Hindi News >>Home >>Odisha LifeStyle and Others

Health Tips: ୩୦ ବର୍ଷ ପରେ ମହିଳାଙ୍କ ପାଇଁ ଆବଶ୍ୟକ କ୍ୟାଲସିୟମରେ ଭରପୂର ଏହିସବୁ ଖାଦ୍ୟ

Calcium Food: କ୍ୟାଲସିୟମ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ। ବିଶେଷ କରି ୩୦ ବର୍ଷ ପରେ ଗର୍ଭଧାରଣ କରୁଥିବା ମହିଳାଙ୍କ ପାଇଁ କ୍ୟାଲସିୟମ ଅତି ଜରୁରୀ ହୋଇଥାଏ । କାରଣ ଏହି ବୟସରେ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଇଥାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 01, 2023, 12:06 PM IST

Calcium Food: ୩୦ ବର୍ଷ ପରେ ସାଧାରଣତଃ ମହିଳାମାନେ କ୍ୟାଲସିୟମ୍ ହୀନତାର ଶିକାର ହୋଇଥାଆନ୍ତି। ଅସ୍ତି ପାଇଁ କ୍ୟାଲସିୟମ୍ ନିହାତି ଆବଶ୍ଯକ। କ୍ୟାଲସିୟମ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ। ବିଶେଷ କରି ୩୦ ବର୍ଷ ପରେ ଗର୍ଭଧାରଣ କରୁଥିବା ମହିଳାଙ୍କ ପାଇଁ କ୍ୟାଲସିୟମ ଅତି ଜରୁରୀ ହୋଇଥାଏ । କାରଣ ଏହି ବୟସରେ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଇଥାଏ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ଅଛି ଯାହା ଶରୀରକୁ କ୍ୟାଲସିୟମ୍ ଯୋଗାଇ ଥାଏ। ଆସନ୍ତୁ ନଜର ପକାଇବା ସେହିପରି କିଛି ଖାଦ୍ଯ ଉପରେ।

1- ଶାଗ ସାଧାରଣତଃ ଓଡ଼ିଆ ରୋଷେଇ ଘରର ସ୍ଥାୟୀ ସଦସ୍ଯ ଅଟେ । ସ୍ପିନାଚ, ମେଥି, ସୋରିଷ ଶାଗ ଓ କଦଳୀ ପତ୍ର ଶାଗକୁ ନିଜର ନିତିଦିନିଆ ଡାଏଟରେ ସାମିଲ କରନ୍ତୁ । ଶାଗୁଆ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ (Calcium)  ରହିଥାଏ । ଏହା ଅସ୍ତି ଓ ଦାନ୍ତ ପାଇଁ ବେଶ ଉପକାରୀ ହୋଇଥାଏ ।

2-ରାଶି ମଧ୍ଯ କ୍ୟାଲସିୟମ୍ ରେ ଭରପୁର ହୋଇଥାଏ । ଏହାକୁ ଆପଣ ସାଲାଡ୍ କିମ୍ବା ବ୍ରେଡ଼ ସହ ଖାଇପାରିବେ। ଏମିତି କି, ରାଶିରେ ଆପଣ ଲଡୁ ତିଆରି କରି ମଧ୍ଯ ଖାଇପାରିବେ। ରାଶି ଫାଇବର (Fiber) ଓ ପ୍ରୋଟିନର (Protein) ଉତ୍ତମ ସ୍ରୋତ ହୋଇଥାଏ ।

3-ପନିର ଭଳି ଦେଖାଯାଉଥିବା ଟୋଫୁ ମଧ୍ଯ କ୍ୟାଲସିୟମରେ ଭରପୂର ଅଟେ । ଆମିଷ ଖାଉନଥିବା ମହିଳା ଏହାକୁ ନିଜ ଡାଏଟରେ ସାମିଲ କରିପାରିବେ ।

4-ବାଦାମ କ୍ୟାଲସିୟମ୍ ଓ ଭିଟାମିନ (ଡି)ର (Vitamin D)  ମିଶ୍ରଣ ଅଟେ। ଯାହା ଅସ୍ତିକୁ ସୁସ୍ଥ ଓ ଶକ୍ତ କରିଥାଏ । ଏହାଛଡା ଏହା ମଧ୍ଯ ପ୍ରୋଟିନ, ଫାଇବର ଓ ଅନ୍ୟ ଭିଟାମିନ୍ ର ପାୱାର ହାଉସ ଅଟେ। ତେଣୁ ନିୟମିତ ଭାବେ ବାଦାମ ଖାଇବା ଆବଶ୍ୟକ।

5- ମାଛ କ୍ୟାଲସିୟମର ପାୱାର ହାଉସ୍ ଅଟେ । ଏଥିରେ ମାତ୍ରଧିକ ପରିମାଣରେ କ୍ୟାଲସିୟମ୍ ଓ ଭିଟାମିନ୍ (ଡି) ରହିଥାଏ । ନିୟମିତ ଭାବେ ନିଜ ଖାଦ୍ୟରେ ମାଛ ସାମିଲ କରିବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣର କ୍ୟାଲସିୟମ୍ ମିଳିଥାଏ। ମାଛରେ ପ୍ରୋଟିନ୍ ଓ ଓମେଗା ୩ ଫ୍ୟାଟି ଏସିଡ଼ ରହିଥାଏ ।

ଏହିସବୁ ଖାଦ୍ୟ ବ୍ୟତୀତ ଖଜୁରି କୋଳି, ବ୍ରୋକଲି, ସୋୟାବିନ୍ ଓ ଦହିରେ ମଧ୍ଯ ମାତ୍ରାଧିକ ପରିମାଣର କ୍ୟାଲସିୟମ୍ ରହିଥାଏ । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି ତାହାଲେ ଏହି ସବୁ ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ।

(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ ।)

 
Read More
{}{}