Hindi News >>Home >>Odisha LifeStyle and Others

Egg Expiry Date: ଏତିକି ଦିନ ପରେ ନଷ୍ଟ ହୋଇଯାଏ ଅଣ୍ଡା, ଜାଣନ୍ତୁ ସତେଜ ଅଣ୍ତା ଚିହ୍ନିବାର ସହଜ ଉପାୟ

Egg Expiry Date: ବେଳେବେଳେ ଆମେ ଅଣ୍ତାକୁ ଦୀର୍ଘ ଦିନ ଯାଏଁ ରଖିଥାଉ ଓ ଏହା ପରେ ଏହାକୁ ଖାଇଥାଉ । ତେବେ ଏକ୍ସପାରି ଅଣ୍ତା ଖାଇବା ଦ୍ବାରା ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 13, 2023, 05:27 PM IST

Egg Expiry Date: ଯଦି ଆପଣ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ତାହାଲେ ଆପଣ ନିଶ୍ଚିତ ଭାବରେ ଅଣ୍ଡାର ସଂରକ୍ଷଣ, ସତେଜତା ଓ ଖରାପ ଅଣ୍ଡା ଖାଇବା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (Food Safety and Standards Authority of India) ଏଫଏସଏସଏଆଇ (FSSAI) ଅନୁଯାୟୀ, ଅଣ୍ଡା ଗଚ୍ଛିତ କରି ରଖିବାର ଦିନ ଠାରୁ ଏହାର ଅବଧି କମ ହୋଇଯାଏ। ଏହା ସହିତ ଖରାପ ଅଣ୍ଡା ଖାଇବା ଉପରେ ସଂକ୍ରମଣ ଓ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ରହିଥାଏ। ଅଣ୍ଡାର ସତେଜତା ଯାଞ୍ଚ କରିବା ପାଇଁ ଏଫଏସଏସଏଆଇ ଏକ ସହଜ ଉପାୟ ମଧ୍ୟ ଦେଇଛି। ଯାହା ସମସ୍ତେ ଜାଣିବା ଉଚିତ୍ ।

ଖରାପ ଅଣ୍ତା ଖାଇବା ଦ୍ବାରା ହୋଇଥାଏ ଏହି ସବୁ ରୋଗ

ଯଦି ଆପଣ ଖରାପ ଅଣ୍ତା ଖାଉଛନ୍ତି ତାହାଲେ ଆପଣଙ୍କ ସ୍ବାସ୍ଥ୍ୟ ୨ରୁ ୩ ଦିନ ଯାଏଁ ଖରାପ ହୋଇପାରେ । ତେବେ ଖରାପ ଅଣ୍ତା ଖାଇବା ଦ୍ବାରା ଶରୀରରେ ଏହି ସବୁ ଲକ୍ଷଣ ଦେଖା ଦେଇଥାଏ ।

୧- ପେଟରେ ଯନ୍ତ୍ରଣା

୨- ପେଟ ଯନ୍ତ୍ରଣା ସହିତ କଷ୍ଟ ଅନୁଭୂତ ହେବା

୩-କ୍ରମାଗତ ବାନ୍ତି

୪- ବାନ୍ତି ଓ ଝାଡ଼ା

୫-ଝାଡ଼ା ଓ ଉଚ୍ଚ ଜ୍ୱର

ଅଧିକ ପୁରୁଣା ଅଣ୍ଡା ତାହାର ପୁଷ୍ଟିକ ତତ୍ତ୍ବକୁ ହରାଇଥାଏ । ଏଥିରେ ବ୍ୟାକ୍ଟେରିଆ (Bacteria) ମାନେ କବଜ୍ଜା କରିବା ଆରମ୍ଭ କରିଥାଆନ୍ତି । ଯାହା ଶରୀର ଭିତରକୁ ଯାଇ ବିଷାକ୍ତ ଖାଦ୍ୟ ସଂକ୍ରମଣ କରିଥାଏ (Food Poisoning) । ସଠିକ୍ ଭାବେ ଷ୍ଟୋର କରାଯାଇଥିବା ଅଣ୍ଡା ସାଧାରଣତଃ ୩-୫ ସପ୍ତାହ ପର୍ଯ୍ୟନ୍ତ ସତେଜ ରହିଥାଏ । ୫ମ ସପ୍ତାହ ବେଳକୁ ଅଣ୍ଡାର ସତେଜତା କମିବା ଆରମ୍ଭ ହୋଇଥାଏ ।ଏଥିସହ ଅଣ୍ତାର ସ୍ୱାଦ ଓ ରଙ୍ଗରେ ମଧ୍ଯ ପରିବର୍ତ୍ତନ ଆସିଥାଏ ।

କେମିତି ଚିହ୍ନିବେ ଖରାପ ଅଣ୍ତା

ଯଦି ଅଣ୍ଡା ପାଣିରେ ବୁଡ଼ିଯାଏ, ତେବେ ଏହା ସତେଜ ଅଟେ । ଯଦି ଅଣ୍ଡା ଏକ ତଳ ଉପରେ ଛିଡ଼ା ହୁଏ, ତେବେ ଏହା କିଛି ସପ୍ତାହ ପୁରୁଣା ଅଟେ, କିନ୍ତୁ ଏହାକୁ ଆପଣ ଖାଇପାରିବେ।  ଯଦି ଅଣ୍ତାଟି ଉପରେ ଭାସିବା ଆରମ୍ଭ କରେ ତେବେ ଏହା ଖରାପ ଅଟେ । ଅଣ୍ଡାର ବୟସ ବଢିବା ସହିତ ଏହା ଭିତରେ ଥିବା କ୍ଷୁଦ୍ର ଜୀବ ଗୁଡ଼ିକ ବଡ଼ ହୋଇଯାଆନ୍ତି । କାରଣ ପାଣି ବାହାରିବା ପରେ ପବନ ଏହାର ସ୍ଥାନକୁ କବଜ୍ଜା କରିନେଇଥାଏ ।

ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (FSSAI) ଅନୁଯାୟୀ, ବିନା ଫ୍ରିଜରେ ଅଣ୍ଡାର ସେଲଫ୍ ଲାଇଫ୍ ୭ରୁ ୧୦ ଦିନ ହୋଇଥିବା ବେଳେ ଫ୍ରିଜରେ ଅଣ୍ଡା ପ୍ରାୟ ୩୦ରୁ ୪୫ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ । ସେହିପରି  ସଠିକ୍ ଫ୍ରିଜ୍ ହେଲେ ଅଣ୍ଡା ପ୍ରାୟ ୫ରୁ ୬ ସପ୍ତାହ ପର୍ଯ୍ୟନ୍ତ ସତେଜ ରହିପାରିଥାଏ ।  

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}