Hindi News >>Home >>Odisha LifeStyle and Others

Health Tips: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ରାମବାଣ ଏହି ୬ଟି ସୁପରଫୁଡ଼, ଆପଣଙ୍କ ଡାଏଟରେ କରନ୍ତୁ ସାମିଲ

Superfoods For Men:  ଆଜିକା ଦିନରେ ମହିଳା ମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ଯୌନ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଅଧିକାଂଶ ଲୋକଙ୍କ ବୈବାହିକ ଜୀବନ ମଧ୍ୟ ଭାଙ୍ଗି ଯାଉଥିବା ବେଳେ ଆଉ କେତେକଙ୍କ ସାଥୀ ବା ସ୍ତ୍ରୀ ଯୌନ ସୁଖ ବା ବୈବାହିକ ସୁଖ ନ ପାଇବା କାରଣରୁ ନିଜ ସ୍ବାମୀ ବା ସାଥୀଙ୍କୁ ଛାଡି ଅନ୍ୟତ୍ର ଚାଲି ଯାଆନ୍ତି । ଏପରିକି ଯାହାକୁ ନେଇ ଆଜିକା ଦିନରେ ଅବସାଦରେ ରୁହୁଛନ୍ତି ପୁରୁଷମାନେ । କିଛି ପୁଷ୍ଟିକର ଖାଦ୍ୟ ରହିଛି । ଯାହା ସେମାନଙ୍କ ଯୌନ ସ୍ବାସ୍ଥ୍ୟକୁ (Energy) ସୁଦୃଢ କରିବା ସହ ଶାରୀରିକ ସମ୍ପର୍କ ଗଢିବା ବେଳେ ଶକ୍ତି ମଧ୍ୟ ଦେଇଥାଏ। ଯାହା ସେମାନଙ୍କ ପାର୍ଟନରଙ୍କୁ ଖୁସି କରାଇଥାଏ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 31, 2023, 11:15 AM IST

Superfoods For Men: ଆଜିର ବ୍ୟସ୍ତ ବହୁଳ ଜୀବନରେ ସ୍ବାସ୍ଥ୍ୟକୁ ନେଇ କେହିବି ସଚେତନ ନୁହଁନ୍ତି । ଖାସ୍ କରି, ଆଜିକା ଦିନରେ ମହିଳା ମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ଯୌନ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଅଧିକାଂଶ ଲୋକଙ୍କ ବୈବାହିକ ଜୀବନ ମଧ୍ୟ ଭାଙ୍ଗି ଯାଉଥିବା ବେଳେ ଆଉ କେତେକଙ୍କ ସାଥୀ ବା ସ୍ତ୍ରୀ  ଯୌନ ସୁଖ ବା ବୈବାହିକ ସୁଖ ନ ପାଇବା କାରଣରୁ ନିଜ ସ୍ବାମୀ ବା ସାଥୀଙ୍କୁ ଛାଡି ଅନ୍ୟତ୍ର ଚାଲି ଯାଆନ୍ତି । ଏପରିକି ଯାହାକୁ ନେଇ ଆଜିକା ଦିନରେ ଅବସାଦରେ ରୁହୁଛନ୍ତି ପୁରୁଷମାନେ ।  କିଛି ପୁଷ୍ଟିକର ଖାଦ୍ୟ ରହିଛି । ଯାହା ସେମାନଙ୍କ ଯୌନ ସ୍ବାସ୍ଥ୍ୟକୁ  (Energy) ସୁଦୃଢ କରିବା ସହ ଶାରୀରିକ ସମ୍ପର୍କ ଗଢିବା ବେଳେ ଶକ୍ତି ମଧ୍ୟ ଦେଇଥାଏ। ଯାହା ସେମାନଙ୍କ ପାର୍ଟନରଙ୍କୁ ଖୁସି କରାଇଥାଏ। କେବଳ ଏତିକି ନୁହେଁ, ଏହି ଖାଦ୍ୟ ଗୁଡ଼ିକୁ ଖାଇବା (Healthy Foods) ଦ୍ୱାରା ପୁରୁଷମାନଙ୍କର ଶାରୀରିକ ଦୁର୍ବଳତାକୁ ଦୂର ହେବା ସହିତ ସେକ୍ସ ଡ୍ରାଇଭ (Sex Drive) ମଧ୍ୟ ବୃଦ୍ଧି ପାଇଥାଏ । ତେବେ, ଆସନ୍ତୁ ସେହି ଖାଦ୍ୟ ବିଷୟରେ ଆମେ ଆଲୋଚନା କରିବା (Superfoods For Men)...

Also Read: Flight Service: ଆଜିଠୁ କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା, ଏତିକି ରହିଛି ଟିକେଟ୍ ଦାମ୍

ଏହି ସବୁ ସୁପର ଫୁଡ୍ ପୁରୁଷଙ୍କ ଠାରେ ଘୋଡ଼ା ପରି ଶକ୍ତି ଯୋଗାଇ ଥାଏ :

ପାଳଙ୍ଗ ଶାଗ:  ଯୌନ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ପୁରୁଷମାନେ ସବୁଜ ପନିପରିବା ଖାଇବା ଦରକାର । ପାଳଙ୍ଗ ଶାଗ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଅଟେ । ଏହି ଖାଦ୍ୟ ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବରେ କରିବାରେ ସହାୟକ ହୁଏ। ଯାହା ପୁରୁଷମାନଙ୍କୁ ଯୌନ କ୍ଷମତାକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ । ପାଳଙ୍ଗକୁ ଆପଣ ଜୁସ୍ କରିକି ମଧ୍ୟ ପିଇପାରିବେ। ଏହା ସହ ପ୍ରୋଟିନ୍ ସେକ୍ ମଧ୍ୟ ଆପଣଙ୍କ ଯୌନ ସ୍ବାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହେବା ସହ ପାର୍ଟନରଙ୍କୁ ଖୁସି ମଧ୍ୟ ଆପଣ କରିପାରିବେ। ଏହା ସହ ଆପଣ ପ୍ରଚୁର ପରିମାଣରେ ସାଲାଡ୍ ମଧ୍ୟ ଖାଇପାରିବେ। ଯାହା ଆପଣଙ୍କୁ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରେ।  

ଆଲମଣ୍ତ : ପୁରୁଷମାନେ ପ୍ରତିଦିନ ଆଲମଣ୍ତ  ଖାଇବା ଉଚିତ୍ । କାହିଁକିନା  ଆଲମଣ୍ତ ରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ। ପୁରୁଷମାନଙ୍କ ଶରୀରରେ ମ୍ୟାଗ୍ନେସିୟମର ଅଭାବ ହେଲେ ସେମାନଙ୍କର ଯୌନ ଶକ୍ତି କମ୍ ହେବାରେ ଲାଗିଥାଏ। ଶାରୀରିକ ସମ୍ପର୍କ ରଖିବା ସମୟରେ ସେମାନେ ଦୁର୍ବଳ ଅନୁଭବ କରନ୍ତି । ମ୍ୟାଗ୍ନେସିୟମ୍ ସାଧାରଣ ମାଂସପେଶୀ ଏବଂ ସ୍ନାୟୁ କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ଆଲମଣ୍ତ ଶରୀରକୁ ଶକ୍ତି ମଧ୍ୟ ଯୋଗାଇବାରେ ସାହାର୍ଯ୍ୟ କରେ। ବାଦାମ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୁଏ । ଆଲମଣ୍ତ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ରାମବାଣ ପରି କାର୍ଯ୍ୟ କରେ। 

ଦହି:  ଦହିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ। ଯାହା ହାଡକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ପୁରୁଷ ଭାବନ୍ତି ଯେ, କେବଳ ମହିଳାଙ୍କ କ୍ୟାଲସିୟମ୍ ଅଭାବକୁ ଦୂର କରିଥାଏ,କିନ୍ତୁ ନା । ପୁରୁଷମାନଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ (osteoporosis) ହେବାର ଆଶଙ୍କା ଥାଏ । ସେଥିପାଇଁ ପୁରୁଷମାନେ ପ୍ରତିଦିନ ଦହି ଖାଇବା ଉଚିତ୍ । ଦହିରେ ଚିନି ବଦଳରେ କିଛି କଟା ଫଳ ଖାଆନ୍ତୁ । ଯାହା ଆପଣଙ୍କ ଯୌନ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହେବ।  ଏହା ସହିତ ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିବ ।

ଟମାଟୋ : ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ଟମାଟୋ ହେଉଛି ଏକ ପ୍ରକାର ବରଦାନ କହିଲେ ଅତ୍ୟକ୍ତି ହେବ ନାହିଁ। ଟମାଟୋରେ ଲାଇକୋପିନ୍ ଅଧିକ ପରିମାଣରେ ମିଳିଥାଏ । ଟମାଟୋ ହେଉଛି ଲାଇକୋପିନ୍ ର ମୁଖ୍ୟ ଉତ୍ସ | ଲାଇକୋପିନ୍ ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା ପୁରୁଷମାନଙ୍କୁ ପ୍ରୋଷ୍ଟେଟ୍ କର୍କଟରୁ(Prostate cancer)ରକ୍ଷା କରିଥାଏ । ବୟସ ବଢିଲେ ପୁରୁଷଙ୍କଠାରେ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏଥିପାଇଁ ପୁରୁଷମାନେ ପ୍ରତିଦିନ ଟମୋଟୋ ନିଜ ଡାଏଟରେ ସାମିଲ କରିବା ଉଚିତ୍ । କେବେଳ ସେତିକୁ ନୁହେଁ, ଟମାଟୋ ଖାଇବା ଦ୍ୱାରା ଯୌନ ସ୍ବାସ୍ଥ୍ୟ ପାଇଁ ଶକ୍ତି ମଧ୍ୟ ମିଳିଥାଏ। 

ଆଳୁ : କମ୍ କାର୍ବଡାଏଟ୍ ହେତୁ ଅଧିକାଂଶ ପୁରୁଷ ଆଳୁ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଯେଉଁ କାରଣରୁ ସେମାନଙ୍କ ଶରୀରର ଶକ୍ତି ଶୀଘ୍ର କମିବାରେ  ଲାଗିଥାଏ। ଆଳୁରେ ଦହି ଅପେକ୍ଷା ଅଧିକ ପୋଟାସିୟମ ଥାଏ ।  ଏଥିରେ କିଛି ପରିମାଣର ଭିଟାମିନ୍ ସି ଏବଂ ଫାଇବର ମଧ୍ୟ ରହିଥାଏ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଆଳୁରେ ମିଳୁଥିବା କାର୍ବୋହାଇଡ୍ରେଟ୍  ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଶକ୍ତି ଯୋଗାଇଥାଏ ।

ତରଭୁଜ  : ପୁରୁଷଙ୍କର ସୁପରଫୁଡ଼ର କଥା ଆସିଲେ ତରଭୁଜ କଥା ସମସ୍ତ କୁହନ୍ତି। ତରଭୁଜରେ ଅଧିକ ପରିମାଣର ଲାଇକୋପିନ୍ ଥାଏ।  ଯାହା ପୁରୁଷମାନଙ୍କୁ ପ୍ରୋଷ୍ଟେଟ କର୍କଟରୁ ରକ୍ଷା କରିଥାଏ ।  ଗ୍ରୀଷ୍ମରେ ଏହାକୁ ଖାଇଲେ ଶରୀରରକୁ ଅନେକ ଫାଇଦା ମିଳେ। ଏହା ଶରୀରରେ ଜଳର ଅଭାବକୁ ମଧ୍ୟ ପୂରଣ କରିଥାଏ । ତରଭୁଜ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ତରଭୁଜରେ ମିଳୁଥିବା ସାଇଟ୍ରଲାଇନ୍ ରକ୍ତବାହୀକୁ ସୁସ୍ଥ ରଖେ, ଯାହା ଇରେକ୍ଟାଇଲ୍ ଡିସଫଙ୍କସନ୍ର ସମସ୍ୟାକୁ ହ୍ରାସ କରିଥାଏ ଏବଂ ସେକ୍ସ ଡ୍ରାଇଭକୁ (Sex Drive) ବଢାଇବାରେ ସାହାର୍ଯ୍ୟ କରେ ବୋଲି ବିଶେଷଜ୍ଞ ମାନେ ମତ ସାବ୍ୟସ୍ତ କରିଛନ୍ତି ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

Read More
{}{}