Hindi News >>Home >>Odisha LifeStyle and Others

Holi 2023:ନିଜକୁ ସ୍ବପ୍ନରେ ରଙ୍ଗ ଖୋଳିବାର ଦେଖୁଛନ୍ତି କି? ଜାଣି ରଖନ୍ତୁ ଏହା ପଛରେ କ’ଣ ରହିଥାଏ ସଂଙ୍କେତ

Holi 2023: ଜୀବନରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖି ଥାଆନ୍ତି। ଶୋଇବା ପରେ ଆମେ ବେଳେ ବେଳେ ଏମିତି ଏକ ଦୁନିଆରେ ପହଞ୍ଚି ଯାଉ, ଯାହାକୁ ସ୍ୱପ୍ନ ରାଇଜ ବୋଲି କୁହାଯାଏ। ତେବେ ଦିନ କୋଇଟା ପରେ ଆସୁଛି ରଙ୍ଗର ପର୍ବ ହୋଲି । ତେବେ ଯଦି ଆପଣ ଖେଳିବାର ସ୍ୱପ୍ନ ଦେଖୁଛନ୍ତି ତାହାଲେ ଜାଣି ରଖନ୍ତୁ ଏହାଦ୍ବାରା କ'ଣ ମିଳିଥାଏ ସଂଙ୍କେତ । 

Advertisement
Holi 2023:ନିଜକୁ ସ୍ବପ୍ନରେ ରଙ୍ଗ ଖୋଳିବାର ଦେଖୁଛନ୍ତି କି? ଜାଣି ରଖନ୍ତୁ ଏହା ପଛରେ କ’ଣ ରହିଥାଏ ସଂଙ୍କେତ
Stop
Payal Priyadarshini|Updated: Mar 02, 2023, 09:42 AM IST

Holi 2023: ଜୀବନରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖି ଥାଆନ୍ତି। ଶୋଇବା ପରେ ଆମେ ବେଳେ ବେଳେ ଏମିତି ଏକ ଦୁନିଆରେ ପହଞ୍ଚି ଯାଉ, ଯାହାକୁ ସ୍ୱପ୍ନ ରାଇଜ ବୋଲି କୁହାଯାଏ। ଏହି ସ୍ୱପ୍ନ ରାଇଜରେ କିଛି ଘଟଣା ଘଟିଥାଏ ଯାହା କି ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ହୋଇଥାଏ। କିଛି ସ୍ୱପ୍ନ ଆମ ନିଜ ଜୀବନର ଅବିଚ୍ଛେଦ ଅଙ୍ଗ ପାଲଟି ଯାଏ। କୁହାଯାଏ ଯେ, କିଛି ସ୍ୱପ୍ନ ଆମକୁ କୌଣସି ସଂକେତ କିମ୍ବା ଆଗକୁ ଆସୁଥିବା ବିପଦ ବିଷୟରେ ସୂଚାଇ ଦେଇଥାଏ। ତେବେ ଆସନ୍ତୁ ଜାଣିବା, ଫଗୁଣ ମାସରେ ରଙ୍ଗ କିମ୍ବା ହୋଲିର ସ୍ୱପ୍ନ ଆମକୁ କେଉଁ ସଙ୍କେତ ଦେଇଥାଏ। ହିନ୍ଦୁ ଧର୍ମ ଅନୁସାରେ, ପୁରାଣରେ ସ୍ୱପ୍ନ ଶାସ୍ତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ହୋଲି ସମ୍ପର୍କରେ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ ସେ ନେଇ ବର୍ଣ୍ଣନା କରାଯାଇଛି। ଏହି ଶାସ୍ତ୍ର ଅନୁସାରେ ଜୀବନରେ ଯଦି ଆପଣ ଅନ୍ୟ ମାନଙ୍କୁ ହୋଲି ଖେଳିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଶୁଭ ଖବର ମିଳିବାର ସଙ୍କେତ ଦେଇଖାଏ। କୁହାଯାଏ କି, ଏହିପରି ସ୍ୱପ୍ନ ଦେଖିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ଯଦି ଆପଣ ନିଜେ ହୋଲି ଖେଳୁଥିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହାକୁ ଅଶୁଭ ସଙ୍କେତ ବୋଲି ବିବେଚନା କରାଯାଇଛି।

ସେହିପରି ହୋଲି ସମୟରେ କୌଣସି ରଙ୍ଗକୁ ନେଇ ସ୍ୱପ୍ନ ଦେଖିବାର ମଧ୍ଯ ଅଲଗା ଅଲଗା ସଙ୍କେତ ରହିଛି। ହଳଦିଆ ରଙ୍ଗ ଖେଳୁଥିବାର ସ୍ୱପ୍ନ ଦେଖିଲେ ଏହା ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କିନ୍ତୁ ନାଲି କିମ୍ବା କଳା ରଙ୍ଗ ଖେଳୁଥିବାର ଦୃଶ୍ୟ ଜୀବନରେ ଅଶାନ୍ତି ଭରି ଦେଇଥାଏ। ଏହା ଭବିଷ୍ୟତ ପାଇଁ ସତର୍କ ହୋଇଯିବା ନେଇ ସୂଚାଇ ଦେଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ହୋଲିରେ ଗୋଲାପୀ ରଙ୍ଗକୁ ଶୁଭ ରଙ୍ଗ ବୋଲି ମାନନ୍ତି। ଗୋଲାପୀ ରଙ୍ଗରେ ଲୋକମାନେ ଖେଳୁଥିବାର ସ୍ୱପ୍ନ ଜୀବନରେ ଆନନ୍ଦ ଭରିଦିଏ। ଏହା ଆଗକୁ ଖୁସି ଖବର ଆସୁଥିବାର ସଙ୍କେତ ଅଟେ।  ପରିବାରରେ ଶାନ୍ତି ବଜାୟ ରହିବା ସହ ଏହି ରଙ୍ଗ ବାଧାବିଘ୍ନ ଦୂର କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Also Read- Holi 2023: ହୋଲିରେ ଚମକିବ ଏହି ଚାରି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ତେବେ ହୋଲି କେବଳ ରଙ୍ଗ ଖେଳିବାର ପର୍ବ ନୁହେଁ। ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ହୋଲିରେ ଭଗବାନଙ୍କ ଆରାଧନା ସହ ପର୍ବ ପାଳନ କରାଯିବାର ପରମ୍ପରା ରହିଛି। ଶାସ୍ତ୍ର ଅନୁସାରେ କେଉଁ ଦେବତାଙ୍କୁ କେଉଁ ରଙ୍ଗରେ ପୂଜା କଲେ ପୁଣ୍ୟ ମିଳିଥାଏ ସେ ସମ୍ପର୍କରେ ମଧ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀ ଗଣେଶଙ୍କୁ ସିନ୍ଦୁର ଓ ନାରଙ୍ଗୀ ରଙ୍ଗ ଦେଇ ପୂଜାର୍ଚ୍ଚନା କଲେ ପୁଣ୍ୟ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗ ଦେଇ ଆରାଧନା କରିବା ନେଇ କୁହାଯାଇଛି। ଏହି ଦିନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ଭୋଗ ଯଥା ଲଡୁ଼ କିମ୍ବା ଏହି ରଙ୍ଗର ଫଳ ଅର୍ପଣ କରିବା ଉଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣିନା କରାଯାଇଛି । 

Disclaimer: ପ୍ରଦତ୍ତ ତଥ୍ୟ ଉପରେ ZEE ODISHA NEWS ବିଶ୍ୱାସ କରେନାହିଁ।  ଏହା କେବଳ ଲୋକବିଶ୍ୱାସ ଉପରେ ଆଧାରିତ।

Read More
{}{}