Hindi News >>Home >>Odisha LifeStyle and Others

World Mental Health Day 2023: କାହିଁକି ପାଳିତ ହୁଏ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ

World Mental Health Day: ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ତେବେ ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ଏହି ଦିନଟିକୁ ପାଳନ କରାଯାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 10, 2023, 08:37 AM IST

World Mental Health Day 2023: ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଏ। ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ତେବେ ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ଏହି ଦିନଟିକୁ ପାଳନ କରାଯାଏ। ଚଳିତ ବର୍ଷ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ର ଥିମ ରହିଛି 'ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର' (Mental health is a universal human right)।

ବର୍ତ୍ତମାନ ଯୁବପୀଢିଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବୟସ ବର୍ଗର ଲୋକେ ମାନସିକ ଚାପର ଶିକାର ହେଉଛନ୍ତି । ଯାହାଦ୍ବାରା ଅନେକ ରୋଗ ଅକାରଣରେ ମାଡି ବସୁଛି । କିନ୍ତୁ ଏତେ ସବୁ ପରେ ବି ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଆଦୌ ସଚେତନ ନୁହନ୍ତି। ବ୍ୟସ୍ତ ବହୁଳତା ଜୀବନଶୈଳୀ ସହ ବିଭିନ୍ନ ସମସ୍ୟା କାରଣରୁ ବହୁ ଲୋକେ ଚିନ୍ତାଗ୍ରସ୍ତ ରହିଥାଆନ୍ତି । ଫଳରେ ମାନସିକ ରୋଗର ଉତ୍ପତ୍ତି ହୋଇଥାଏ। ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜିର ଦିନକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ (World Mental Health Day 2023) ପାଳନ କରାଯାଏ।

କେବେଠାରୁ ଆରମ୍ଭ ହୋଇଥିଲା ପାଳନ

୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ ହଣ୍ଟ ଓ ଓ୍ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍‌ ମେଣ୍ଟାଲ ହେଲ୍‌ଥର (World Federation for Mental Health)  ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥିଲା। ତେବେ ୧୯୯୪ ମସିହାରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।

ଚଳିତ ବର୍ଷର ଥିମ୍

ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍ ସହ ଏହି ଦିନକୁ ପାଳନ କରାଯାଏ । ଏହି ଥିମ୍ କୁ ଆଧାର କରି ବିଭିନ୍ନ ପ୍ରୋଗ୍ରାମ, ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ବର୍ଷସାରା ୱାର୍ଲ୍ଡ ଫେଡେରେସନ୍ ଫର ମାନସିକ ହେଲଥ ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟ ଏହି ଥିମ୍ ଉପରେ ଆଧାରିତ ହୋଇଥାଏ । ତେବେ ଚଳିତ ବର୍ଷ ଏହାର ଥିମ୍ ରହିଛି - ରହିଛି 'ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର' (Mental health is a universal human right)।

ଚାପମୁକ୍ତ ରହିବା ନେଇ ଟିପ୍ସ

  • ଖାଲି ସମୟରେ, ମନ ଭଲ ଲାଗୁନଥିଲେ ବା ବୋର ହେଉଥିଲେ ଭଲ ବହି ପଢ଼ିବା ସହ ଲେଖାଲେଖି ନେଇ ଅଭ୍ୟାସ କରନ୍ତୁ।
  • ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରିଥାଏ, ତେଣୁ ପ୍ରତିଦିନ ମ୍ୟୁଜିକ୍‌ ଶୁଣନ୍ତୁ ।
  • ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଦିନସାରାରେ ପ୍ରଚୁର ପାଣି ପିଅନ୍ତୁ।
  • ଧ୍ୟାନ, ଯୋଗ ଓ ପ୍ରାଣାୟମ ଦ୍ବାରା ଚାପ ହ୍ରାସ ହୋଇଥାଏ।
  • ଫଳ, ପନିପରିବା, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ହୋଇଥାଏ ।
  • ଗୁରୁତ୍ବପୂର୍ଣ୍ଣ କଥା, ୨ ସପ୍ତାହାରୁ ଅଧିକ ସମୟ ଧରି ଚିନ୍ତାଗ୍ରସ୍ତ ରହିଲେ ବା ଏକୁଟିଆ ଅନୁଭବ କଲେ, ଏ ନେଇ ପରିବାର, ସାଙ୍ଗସାଥୀଙ୍କ ସହ ମନଖୋଲି କଥା ହୁଅନ୍ତୁ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

 

Read More
{}{}