଯେଉଁଥିପାଇଁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ, ହେମୋଗ୍ଲୋବିନକୁ ସଠିକ୍ ପରିମାଣରେ ବଜାୟ ରଖିବା ଜରୁରୀ।
 ହେମୋଗ୍ଲୋବିନ୍ ବୃଦ୍ଧି କରିବାର ଉପାୟ-

ଆଇରନ:

ଯଦି ଆପଣଙ୍କ ଶରୀରରେ ହେମୋଗ୍ଲୋବିନ୍ ସଂତୁଳନ ଠିକ ନଥାଏ ତେବେ ଆପଣ ଆପଣଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଏପରି ପରିସ୍ଥିତିରେ ଯଦି ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଆପଣ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।ଫୁଲକୋବି, ବନ୍ଧାକୋବି, ପାଳଙ୍ଗ ଶାଗ କଦଳୀ ଆଦି ଲୌହସାର ଯୁକ୍ତ ଖାଦ୍ଯ  ଖାଇବା ଉଚିତ୍ ।

 ଫୋଲେଟ୍:

ଫୋଲେଟ୍ ହେଉଛି ଭିଟାମିନ୍ ବି । ଯେତେବେଳେ ଆପଣଙ୍କ ଶରୀରରେ କୌଣସି ଫୋଲେଟ୍ ନଥିବ ସେତେବେଳେ ହେମୋଗ୍ଲୋବିନ୍ କୋଷଗୁଡ଼ିକ ପ୍ରଭାବିତ ହୋଇଥାଏ । ତେଣୁ, ନିଶ୍ଚିତ ଭାବରେ ଖାଦ୍ୟରେ ଫୋଲେଟ୍ ଅନ୍ତର୍ଭୁକ୍ତ କରନ୍ତୁ । ଏଥିପାଇଁ ଆପଣ  ଖାଦ୍ୟରେ ସବୁଜ ମଟର, ମସୁର ଡାଲି ଏବଂ ରାଜମା ଭଳି ଜିନିଷ ଖାଇବା ଉଚିତ୍ ।

ଭିଟାମିନ୍ ଏ :

ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ ଭିଟାମିନ୍ ଏ’ ମଧ୍ୟ କାମ କରିଥାଏ । ତେଣୁ, ଆପଣ ଭିଟାମିନ୍ ଏ’ ରେ ଭରପୂର ଥିବା ଖାଦ୍ଯ ଖାଇବା ଉଚିତ୍ । ଏଥିପାଇଁ ଆପଣ ମାଛ ଖାଇପାରିବେ, ଏହାର କାରଣ ହେଉଛି ଆପଣ ମାଛ ସହିତ ଭିଟାମିନ୍ ଏ’ ର ଅଭାବ ପୂରଣ କରିପାରିବେ। ଏହା ବ୍ୟତୀତ, ଆପଣ ଗାଜର ଏବଂ କନ୍ଦମୂଳ ଖାଇପାରିବେ।

{}{}