Hindi News >>Home >>Odisha LifeStyle and Others

Health Tips: ଏହିସବୁ ଖାଦ୍ୟ ଖାଉଥିଲେ ସାବଧାନ, ନଷ୍ଟ ହୋଇପାରେ ଆପଣଙ୍କ ଅନ୍ତନଳୀ!

Health Tips: ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ। ଏହି ଖାଦ୍ୟ ଅନ୍ତଃନଳୀକୁ ଯାଇ ସେଠାରେ ହଜମ ହୋଇଥାଏ। ଅନ୍ତଃନଳୀକୁ ସୁସ୍ଥ ରଖିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର । ନହେଲେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 13, 2023, 01:04 PM IST

Health Tips: ଗାଡି଼ ଚାଲିବା ପାଇଁ ଯେପରି ଇନ୍ଧନର ଆବଶ୍ୟକତା ପଡ଼ିଥାଏ । ସେହିପରି ଶକ୍ତି ପାଇଁ ମଣିଷକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ। ଏହି ଖାଦ୍ୟ ଅନ୍ତଃନଳୀକୁ ଯାଇ ସେଠାରେ ହଜମ ହୋଇଥାଏ। ଅନ୍ତଃନଳୀକୁ ସୁସ୍ଥ ରଖିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର । ନହେଲେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ।

ପ୍ରକ୍ରିୟାକୃତ ବା ରେଡିମେଡ଼ ଖାଦ୍ୟ

ପ୍ରକ୍ରିୟାକୃତ ଖାଦ୍ୟ ଗୁଡିକରେ ବିଭିନ୍ନ ପ୍ରକାରର ରସାୟନ ବ୍ୟବହାର କରାଯାଇଥାଏ। ଏଥିରେ ସୋଡି଼ୟମ୍, ଫ୍ୟାଟ ଓ ଅନ୍ୟାନ୍ୟ କ୍ଷତିକାରକ କେମିକାଲ୍ସ ମିଶିଥାଏ। ଏହାକୁ ଖାଇବା ଦ୍ବାରା ଅନ୍ତଃନଳୀର କାର୍ଯ୍ୟ କ୍ଷମତା ହ୍ରାସ ହୋଇଥାଏ।

ଅଧିକ ତୈଳଯୁକ୍ତ ଖାଦ୍ୟ

ଅଧିକ ତେଲଯୁକ୍ତ ଖାଦ୍ୟ ଶରୀର ପାଇଁ ଠିକ୍ କ୍ଷତିକାରକ ହୋଇଥାଏ । ଏଥିପାଇଁ ତେଲରେ ଛଣା ଯାଇଥିବା ଖାଦ୍ୟ କମ୍ ଖାଇବା ଉଚିତ୍। ଅଧିକ ପରିମାଣର ଏହି ଖାଦ୍ୟ ଖାଇବା ଦ୍ବାରା ଚର୍ବି ଓ କାର୍ବୋହାଡଡ୍ରେଟ ପରିମାଣ ବଢିଥାଏ । ଯାହା ଅନ୍ତଃନଳୀ ଉପରେ ପ୍ରଭାବ ପକାଇଥାଏ।

ଶର୍କରାଯୁକ୍ତ ଖାଦ୍ୟ

ଚିପ୍ସ, ପାସ୍ତା, କେକ୍‌ ଓ କର୍ଣ୍ଣଫ୍ଲେକ୍ସ ଆଦି ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ। ଅତ୍ୟଧିକ ମାତ୍ରାରେ ଏହିସବୁ ଖାଦ୍ୟ ଖାଇବା ଦ୍ବାରା ଗ୍ୟାଷ୍ଟିକ୍ ସମସ୍ୟା ଦେଖାଦେଇଥାଏ । ଫଳରେ ଅନ୍ତଃନଳୀରେ ଜଳାପୋଡା ସମସ୍ୟା ଦେଖାଦେଇଥାଏ । ଯେତେ ସମ୍ଭବ ଏହି ଖାଦ୍ୟ କମ୍ ଖାଇବା ଉଚିତ୍ ।

ଫାଷ୍ଟଫୁଡ଼

ବଜାରରେ ମିଳୁଥିବା ଫାଷ୍ଟଫୁଡ଼ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଶରୀରରେ ଫ୍ୟାଟ୍ ବଢାଇବା ସହ ପେଟକୁ କ୍ଷତି ପହଞ୍ଚାଇଥାଏ। ଏହି ଖାଦ୍ୟ ଅନ୍ତଃନଳୀ ଉପରେ ପ୍ରଭାବ ପକାଇଥାଏ । ଫଳରେ ଖାଦ୍ୟ ଭଲରେ ହଜମ ହୋଇନଥାଏ ।

ମୃଦୁ ପାନୀୟ

ବଜାରରେ ସୁଲଭ ଦରରେ ମିଳୁଥିବା ମୃଦୁ ପାନୀୟ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ଅଟେ। ସୋଡିଯୁକ୍ତ ପାନୀୟ, ପ୍ୟାକେଜ୍ଡ ଜୁସ ଆଦିରେ ପ୍ରଚୁର ପରିମାଣରେ ଶର୍କରା ରହିଥାଏ। ଏହା ଆନ୍ତଃନଳୀରେ ଅମ୍ଳତ୍ତ୍ୱ ବୃଦ୍ଧି କରିଥାଏ। ଏହା ଦ୍ୱାରା ପେଟ ଖରାପ ହେବା ସହ ଏସିଡି଼ଟି ଲାଗି ରହିଥାଏ।

( Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ। ) 

 
 

 

 

 

Read More
{}{}