Hindi News >>Home >>Odisha LifeStyle and Others

Heart Attack Risk: Gymରେ କାହିଁକି ଅଧିକ ହୃଦଘାତ ଜନିତ ମୃତ୍ୟୁ ହୁଏ? ଜାଣନ୍ତୁ, କାରଣ ଓ ନିରାକରଣ

American Heart Association ଅନୁସାରେ ଆମେରିକାରେ ପ୍ରତିବର୍ଷ ସାଢେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମେଡିକାଲ ବାହାରେ ହୃଦଘାତର ଶିକାର ହୋଇଥାନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବ୍ୟାୟାମ କରିବା ବେଳେ ହୃଦଘାତ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ, ପାରମ୍ପାରୀକ ବ୍ୟାୟମ ସୁବିଧା ଥିବା ସ୍ଥାନରେ ହୃଦଘାତରେ ଆକ୍ରାନ୍ତଙ୍କ ବଞ୍ଚିବା ହାର ୫୬ ପ୍ରତିଶତ। 

Advertisement
ପ୍ରତିକାତ୍ମକ ଫଟୋ
Stop
Shankarshan Bagh|Updated: Aug 15, 2022, 10:10 PM IST

Heart Attack Risk: ସୁସ୍ଥ ରହିବାକୁ ଲୋକେ ବ୍ୟାୟାମ କରନ୍ତି। କିନ୍ତୁ ଏହି ବ୍ୟାୟାମ ଆପଣଙ୍କୁ ଅସୁବିଧାରେ ପକାଇପାରେ କିମ୍ବା ଜୀବନ ମଧ୍ୟ ନେଇପାରେ। ଏହି କଥାଟି ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ କଥାଟି ସତ। ଯାହାର ଏହ ଜୀବନ୍ତ ଉଦାହରଣ ବଲିଉଡ ଅଭିନେତା ରାଜୁ ଶ୍ରୀବାସ୍ତବ। ତେବେ ଆସନ୍ତୁ ଜାଣିବା, ଜିମ୍ ବା ବ୍ୟାୟମାଳୟରେ କାହିଁକି ଅଧିକ ହୃଦଘାତ ହୋଇଥାଏ? ହୃଦଘାତରୁ ବଞ୍ଚିବା ପାଇଁ କଣ ସବୁ ନିରାକରଣ ଉପାୟ ରହିଛି?

American Heart Association ଅନୁସାରେ ଆମେରିକାରେ ପ୍ରତିବର୍ଷ ସାଢେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମେଡିକାଲ ବାହାରେ ହୃଦଘାତର ଶିକାର ହୋଇଥାନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବ୍ୟାୟାମ କରିବା ବେଳେ ହୃଦଘାତ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ, ପାରମ୍ପାରୀକ ବ୍ୟାୟାମ ସୁବିଧା ଥିବା ସ୍ଥାନରେ ହୃଦଘାତରେ ଆକ୍ରାନ୍ତଙ୍କ ବଞ୍ଚିବା ହାର ୫୬ ପ୍ରତିଶତ। ଏହି ହାର ଅଣ-ପାରମ୍ପାରୀକ ସୁବିଧା ଥିବା ସ୍ଥାନ ଯେପରି କମ୍ୟୁନିଟି ସେଣ୍ଟର, ଚର୍ଚ୍ଚ ଜିମ୍ ଓ ଡ୍ୟାନ୍ସ ଷ୍ଟୁଡିଓ ଇତ୍ୟାଦିରେ ୪୫ ପ୍ରତିଶତ ଓ ସର୍ବସାଧାରଣ ସ୍ଥାନରେ ୩୪ ପ୍ରତିଶତ ରହିଛି।

Also Read: ଅତ୍ୟଧିକ ମାତ୍ରାରେ ଗ୍ରୀନ ଟି ପିଇବା ବିପଦଜ୍ନନକ, ସାବଧାନ ହୋଇଯାଆନ୍ତୁ ଜାଣନ୍ତୁ କଣ ରହିଛି କ୍ଷତି

ନିକଟରେ ସୁପରଷ୍ଟାର ପୁନିତ ରାଜକୁମାର, କେକେ, ସିଦ୍ଧାର୍ଥ ସୁକ୍ଲା ଭଳି ସେଲିବ୍ରିଟି ହୃଦଘାତରେ ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ଜିମରେ ଅନେକ ସମୟ ବିତାଉଥିଲେ। ଏଭଳି ସ୍ଥିତିରେ ଆପଣ ଭାବୁଥିବେ ଜିମ୍ କଲେ ତ ମଣିଷ ସୁସ୍ଥ ରୁହେ, ତେବେ! ପୂର୍ବେ ଯୁବାବସ୍ଥାରେ ଦୃଦଘାତର ବିରଳ ମାମଲା ଆସୁଥିଲା। କିନ୍ତୁ ବର୍ତ୍ତମାନ ଏହା ସାମାନ୍ୟ ମାମଲା ପାଲଟିଯାଇଛି। ଆପଣଙ୍କ ଜୀବନ ଶୈଳୀ ଓ ବ୍ୟାୟାମ ପଦ୍ଧତି ଉପରେ ହୃଦଘାତ ନିର୍ଭର କରେ। କଠିନ ୱାର୍କ ଆଉଟ କରୁଥିବା ବ୍ୟକ୍ତିଙ୍କୁ ହୃଦଘାତ ହେବା ଆଶଙ୍କା ଅଧିକ। କାରଣ ସମସ୍ତଙ୍କ ଶରୀରର ଗଠନ ଅଲଗା ଅଲଗା। ଭୁଲ ପଦ୍ଧିତି ଆପଣାଇବା ଫଳରେ ଶରୀର ଉପରେ ୱାର୍କ ଆଉଟର ନେଗେଟିଭ୍ ପ୍ରତିକ୍ରିୟା ପଡିଥାଏ।

ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ସାମାନ୍ୟ ଲେବଲର ୱାର୍କ ଆଉଟ କରିବା ସ୍ୱାସ୍ଥ୍ୟପ୍ରତି ହିତକର। କିନ୍ତୁ କିଛି ଅମାନିଆ, ଇନଷ୍ଟ୍ରକଟରଙ୍କ କଥାକୁ କର୍ଣ୍ଣପାତ କରନ୍ତି ନାହିଁ। ଆଉ ଯେଉଁମାନେ ବିନା ଇନଷ୍ଟ୍ରକଟରରେ ତୃଟିପୂର୍ଣ୍ଣ ବ୍ୟାୟାମ କରନ୍ତି ସେମାନଙ୍କ ଜୀବନ ବିପଦରେ ପଡିଥାଏ। ତେବେ ହାର୍ଟଆଟାକା ବା ହୃଦଘାତରୁ ଦୂରେଇ ରହିବାକୁ କେତେକ ପରାମର୍ଶ ମାନିବାକୁ ପଡିବ।

Also Read: ଗଣମାଧ୍ୟମର ଛାଟ ପରେ Dominosର ଚେତା ଫେରିଲା!

  • ଟ୍ରେଡ ମିଲ୍ କିମ୍ବା ଅନ୍ୟ କୌଣସି କାର୍ଡିଓ ବ୍ୟାୟମରେ ୧୦ ମିନିଟରୁ ଅଧିକ ସମୟ ବିତାନ୍ତୁ ନାହିଁ।
  • ପ୍ରତି ବର୍ଗର ବ୍ୟାୟାମ ପରେ ୨ରୁ ୫ ମିନିଟ ବିଶ୍ରାମ ନିଅନ୍ତୁ।
  • ଡାକ୍ତର କିମ୍ବା ଟ୍ରେନରଙ୍କ ପରାମର୍ଶ ଅନୁସାରେ ବ୍ୟାୟାମ କରନ୍ତୁ।
  • ଆବଶ୍ୟକତାଠୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ।
  • ଛାତିର ବାମ ପାର୍ଶ୍ୱରେ ଯଦି କୌଣସି ପ୍ରକାରର ପୀଡା ଅନୁଭବ କରନ୍ତି, ତେବେ ତତକ୍ଷଣାତ୍ ବ୍ୟାୟାମ ରୋକି ଦିଅନ୍ତୁ।
Read More
{}{}