Hindi News >>Home >>Odisha LifeStyle and Others

Summer Healthy Drinks: ଖରାଦିନେ ଆପଣଙ୍କୁ ଫିଟ୍ ରଖିବ ଏହି ସବୁ ହେଲଦି ଡ୍ରିଙ୍କସ୍

Summer Healthy Drinks: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଖରାଦିନ ସମସ୍ତ ପାଣି କିମ୍ବା ହେଲଦି ଡ୍ରିଙ୍କସ୍ ଖୋଜନ୍ତି। ଯାହା ଶରୀରକୁ ଦିନ ସାରା ହାଇଡ୍ରଡ୍ ରଖିବାରେ ସାହାର୍ଯ୍ୟ କରିବ। କେବଳ ସେତିକି ନୁହେଁ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରେ। ଖରାଦିନେ ନିଜକୁ ହେଲଦି ଆଉ ଫିଟ୍ ରଖିବା ପାଇଁ ଏହି ସବୁ ଡ୍ରିଙ୍କସ୍ ଆପଣଙ୍କୁ ସାହାର୍ଯ୍ୟ କରିବ....

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
Stop
Zee Odisha Desk|Updated: Apr 08, 2024, 03:26 PM IST

Summer Healthy Drinks: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଖରାଦିନ ସମସ୍ତ ପାଣି କିମ୍ବା ହେଲଦି ଡ୍ରିଙ୍କସ୍ ଖୋଜନ୍ତି। ଯାହା ଶରୀରକୁ ଦିନ ସାରା ହାଇଡ୍ରଡ୍ ରଖିବାରେ ସାହାର୍ଯ୍ୟ କରିବ। କେବଳ ସେତିକି ନୁହେଁ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରେ। ଖରାଦିନେ ନିଜକୁ ହେଲଦି ଆଉ ଫିଟ୍ ରଖିବା ପାଇଁ ଏହି ସବୁ ଡ୍ରିଙ୍କସ୍ ଆପଣଙ୍କୁ ସାହାର୍ଯ୍ୟ କରିବ....

ଆମ୍ବ ପଣା ବା ଜୁସ୍ :
କଞ୍ଚା ଆମ୍ବ ଶରୀର ପାଇଁ ଖୁବ୍ ଲାଭଦାୟକ। ଏହାକୁ ଆପଣ ଖରାଦିନେ ଗ୍ରାଣ୍ତିଂ କରି ପଣା ଭାବରେ ପିଇ ପାରିବେ। ଏହାକୁ ପ୍ରତିଦିନ ପିଇଲେ ହଜମ ପ୍ରକ୍ରିୟାରେ ଉନ୍ନତି ଆସେ। କେବଳ ଏତିକି ନୁହେଁ, ଶରୀରରେ କୋଲେଷ୍ଟ୍ରୋଲ୍ ସନ୍ତୁଳନରେ ରୁହେ। ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସାହାର୍ଯ୍ୟ କରେ। 

ସତ୍ତୁ ଡ୍ରିଙ୍କସ୍ :
ସତ୍ତୁ ଏକ ପୃଷ୍ଟିକର ଖାଦ୍ୟ । ସତ୍ତୁରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି । ଏହାର ନିୟମିତ ସେବନ ଶରୀରକୁ ଶକ୍ତି ଯୋଗାଏ । ଏହା ଶରୀରର ବୃଦ୍ଧି ତାପମାତ୍ରାକୁ ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ସତ୍ତୁରେ ଫାଇବର ଥିବାରୁ ଏହା ହଜମକୁ ସହଡ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି ସତ୍ତୁରୁ ଆପଣ ଏକ ପ୍ରକାର ପାନୀୟ ବା ସତ୍ତୁ ଡ୍ରିଙ୍କସ୍ ପ୍ରସ୍ତୁତ କରିପାରିବେ । ଏହି ପାନୀୟ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏହି ସତ୍ତୁ ପାନୀୟରେ କ୍ୟାଲୋରୀ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ। ଏହା ମେଟାବୋଲିଜିମ୍ ଏବଂ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ମାଂସପେଶୀ ନିର୍ମାଣ ସହିତ ସତ୍ତୁ ଖାଇବା ଦ୍ୱାରା ପେଟ ସଫା ମଧ୍ୟ ହୋଇଯାଏ।  ସତ୍ତୁ ପାନୀୟକୁ ନିୟମିତ ଭାବରେ ମଧୁମେହ ରୋଗୀମାନେ ପ୍ରୋଟିନ୍ ଆକାରରେ ମଧ୍ୟ ଗ୍ରହଣ କରିପାରିବେ।

କିପରି ପ୍ରସ୍ତୁତ କରିବେ ସତ୍ତୁ ଡ୍ରିଙ୍କସ୍ ?
ପ୍ରଥମେ ପ୍ୟାନଟିକୁ ଚୁଲା ଉପରେ ବସାନ୍ତୁ । ପ୍ୟାନଟି ଗରମ ହେବା ପରେ ସେଥିରେ ୫୦୦ ଗ୍ରାମ ଚଣା ପକାଇ ଭାଜନ୍ତୁ । ଚଣା ଭାଜି ହୋଇଗଲା ପରେ ଚୁଲାରୁ ପ୍ୟାନଟିକୁ ବାହାର କରି ଦିଅନ୍ତୁ । ଏବଂ ଭଜା ଚଣା ଥଣ୍ତା ହେବା ପରେ  ଏହାକୁ ଭଲ ଭାବରେ ପେଶନ୍ତୁ । ଚଣା ପେଶା ହୋଇଗଲା ପରେ ଏହା ସତ୍ତୁରେ ପରିଣତ ହୋଇଯିବ । ଏହା ପରେ ଏକ ଗ୍ଲାସ ପାଣିରେ ଗୋଟିଏ କପ ସତ୍ତୁ ପକାନ୍ତୁ ସେଥିରେ ସ୍ବାଦ ଅନୁଯାୟୀ ଲୁଣ 

ବଟର ମଲିକ୍ ସେକ୍  :
ସେହିପରି ଖିର ଓ ବଟର ମିଶ୍ରଣରେ ଏକ ହେଲଦି ଡ୍ରିଙ୍କସ୍ ମଧ୍ୟ ଆପଣ ପ୍ରସ୍ତୁତ୍ କରିପାରିବେ। ଯାହା ଆପଣଙ୍କ ଶରୀରରକୁ ଖରାଦିନେ ହାଇଡ୍ରେଡ୍ ରଖିବାରେ ସାହାର୍ଯ୍ୟ କରିବ। ଏହି ବଟର ମଲିକ୍ ସେକ୍ ରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ।  ଯାହା ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ। 

କୁକୁମ୍ବର ମିଣ୍ଟ ଜୁସ୍ (Cucumber Mint Juice):କାକୁଡି ଖାଇଲେ ଶରୀରରେ ଜଳୀୟ ଅଂଶର କମି ହୋଇ ନ ଥାଏ। କାକୁଡି ଓ ସହ ଲେମ୍ବୁ ରସ , ପୁଦିନ ପତ୍ର ଓ ବିଟ୍ ଲୁଣକୁ ମିଶାଇ ଏକ ଜୁସ୍ ପ୍ରସ୍ତୁତ୍ କରିପାରିବେ। ଯାହା ଏକ ହେଲଦି ଡ୍ରିଙ୍କସ୍ ଅଟେ। ଏହାକୁ ମଧ୍ୟ ଖରାଦିନ  ବ୍ୟତିତ ଅନ୍ୟଦିନେ ଆପଣ ପିଇପାରିବେ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଜୀ ଓଡ଼ିଶା ନ୍ୟୁଜ ଏହାକୁ ନିଶ୍ଚିତ କରିନାହିଁ।  କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )

Read More
{}{}